OdiaWeb- Odia Film, Music, Songs, Videos, SMS, Shayari, Tourism, News

୧୨୨ତମ ନେତାଜୀ ଜୟନ୍ତିର ଶୁଭେଚ୍ଛା ! ଆସନ୍ତୁ ଜାଣିବା ନେତାଜୀଙ୍କର କେତୋଟି ମୁଖ୍ୟ ଆଦର୍ଶ ଓ ବିଚାରଧାରା ସମ୍ପର୍କରେ

ଆସନ୍ତା ଜାନୁଆରୀ ୨୩ ତାରିଖରେ ଆମେ ୧୨୨ତମ ନେତାଜୀ ଜୟନ୍ତୀ ବା ଜନ୍ମବାର୍ଷିକୀ ପାଳନ କରିବା | ଆସନ୍ତୁ ଏହି ପରିପ୍ରେକ୍ଷୀରେ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନର ସ୍ମୃତିଚାରଣ କରି ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିବା | ଭାରତ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ନେତା ସୁବାଷ ଚନ୍ଦ୍ର ବୋଷ୍ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କର ପିତା ଜାନକୀ ନାଥ ବୋଷ କଟକର ଜଣେ ପ୍ରସିଦ୍ଧ ଓକିଲ ଥିଲେ ଓ ମା’ ପ୍ରଭାବତୀ ଜଣେ ଧାର୍ମିକ ମହିଳା ଥିଲେ | ସମଗ୍ର ଭାରତରେ ସେ ଆମର ପ୍ରିୟ ‘ନେତାଜୀ’ ଭାବେ ସୁପରିଚିତ | ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ୍ ସରକାର ବିରୁଦ୍ଧରେ ଲଢିବା ପାଇଁ ଜାପାନ୍ ସହଯୋଗରେ ଏହି ବୀର ଓଡିଆ ‘ଆଜାଦ୍ ହିନ୍ଦ୍ ଫୌଜ’ ଗଠନ କରିଥିଲେ ଏବଂ ‘ଭାରତୀୟ ଜାତୀୟ କଂଗ୍ରେସ’ର ଅଧ୍ୟକ୍ଷ ମଧ୍ୟ ଥିଲେ |
ଓଡିଶାର ଏହି ସ୍ବାଧୀନତା ସଂଗ୍ରାମୀ ‘ଜୟ ହିନ୍ଦ୍’ ସ୍ଲୋଗାନକୁ ପ୍ରତି ଭାରତୀୟର ହୃଦୟର ସ୍ବର ତଥା ସ୍ବାଭିମାନର ସ୍ବର ଭାବେ ସାରା ବିଶ୍ବରେ ପରିଚୟ କରାଇଥିଲେ | ନେତାଜୀଙ୍କର ସ୍ଲୋଗାନ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ପ୍ରତି ଭାରତୀୟଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ବି ତାଙ୍କ ସ୍ମୃତିକୁ ଅମ୍ଳାନ ରଖିଛି |
Top Facts To Know About Netaji Subhas Chandra Bose
Top Facts To Know About Netaji Subhas Chandra Bose
ଆସନ୍ତୁ ଜାଣିବା ଏହି ମହାନ ଆଦର୍ଶ ଦେଶପ୍ରେମୀ ତଥା ଆମ ସବୁରି ପ୍ରିୟ ନେତାଜୀଙ୍କର ଆଉ କେତେକ ଏପରି ବିଚାରାଧାରା ସମ୍ବନ୍ଧରେ…
୧- ସ୍ବାଧୀନତା କେହି କାହାକୁ ଦିଏ ନାହିଁ; ବରଂ ସ୍ବାଧୀନତାକୁ ହାସଲ କରିବାକୁ ହୁଏ |
୨-ରାଷ୍ଟ୍ରବାଦୀ ମାନବ ଜାତିର ଉଚ୍ଚତମ ଆଦର୍ଶ ସତ୍ୟ, ଶିବ, ସୁନ୍ଦର ଦ୍ବାରା ସର୍ବଦା ପ୍ରେରିତ ହୋଇଥାଏ |
୩-ଭାରତରେ ରାଷ୍ଟ୍ରବାଦ ଏପରି ଏକ ଶକ୍ତିର ସଞ୍ଚାର କରିଛି ଯାହା ଜନତାଙ୍କ ମନରେ ଅନେକ ବର୍ଷରୁ ନିଷ୍କ୍ରିୟ ହୋଇ ପଡି ରହିଥିଲା |
୪- ମନେରଖନ୍ତୁ ! ସବୁଠାରୁ ବଡ ଅପରାଧ ହେଉଛି ଅନ୍ୟାୟକୁ ସହିବା ଏବଂ ଭୁଲ୍ ସହ ବୁଝାମଣା କରିନେବା |
୫- ଏକ ପ୍ରକୃତ ସୈନ୍ୟ ପାଇଁ ଉଭୟ ଯୁଦ୍ଧଶିକ୍ଷା ଓ ଆଧ୍ୟାତ୍ମିକତାର ପ୍ରଶିକ୍ଷଣର ଆବଶ୍ୟକତା ରହିଛି |
୬- ଇତିହାସରେ କେବେ ବି ବିଚାର ବିମର୍ଷ ଦ୍ବାରା କୌଣସି ନିର୍ଦ୍ଧିଷ୍ଟ ପରିବର୍ତ୍ତନ ହାସଲ କରାଯାଇ ପାରି ନାହିଁ |
୭- ମୋର ମନରେ କୌଣସି ସନ୍ଦେହ ନାହିଁ ଯେ ଆମ ଦେଶର ପ୍ରମୁଖ ସମସ୍ୟା ଦାରିଦ୍ର୍ୟ, ଅଶିକ୍ଷା ଓ ରୋଗ-ବେମାରୀ କିନ୍ତୁ ଉତ୍ତମ ଉତ୍ପାଦନ ଏବଂ ବିତରଣ କେବଳ ସମାଜବାଦୀ ଉପାୟରେ କରାଯାଇ ପାରେ |
୮-ଏହା ଆମର କର୍ତ୍ତବ୍ୟ ଯେ ଆମ ସ୍ବତନ୍ତ୍ରତାର ମୂଲ୍ୟ ଆମେ ଆମ ଲହୁ ଦେଇ ସୁଝିବା; ଆମକୁ ଆମର ବଳିଦାନ ଓ ପରିଶ୍ରମ ଦ୍ବାରା ଯେଉଁ ସ୍ବତନ୍ତ୍ରତା ମିଳିଛି ଆମ ଭିତରେ ତାହାକୁ ରକ୍ଷା କରିବାର ତାକତ, ସାମର୍ଥ୍ୟ  ଓ ଶକ୍ତି ଥିବା ନିହାତି ଦରକାର |
୯- ଆଜି ଆମ ଭିତରେ କେବଳ ଗୋଟିଏ ଇଚ୍ଛା ଥିବା ଦରକାର; ପ୍ରାଣବଳି ଦେବାର ଇଚ୍ଛା, ଯାହା ଫଳରେ କି ଭାରତ ବଞ୍ଚି ପାରିବ ! ଏକ ସହିଦ୍ ପରି ମୃତ୍ୟୁବରଣ କରିବାର ଇଚ୍ଛା, ଯାହା ଫଳରେ କି ସ୍ବତନ୍ତ୍ରତାର ମାର୍ଗ ସହିଦ ର ଲହୁରେ ପ୍ରବେଶ କରିପାରିବ |
୧୦- ଦେଶର ସୈନିକ ଭାବେ ଆପଣଙ୍କୁ ସର୍ବଦା ୩ଟି ଆଦର୍ଶକୁ ଆପଣାଇବା ଓ ତାହାକୁ ଭିତ୍ତି କରି ବଞ୍ଚିବାକୁ ହେବ: ସତ୍ୟ, କର୍ତ୍ତବ୍ୟ ଓ ବଳିଦାନ  | ଯେଉଁ ସୈନ୍ୟ ନିଜ ମାତୃଭୂମି ପ୍ରତି ସର୍ବଦା ବିଶ୍ବସ୍ତ ରହିଥାଏ, ଯେଉଁ ସୈନ୍ୟ ନିଜ ମାତୃଭୂମି ପାଇଁ ନିଜ ପ୍ରାଣ ବଳି ଦେବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ, ସେ ସର୍ବଦା ଅଜେୟ | ଯଦି ଆପଣ ବି ଅଜେୟ ହେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ତିନୋଟି ଆଦର୍ଶକୁ ହୃଦୟରେ ସ୍ଥାନ ଦିଅନ୍ତୁ |
Send Netaji Subhas Chandra Bose Odia Sms To Your Friends
ପୁନ୍ନଶ୍ଚ ୧୨୨ତମ ନେତାଜୀ ଜୟନ୍ତୀର ଶୁଭେଚ୍ଛା ଓ ଶୁଭକାମନା !

Comments

comments