![]() |
କାର୍ଯ୍ୟରେ ଅସଙ୍ଗତ ଦେଖାଦେଇ ପାରେ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଗୁରୁକୃପା ଲାଭ କରିବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହବୋଧର ସୂଚନା ମିଳିବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । |
![]() |
ଦୂରଯାତ୍ରାରେ ସଫଳତା ଲାଭ କରିବେ । ପରାମର୍ଶ ନେଇ କାର୍ଯ୍ୟ କଲେ ଶୀର୍ଷରେ ପହଞ୍ଚି ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । କୌଣସି ସୂତ୍ରରୁ ଧନ ଲାଭ ହେବ । କନ୍ୟା, ପୁତ୍ର, ପୌତ୍ରାଦି ଲାଭ ହୋଇପାରେ । |
![]() |
ଯାତ୍ରା ଆନନ୍ଦଦାୟକ ହୋଇପାରେ । ପ୍ରତ୍ୟେକ କ୍ଷେତ୍ର, କାର୍ଯ୍ୟ ଓ ପଦକ୍ଷେପ ମଙ୍ଗଳଦାୟକ ହେବ । ପ୍ରୀତିଲାଭର ସୁଯୋଗ ସୃଷ୍ଟି ହୋଇଛି । ସକଳ ଗୁଣଯୁକ୍ତ ହେବେ । ସୁଖସଂସାର କରିପାରନ୍ତି । କାବ୍ୟ ଶାସ୍ତ୍ରାନୁରୁକ୍ତ ହୋଇପାରନ୍ତି । |
![]() |
ସାମାଜିକ କ୍ଷେତ୍ରରେ ସୁ-ସମ୍ପର୍କ ବୃଦ୍ଧି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ନିର୍ବାଚନରେ ବିଜୟୀ ହୋଇ ସର୍ବ ସୁଖ ପାଇବେ । |
![]() |
ମନ ଯୋଗଦେଇ କାର୍ଯ୍ୟ ସମ୍ପାଦନ କରିବେ । ଆଶାବାଦୀ ହୋଇପାରନ୍ତି । ମଧ୍ୟମ ଧରଣର ଶୁଭଫଳ ପାଇବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସୁଖ ପାଇବାର ସୂଚନା ମିଳୁଛି । ଧନ ଓ ଯାନବାହନଯୁକ୍ତ ହେବେ । ଉତ୍ତମ ବଚନାଦିରେ ପଟୁ ହେବେ । |
![]() |
ଭଲ ଆୟ ହେବା ସହ ଅର୍ଥାଭାବ ଦୂର ହେବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆବନ୍ଧୁ ଜୁଟିବେ । |
![]() |
ଭୋଜନାଦିରୁ ଆଗ୍ରହ ହରାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ବାଧା ଉପୁଜି ପାରେ । ଖର୍ଚ୍ଚାନ୍ତ ହୋଇ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ । |
![]() |
ପରକୁ ସାହାଯ୍ୟ କରି ନିଜେ କ୍ଷତି ସହିପାରନ୍ତି । ସ୍ୱଳ୍ପ ପରିମାଣର ଆୟ ହେବ । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । କର୍ତ୍ତବ୍ୟ ପରାୟଣ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ ହେବେ । ଗୁଣଜ୍ଞ ହୋଇପାରନ୍ତି । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ବିଳାସ ବ୍ୟସନରେ କିଛି ସମୟ ବିତାଇ ପାରନ୍ତି । କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ । ସୁଖ, ଶାନ୍ତି ମିଳିବ । ପାରିବାରିକ ସମୃଦ୍ଧି ଆଶାକରାଯାଏ । ସରକାରୀ ଅର୍ଥ ମିଳିବ । ଗୁଣଜ୍ଞ ହେବେ । |
![]() |
ବିଚାର, ବିମର୍ଶ ନ କରି କାର୍ଯ୍ୟ କଲେ ହଇରାଣ ହେବେ । ଲୋକ ସଂପର୍କ ବୃଦ୍ଧି ହେବ। ଶତ୍ରୁମାନଙ୍କ ଉତ୍ପାତରୁ କାର୍ଯ୍ୟ ବିଳମ୍ୱିତ ହୋଇପାରେ । ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ଧନଶାଳୀ ହେବେ । |
![]() |
ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ । ଦୁଃଖଦ ଖବର ମିଳିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କୁଳ ପ୍ରଧାନ ହେବାର ସୂଚନା ମିଳୁଛି । ଧର୍ମରତ ହେବେ । ଶ୍ରେଷ୍ଠ ମାନ୍ୟତା ମିଳିପାରେ । ପରୋପକାରୀ ହେବେ । ପୁତ୍ର ସୁଖ ମିଳିପାରେ । |
![]() |
ମନ ଚଞ୍ଚଳ ରହିବ । ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସୁ ଯଶଯୁକ୍ତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ପରାମର୍ଶରେ ଚଳିଲେ ବିଶେଷ ଉପକୃତ ହେବେ । |