OdiaWeb- Odia Film, Music, Songs, Videos, SMS, Shayari, Tourism, News

ପାଓ ଭାଜି

Paobhaji
Paobhaji

ସମଗ୍ରୀ :
ସିଝା ଆଳୁ-୫୦୦ଗ୍ରାମ୍
ସିଝା ଗ୍ରୀନ୍ ମଟର -୧ କପ୍
ବଟର -୧୫୦ ଗ୍ରାମ
କଞ୍ଚାଲଙ୍କା-୨ଟି ( କଟା )
ଅଦାବଟା -୨ ଚାମଚ
କଟା ଟମାଟୋ -୧ କପ୍
ଲଙ୍କା ଗୁଣ୍ଡ -୧ ଚାମଚ
ପାଓ ଭାଜି ମସଲା-୧ ଚାମଚ
ଧନିଆପତ୍ର-୨ ଚାମଚ କଟା
ଲେମ୍ବୁରସ-୧ ଚାମଚ
ପାୱ୍ ବ୍ରେଡ-୪ ପିସ୍ (ବଜାରରେ ମିଳେ)
ଲୁଣ- ସ୍ୱାଦାନୁସାରେ

ପ୍ରଣାଳୀ:
ଆଳୁକୁ ଚୋପା ଛଡାଇ ଚକଟି ଅଲଗା ରଖନ୍ତୁ | ପ୍ୟାନ୍‌ରେ ୧୦୦ ଗ୍ରାମ୍ ବଟର ପକାଇ କଞ୍ଚାଲଙ୍କା ,ରସୁଣବଟା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ | କଟା ଟମାଟୋ,ଲଙ୍କାଗୁଣ୍ଡ ଓ ପାଓଭାଜି ମସଲା ପକାଇ ଭାଜନ୍ତୁ | ୨ ମିନିଟ୍ ପରେ ଚକଟା ଆଳୁ, ସିଝା ମଟର ,ଅଧାକପ୍ ପାଣି ,୨ ଚାମଚ ବଟର ଦେଇ ଭଲ ଭାବରେ ଘାଣ୍ଟନ୍ତୁ | ପାଓକୁ ମଝିରେ ଗୋଲାକାରରେ କାଟି ପଟରେ ବଟର ଲଗାଇ ସେକି ଖାଇବାକୁ ଦିଅନ୍ତୁ | କଟା ଧନିଆପତ୍ର ଲେମ୍ବୁରସ ଓ କଟାପିଆଜ ପକାଇ ସର୍ଭ ପାଓ ସହିତ |

Comments

comments