![]() |
କର୍ମକ୍ଷେତ୍ରରେ କାର୍ଯ୍ୟ ସଂପାଦନ ପାଇଁ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ କରି କୃତକାର୍ଯ୍ୟ ହେବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ପାରିବାରିକ ସୁଖ-ଶାନ୍ତି ମିଳିବ । |
![]() |
କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନଷ୍ଠ ଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହୋଇପାରନ୍ତି । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାରକ୍ଷମ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚେଷ୍ଟାରେ ସଫଳତା ପାଇବ । କଷ୍ଟସାଧ୍ୟ ହେବ । ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ମନ ଭୁଲା କଥାକହି ପରକୁ ଆପଣାର କରିପାରନ୍ତି । ଅଯଥା ବିତର୍କରେ ଭାଗ ନନେଇ ନିରବ ଦର୍ଶକ ହେବା ସବୁଠୁଁ ଭଲ । |
![]() |
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । ଆନନ୍ଦ-ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । କଳ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଲୋକ ସଂପର୍କ ବୃଦ୍ଧି ପାଇବ । |
![]() |
ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ସରକାରୀ ଅର୍ଥ ପାଇ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରନ୍ତି । ଗୃହ ପରିବେଶ ବାସୋପଯୋଗୀ ହେବେ । ବ୍ୟବସାୟ ଲାଭଜନକ ହୋଇପାରେ । |
![]() |
ସେବକ ମନୋଭାବ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସୁଖ ମିଳିବ । ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟଶାଳୀ ହେବେ । ସୁଖୀ ହେବେ । |
![]() |
ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ । ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପାରନ୍ତି । ସନ୍ମାର୍ଗୀ ହେବେ । ପିତୃଭକ୍ତିଯୁକ୍ତ ହେବେ । ଅର୍ଥ ମିଳିବ । |
![]() |
ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । କର୍ମକୁଶଳତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରଶଂସିତ ହେବେ । ଶାନ୍ତ ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ, ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବା ଆଶାକରାଯାଏ । |
![]() |
କ୍ରୋଧ ସମ୍ବରଣ କଲେ ସମାଜିକ ସ୍ୱୀକୃତି ଲାଭ କରିବେ । ପାରିବାରିକ ସୁଖ-ଶାନ୍ତି ମିଳିବ । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ମିତ୍ରତା ବୃଦ୍ଧି ହୋଇପାରେ । ତାମ୍ର, ପ୍ରବାଳ, ସୁବର୍ଣ୍ଣ ଉତ୍ତମ ପଟ୍ଟବସ୍ତ୍ର ଲାଭ ହେବ । ଗୃହସୁଖ ମିଳିବ । |
![]() |
ଶୁଭକର୍ମରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆଶା ଫଳବତୀ ହେବ । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ଓ ରାଜଧନ ପ୍ରାପ୍ତି ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇବେ । ଧନାଗମ ହେବ । |
![]() |
କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଅଧିକ ହେବ । ବୁଦ୍ଧିମାନ ହେବେ । ଯାନବାହନ ଯୁକ୍ତ ହୋଇପାରନ୍ତି । ଶ୍ରେଷ୍ଠ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ ଉତ୍ତମା ରମଣୀଯୁକ୍ତ ଓ ଯଶସ୍ୱୀ ହେବେ । |