OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଂସ ରୋଲ

Chicken roll

Chicken roll

ସାମଗ୍ରୀ:
(୪ କପ୍‌ ମଇଦା, ୨୫୦ ଗ୍ରାମ କିମା ମାଂସ, ଗୋଟିଏ ପିଆଜ, ଦେଢ଼
ସେମି ଅଦା ୬ଟା କଞ୍ଚା ଲଙ୍କା, ଗୋଟିଏ ରସୁଣ, ୧ ଚାମଚ ଗରମ ମସଲା,
ଗୋଟିଏ ପିଆଜ, ୨ଟି ଟମାଟୋ, ୧ କପ ତେଲ, ଗୋଟିଏ ଅଣା, ଦରକାର
ମୁତାବକ ଲୁଣ ।)

ପ୍ରସ୍ତୁତି : କିମା ମାଂସକୁ ଲୁଣ, ହଳଦୀ ଦେଇ ସିଝାଇ ଦିଅ, ପାଣି ଥିଲେ
ଶୁଖାଇ ଦିଅ । ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କା କାଟିନିଅ | କଡ଼ାଇରେ ୧
ଟେବୁଲ ଚାମଚ ତେଲ ଦେଇ କିମା ମାଂସ ସିଝାକୁ ବଟା ମସଲା ସହ ଭଲ ଭାବରେ
ଭାଜି ନିଅ । ଭଜାରୁ ଭଲ ବାସ୍ନା ବାହାରିଲେ ସେଥିରେ ଗରମ ମସଲା ଗୁଣ୍ଡ ଦେଇ
ଗୋଳାଇରଖ । ପିଆଜ ଓ ଟମାଟୋ ଚୁନା ଚୁନା କରି କାଟ ମାଂସ ସହ ମିଶାଇ
ରଖ । ଏହାକୁ ପରଟା ମଧ୍ଯରେ ରଖି ଅଣ୍ଡାରେ ବୁଡ଼ାଇ ଭାଜିବେ । ଚିକେନ୍‌ ରୋଲ
ଓ ମାଛ ରୋଲ ବି ଏହିପରି କରି ପାରିବେ । ଚିକେନରୁ ମାଂସ ଛେଲି ଛେଲି ବାହାର
କରି ନେଇ ମାଂସ ପୁର କରି ରୋଲ କରିବେ ।

Comments

comments