![]() |
ସୁଯୋଗର ସଦୁପଯୋଗ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ସାମାନ୍ୟ କ୍ଳେଶ ଉପୁଜି ପାରେ । ପ୍ରେମୀ ଓ ସାହସୀ ହେବେ । ଭାଇଙ୍କଠାରୁ ଆଦର ସମ୍ମାନ ମିଳିବ । |
![]() |
ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟତା ପ୍ରତିପାଦନ କରିବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଧନାଗମ ହେବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ । ଧନ-ସମ୍ପଦ ଭରପୁର ରହିବ । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବେ । |
![]() |
ଯଶ ଅର୍ଜନ କରିପାରନ୍ତି । ପଥରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ମିଷ୍ଟଭାଷୀ ହେବେ । କଥାଶୈଳୀ ଦ୍ୱାରା ପରକୁ ଆପଣାର କରିପାରନ୍ତି । ପରୋପକାରୀ ହେବେ । ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । |
![]() |
ପରିଶ୍ରମ ଅନୁସାରେ ଫଳପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶ ଅର୍ଜନ କରିପାରନ୍ତି । ଲୋକପ୍ରିୟ ହେବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଗୃହ ଓ ଯାନବାହନ ସୁଖ ମିଳିବ । କରିତ୍କର୍ମା ହେବେ । |
![]() |
ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ଅପୂର୍ବ ସଫଳତା ପାଇବେ । ଶ୍ରମର ମୂଲ୍ୟାଙ୍କନ ହେବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
![]() |
କାର୍ଯ୍ୟ କରିବା ପାଇଁ ସୁଯୋଗକୁ ହାତଛଡ଼ା ନ କରି ଉଦ୍ୟମ ଜାରି ରଖିବେ । ଭ୍ରମଣ ଜନିତ ସୁଖ ମିଳିପାରେ । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଉଦ୍ୟୋଗୀ ହେବେ । |
![]() |
ଦୁଃଖ ଦୂର ହୋଇପାରେ; ମାତ୍ର ଅତି ସୁଖ ମିଳିବା କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହେବେ । ସର୍ଦି-କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ସହଯୋଗୀ ବ୍ୟବସାୟରେ ଲାଭପ୍ରାପ୍ତ ହେବେ । ଅଷ୍ଟମ ଚନ୍ଦ୍ରଭୋଗ ହେତୁ ଜଳଯାତ୍ରା ନ କରିବା ଭଲ । |
![]() |
ନିଜ କାର୍ଯ୍ୟରେ ସମୀକ୍ଷା କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । |
![]() |
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ମନରେ ଅହଂଭାବ ପୋଷଣ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ; ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ । |
![]() |
କାର୍ଯ୍ୟରେ ଦେଖାଦେଇଥିବା ଅସଙ୍ଗତି ଦୂର ହେବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ । |
![]() |
ଆବଶ୍ୟକ ପଡୁଥିବା ସହାୟତା ମିଳିପାରେ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି । ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବେ । କୃଷି କର୍ମକାରୀ ହେବେ । |