
Contents
ସାମଗ୍ରୀ :
କ୍ୟାପ୍କମ୍ – ୧ଟି ବଡ (୧ ଇଞ୍ଚ କଟା)
ଟମାଟୋ ପ୍ୟୁରୀ – ୧/୨ କପ୍
ପିଆଜ -୨ ଟି ବଡ (୧ ଇଞ୍ଚ କଟା )
ଟମାଟୋ -୧ ଟି ବଡ (୧ ଇଞ୍ଚ କଟା )
ଚୂନାକଟା କଞ୍ଚାଲଙ୍କା -୨ ଚାମଚ
ଚୂନାକଟା ରସୁଣ -୨ ଚାମଚ
ସରୁ ଲମ୍ବାକଟା ଅଦା – ୨ ଚାମଚ
ପନୀର୍ -୨୫୦ ଗ୍ରାମ (୧ ଇଞ୍ଚ କଟା )
କର୍ଣ୍ଣଫ୍ଲୋର୍-୧ ଟେ. ଚାମଚ
ଲୁଣ -ସ୍ୱାଦାନୁସାରେ
ଲଙ୍କାଗୁଣ୍ଡ- ୧/୨ ଚାମଚ
ଗୋଲମରିଚ ଗୁଣ୍ଡ -୧/୨ ଚାମଚ
ରିଫାଇନ୍ ତେଲ
ଗରମ ମସଲା ଗୁଣ୍ଡ – ୧/୨ ଚାମଚ
ପ୍ରଣାଳୀ:
ପ୍ରଥମେ ପନୀର୍ରେ କର୍ଣ୍ଣଫ୍ଲୋର୍ ଓ ଲୁଣ ମିଶାଇଦିଅନ୍ତୁ | ନନ୍ଷ୍ଟିକ୍ ପ୍ୟାନ୍ରେ ତେଲ ଗରମ କରି କର୍ଣ୍ଣଫ୍ଲୋର୍ ଲଗା ପନୀରର୍ ଲାଲ୍ କରି ଭାଜି ରଖନ୍ତୁ | ପୁଣି ଥରେ ପ୍ୟାନ୍ରେ ତେଲ ଦେଇ ରସୁଣ ,ଲଙ୍କା ,ପିଆଜକୁ ଭାଜନ୍ତୁ | ଲାଲ୍ ଟିକେ ହେଲେ ଅଦା ,କ୍ୟାପ୍ସିକମ୍ କଟା, ଟମାଟୋ ପକାଇ ଭାଜନ୍ତୁ ୩-୪ ମିନିଟ୍ | ତା ପରେ ଲୁଣ ,ଗୋଲମରିଚ ଗୁଣ୍ଡ ପକାଇ ଆଉ ୫ ମିନିଟ୍ ଭାଜିଲା ପରେ ପନୀର୍ ଭଜା ମିଶାନ୍ତୁ | ୨-୩ ମିନିଟ୍ ଭାଜିଲା ପର୍ କର୍ଣ୍ଣଫ୍ଲୋର୍କୁ ପାଣିରେ ମିଶାଇ ଏଥିରେ ପକାନ୍ତୁ | ଆଉ ଅଳ୍ପ (୧ଟେ. ଚାମଚ ) ପାଣି ଦେଇ ଘୋଡାଇଦିଅନ୍ତୁ | ମେଞ୍ଚି ମେଞ୍ଚି ହୋଇଗଲେ ସସ୍ସବୁ ପକାଇ ଗୋଳାନ୍ତୁ |ଉପରୁ ଗରମ ମସଲା ଗୁଣ୍ଡ ଛିଞ୍ଚି ପରଶନ୍ତୁ |
Comments
comments