Share Facebook Twitter LinkedIn Pinterest Email Paneer machurian Contents ସାମଗ୍ରୀ : କ୍ୟାପ୍କମ୍ – ୧ଟି ବଡ (୧ ଇଞ୍ଚ କଟା) ଟମାଟୋ ପ୍ୟୁରୀ – ୧/୨ କପ୍ ପିଆଜ -୨ ଟି ବଡ (୧ ଇଞ୍ଚ କଟା ) ଟମାଟୋ -୧ ଟି ବଡ (୧ ଇଞ୍ଚ କଟା ) ଚୂନାକଟା କଞ୍ଚାଲଙ୍କା -୨ ଚାମଚ ଚୂନାକଟା ରସୁଣ -୨ ଚାମଚ ସରୁ ଲମ୍ବାକଟା ଅଦା – ୨ ଚାମଚ ପନୀର୍ -୨୫୦ ଗ୍ରାମ (୧ ଇଞ୍ଚ କଟା ) କର୍ଣ୍ଣଫ୍ଲୋର୍-୧ ଟେ. ଚାମଚ ଲୁଣ -ସ୍ୱାଦାନୁସାରେ ଲଙ୍କାଗୁଣ୍ଡ- ୧/୨ ଚାମଚ ଗୋଲମରିଚ ଗୁଣ୍ଡ -୧/୨ ଚାମଚ ରିଫାଇନ୍ ତେଲ ଗରମ ମସଲା ଗୁଣ୍ଡ – ୧/୨ ଚାମଚ ପ୍ରଣାଳୀ: ପ୍ରଥମେ ପନୀର୍ରେ କର୍ଣ୍ଣଫ୍ଲୋର୍ ଓ ଲୁଣ ମିଶାଇଦିଅନ୍ତୁ | ନନ୍ଷ୍ଟିକ୍ ପ୍ୟାନ୍ରେ ତେଲ ଗରମ କରି କର୍ଣ୍ଣଫ୍ଲୋର୍ ଲଗା ପନୀରର୍ ଲାଲ୍ କରି ଭାଜି ରଖନ୍ତୁ | ପୁଣି ଥରେ ପ୍ୟାନ୍ରେ ତେଲ ଦେଇ ରସୁଣ ,ଲଙ୍କା ,ପିଆଜକୁ ଭାଜନ୍ତୁ | ଲାଲ୍ ଟିକେ ହେଲେ ଅଦା ,କ୍ୟାପ୍ସିକମ୍ କଟା, ଟମାଟୋ ପକାଇ ଭାଜନ୍ତୁ ୩-୪ ମିନିଟ୍ | ତା ପରେ ଲୁଣ ,ଗୋଲମରିଚ ଗୁଣ୍ଡ ପକାଇ ଆଉ ୫ ମିନିଟ୍ ଭାଜିଲା ପରେ ପନୀର୍ ଭଜା ମିଶାନ୍ତୁ | ୨-୩ ମିନିଟ୍ ଭାଜିଲା ପର୍ କର୍ଣ୍ଣଫ୍ଲୋର୍କୁ ପାଣିରେ ମିଶାଇ ଏଥିରେ ପକାନ୍ତୁ | ଆଉ ଅଳ୍ପ (୧ଟେ. ଚାମଚ ) ପାଣି ଦେଇ ଘୋଡାଇଦିଅନ୍ତୁ | ମେଞ୍ଚି ମେଞ୍ଚି ହୋଇଗଲେ ସସ୍ସବୁ ପକାଇ ଗୋଳାନ୍ତୁ |ଉପରୁ ଗରମ ମସଲା ଗୁଣ୍ଡ ଛିଞ୍ଚି ପରଶନ୍ତୁ | × Download Image You need to wait 5 before you can proceed Download Comments comments New Odia Recipe Odia Recipe