![]() |
ରୋଜଗାର ଊଣା ହେବ ନାହିଁ । ଉତ୍ତମ ଭୋଜନରେ ଅପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍ ହୋଇପାରନ୍ତି । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
![]() |
ବିଭିନ୍ନ ଦିଗରୁ ସତ୍ପ୍ରେରଣା ମିଳିବ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପୁଣ୍ୟ କାର୍ଯ୍ୟରେ ନିୟୋଜିତ ହେବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟହତ ରହିବ । ମିଷ୍ଟ ଭାଷାରେ ଲୋକପ୍ରିୟ ହେବେ । |
![]() |
ବ୍ୟବସାୟ ଲାଭଜନକ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ମନ ପ୍ରସନ୍ନ ରହିବ । ବିଳାସ-ବ୍ୟସନ କରିପାରନ୍ତି । ବନ୍ଧୁ ଦର୍ଶନ ପାଇ ଉତ୍ଫୁଲ୍ଲିତ ହେବେ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଚଞ୍ଚଳ ଚେଷ୍ଟିତ ହେବେ । |
![]() |
ଆବଶ୍ୟକ ହେଉଥିବା ସହାୟତା ମିଳିପାରେ । କର୍ମ ଚଞ୍ଚଳ ରହିବେ । ମନରେ ପ୍ରସନ୍ନତା ଆସିବ । କର୍ମତତ୍ପରତା ପ୍ରକାଶ ପାଇବ । ଜନସାଧାରଣଙ୍କ ଆଶୀର୍ବାଦର ପାତ୍ର ହେବେ । ଯଶସ୍ୱୀ ହୋଇପାରନ୍ତି । ପ୍ରୀତି ଭୋଜନ ମିଳିପାରେ । |
![]() |
ଯାତ୍ରାଦିରେ ସଫଳତା ମିଳିବ । ସତ୍ସଙ୍ଗୀ ହେବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ତୀର୍ଥଯାତ୍ରା କିମ୍ବା ପର୍ଯ୍ୟଟନର ସୁଯୋଗ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଜନୈକା ମହିଳା ସାହାଯ୍ୟ କରିବେ । |
![]() |
ଆବଶ୍ୟକ କରୁଥିବା ମୂଲ୍ୟବାନ୍ ଦ୍ରବ୍ୟର ସନ୍ଧାନ ପାଇପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିବେ । କାର୍ଯ୍ୟ ପରିଚାଳନା ପାଇଁ ଚିନ୍ତା ବୃଦ୍ଧି ହୋଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ଓ ଉଚ୍ଚସ୍ଥାନ ଆରୋହଣ ମନା । |
![]() |
କର୍ମକ୍ଷେତ୍ରରେ ଧର୍ମପତ୍ନୀଙ୍କ ସହାୟତା ମିଳିବ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସରକାରୀ ଓ ବେସରକାରୀ ମାନ୍ୟତା ମିଳିବ । ସର୍ବଶୁଭ ହେବ । |
![]() |
ଇଚ୍ଛା କରୁଥିବା ସାହାଯ୍ୟ ମିଳିବ । ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିପାରନ୍ତି । ଆଶା ଫଳବତୀ ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସୌଭାଗ୍ୟ ଉଦୟ ହେବାର ସୂଚନା ମିଳୁଛି । ବିତ୍ତବାନ୍ ହୋଇପାରନ୍ତି । ଶତ୍ରୁ ଦମନ କରିବେ । |
![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚାଟୁବାକ୍ୟ ପ୍ରୟୋଗ ଦ୍ୱାରା ଅଧସ୍ତନଙ୍କୁ ଖୁସି କରାଇ ପାରନ୍ତି । କାର୍ଯ୍ୟ ବିଳମ୍ବିତ ହୋଇପାରେ । ପୁତ୍ର ସୁଖରେ ସୁଖୀ ହେବେ । ଧର୍ମାସକ୍ତ ଓ ମତିମାନ୍ ହେବେ । ମିତ୍ର ହେତୁକ ସୁଖ ଭୋଗ କରିବେ । |
![]() |
ନୂତନ କର୍ମ ସଂସ୍ଥାନରେ ଯୋଗ ଦେବାର ଆଶା ଅଛି । ସଗୁଣ ସମ୍ପନ୍ନ ହେବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ । ସତ୍ୟବାଦୀ ହେବେ । ଉତ୍ତମା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ । ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ । ପୁତ୍ର ସୁଖ ମିଳିବ । |
![]() |
ପୈତୃକ ସମ୍ପତ୍ତି ବିବାଦର ସୁ-ସମାଧାନ ହେବ । ଦୃଢ଼ ମନୋବାଳ ନେଇ କାର୍ଯ୍ୟରେ ଆଗକୁ ବଢ଼ିବେ । ଭ୍ରମଣ ଯୋଗ ଅଛି । କର୍ତ୍ତବ୍ୟ ପରାୟଣ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଧାର୍ମିକ ପ୍ରବୃତ୍ତିର ହେବେ । ବନ୍ଧୁ ପ୍ରେମୀ ହୋଇପାରନ୍ତି । |
![]() |
ମନରେ ଉଦ୍ବେଗ ଜାତ ହୋଇପାରେ । ନିର୍ଲୋଭୀ ହୋଇପାରନ୍ତି । କୌଣସି ପରିସ୍ଥିତିରେ ନୀତିରୁ ବିଚ୍ୟୁତି ହେବେ ନାହିଁ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ଓ ସୌଭାଗ୍ୟଶାଳୀ ହେବେ । |