![]() |
କାର୍ଯ୍ୟନିଷ୍ଠା ବୃଦ୍ଧି ହୋଇପାରେ । ମନ ପ୍ରସନ୍ନ ରହିବ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ବ୍ୟବସାୟ ଲାଭଜନକ ହେବ । କରିତ୍କର୍ମା ହେବେ । ଗୁଣର ପ୍ରସାର ଘଟାଇ ପାରନ୍ତି । |
![]() |
ମିତ୍ର ସଙ୍ଗ ଲାଭ କରିବେ । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଉତ୍ତମ ଗୃହରେ ଅବସ୍ଥାନ କରିପାରନ୍ତି । ସରକାରୀ ଧନ ମିଳିପାରେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁକିଛି ମିଳିବ । ଉତ୍ତମଗୁଣର ଆଧିକାରୀ ହେବେ । |
![]() |
ବନ୍ଧୁମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥ ମିଳିବ । ଜନୈକା ମହିଳାଙ୍କ ସହାୟତା ପାଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ପ୍ରତିକୂଳ ପରିସ୍ଥିତି ଦେଖାଦେଇ ପାରେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ । ସତ୍କ୍ରିୟାଯୁକ୍ତ ହେବେ । ଭ୍ରାନ୍ତମନା ହୋଇପାରନ୍ତି । ସ୍ୱାଭିମାନୀ ହେବ । ସତର୍କତାର ଦିନ । |
![]() |
ଅଯଥା ହନ୍ତସନ୍ତ ହେବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ନାନା ସୁନ୍ଦର ଓ ମୂଲ୍ୟବାନ୍ ବସ୍ତୁ ଲାଭ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ମାନସିକ ଅଶାନ୍ତି ଦୂର ହେବ । |
![]() |
ପାରସ୍ପରିକ ବୁଝାମଣା ଠିକ୍ ରହିବ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ମାନିତ ହେବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଜୁଟିଛି । ଶୁଭ ଖବର ପାଇ ଖୁସି ହେବେ । ଚଞ୍ଚଳ ଚେଷ୍ଟିତ ହେବେ । |
![]() |
ନିଜ କୌଳିକ ବୃତ୍ତିରେ ମନଯୋଗ ସହକାରେ କାର୍ଯ୍ୟ କରିବେ । ବନ୍ଧୁଙ୍କ ସହିତ ଆନନ୍ଦ ଉତ୍ସବରେ କାର୍ଯ୍ୟ କରିପାରନ୍ତି । ବିନା ଚେଷ୍ଟାରେ ଅର୍ଥଶ୍ରାନ୍ତ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ଚିନ୍ତାଧାରା ଉନ୍ନତ ହେବ । ସନ୍ମାର୍ଗୀ ହେବେ । ସମସ୍ୟା ଦୂର ହେବ । |
![]() |
ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯାନବାହନ ସୁଖ ମିଳିବ । କୃଷି କ୍ଷେତରେ ମନୋ ନିବେଶ କରିପାରନ୍ତି । ସୁଖଭୋଗ କରିପାରନ୍ତି । ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି । କୀର୍ତ୍ତିମାନ ହେବେ । ଭ୍ରାତୃ ଭାବ ଅତୁଟ ରହିବ । |
![]() |
ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ପରିଶ୍ରମର ମୂଲ୍ୟ ମିଳିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ କ୍ଷେତ୍ର ଉତ୍ତରୋତ୍ତର ଉନ୍ନତି ହେବ । ଭୋଗାସକ୍ତ ହେବେ । ଧନଲାଭକାରୀ ହେବେ । ବିନୀତ ସ୍ୱଭାବର ହେବେ । ବହୁବିଦ୍ୟା ପାରଙ୍ଗମ ହେବେ । |
![]() |
ଭ୍ରାତୃ ବିବାଦରେ ପଡ଼ିପାରନ୍ତି । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସତ୍କର୍ମରେ ବ୍ୟୟ କରିପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ସାଧନାରେ ସିଦ୍ଧିଲାଭ କରିବେ । |
![]() |
କାର୍ଯ୍ୟ କରିବାର ଅଭିଜ୍ଞତାରୁ ଦକ୍ଷତା ବୃଦ୍ଧି ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । |
![]() |
ଅପେକ୍ଷା ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୁନାମଧ୍ୟେୟ ହୋଇପାରିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ମଧୁରଭାଷା ଓ ବ୍ୟବହାର ଯୋଗୁଁ ପରକୁ ଆପଣାର କରି ଜନବଲ୍ଲଭ ହେବେ । |