OdiaWeb- Odia Film, Music, Songs, Videos, SMS, Shayari, Tourism, News

ଦେଶସାରା ଫ୍ରେବୁଆରି ୧ତାରିଖରୁ ବଦଳି ଯାଇଛି ଏହି ୭ଟି ବଡ଼ ନିୟମ ! ଜାଣି ନିଅନ୍ତୁ କ’ଣ ସେସବୁ ନିୟମ, ନହେଲେ ହୋଇ ପାରନ୍ତି ଅସୁବିଧାର ସମ୍ମଖୀନ !

Top 7 Facts You Should Know That Changed in February 1 2019

Top 7 Facts You Should Know That Changed in February 1 2019

୨୦୧୯ ମସିହାର ଦ୍ୱିତୀୟ ମାସ ଫ୍ରେବୁଆରି ମାସ ପ୍ରତୋକ ବ୍ୟକ୍ତିଙ୍କ ପାଇଁ ନିଶ୍ଚୟ କିଛି ସ୍ବତନ୍ତ୍ର I କାରଣ ଏହି ଫ୍ରେବୁଆରି ମାସରୁ ସାରା ଦେଶରେ ୭ଟି ବଡ ନିୟମରେ ପରିବର୍ତ୍ତନ ହୋଇଛି I
ଏବେ ଆସନ୍ତୁ ଜାଣିବା କେଉଁ ୭ଟି ନିୟମରେ କି ପ୍ରକାର ପରିବର୍ତ୍ତନ ହୋଇଛି ଓ ଆପଣ ସେଥି ପ୍ରତି ସଚେତନ ଅଛନ୍ତି ତ !

Contents

୧-ସ୍ୱତନ୍ତ୍ର ଆରକ୍ଷଣ

କିଛି ଦିନ ତଳେ କେନ୍ଦ୍ର ସରକାର ସବର୍ଣ ଜାତିର ଲୋକ ଙ୍କ ପାଁଇ ୧୦ପ୍ରତିଶତ ଆରକ୍ଷଣ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି I ଯାହାକୁ ନେଇ ସବର୍ଣ ବର୍ଗର ଲୋକେ ଖୁବ ପ୍ରଶଂସା କରିଥିଲେ ଓ ଖୁସି ମଧ୍ୟ ହୋଇଥିଲେ I ସବର୍ଣ ଜାତିର ଲୋକଙ୍କ କ୍ଷେତ୍ରରେ ଏହି ୧୦% ଆରକ୍ଷଣ ୧ ଫ୍ରେବୁଆରିରୁ ଲାଗୁ ହେଉଛି I
Job Reservation in India 2019

୨-ଅନଲାଇନ ୱାଲେଟ୍

୧ ଫ୍ରେବୁଆରିରୁ ଏହି ନିୟମ ହୋଇଛି ଯେ ଯଦି ଆପଣ ଅନଲାଇନ ୱାଲେଟ୍ ଯେପରିକି ଫୋନ ପେ , PAYTM ଆଦି ବ୍ୟବହାର କରୁଛନ୍ତି ତେବେ KYC କରିବା ବାଧ୍ୟତା ମୂଳକ ଅଟେ I ନଚେତ ଆପଣଙ୍କର ଏହି ୱାଲେଟ୍ ବନ୍ଦ ହେଇଯିବ I ଏହି ନିୟମର ଶେଷ ସୀମା ୨୮ ଫ୍ରେବୁଆରି ୨୦୧୯ ରଖା ଯାଇଛି I
Online Wallet in India

୩-ଡ୍ରାଇଭିଂ ଲାଇସେନ୍ସ

ନିଜର ଡ୍ରାଇଭିଂ ଲାଇସେନ୍ସକୁ ନିଜର ଆଧାର କାର୍ଡ ସହ ଯୋଡିବା କାର୍ଯ୍ୟର ଶେଷ ସୀମା ଫ୍ରେବୁଆରି ମାସ ଶେଷ ପର୍ଯ୍ୟନ୍ତ ରଖା ଯାଇଛି | ଡ୍ରାଇଭିଂ ଲାଇସେନ୍ସକୁ ନିଜର ଆଧାର କାର୍ଡ ସହ ସଂଯୋଗ କରିବା ଦ୍ବାରା ନକଲି ଡ୍ରାଇଭିଂ ଲାଇସେନ୍ସକୁ ସହଜରେ ବନ୍ଦ କରାଯାଇ ପାରିବ | ଯଦି ଆପଣ ଏହା କରିନାହାନ୍ତି ତେବେ ତୁରନ୍ତ କରିଦିଅନ୍ତୁ I ନଚେତ ଫ୍ରେବୁଆରି ମାସ ପରେ ଅସୁବିଧାରେ ପଡି ପାରନ୍ତି |
Driving License Link to Aadhaar

୪- ଆଇ.ଟି.ଆର. ଫାଇଲ

ଯଦି ଆପଣ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଇ.ଟି.ଆର. ଫାଇଲ କରିନାହାନ୍ତି ତେବେ ଆପଣଙ୍କ ପାଖରେ ଖୁବ କମ୍ ସମୟ ରହିଛି I ଯଥା ଶୀଘ୍ର ଆଇ.ଟି.ଆର. ଫାଇଲ୍ କରିଦିଅନ୍ତୁ | କାରଣ ଏହାର ଶେଷ ସୀମା ୩୧ ମାର୍ଚ୍ଚ ୨୦୧୯ ରଖା ଯାଇଛି I
ITR Filing 2019

୫-ମନ ପସନ୍ଦର ଟି.ଭି.ଚ୍ୟାନେଲ

ଟ୍ରାଇ(ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ) ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧ ଫ୍ରେବୁଆରି ପୂର୍ବରୁ ନିଜ ମନ ପସନ୍ଦର ଟି.ଭି. ଚ୍ୟାନେଲ ଚୟନ କରିବାକୁ ନିୟମ କରିଥିଲା I ଯଦି ଆପଣ ଏପରି କରି ନାହାନ୍ତି ତେବେ ଟିଭି ଚାନେଲ ଦେଖି ପାରିବେ ନାହିଁ I ବିସ୍ତୃତ ସୂଚନା ପାଁଇ ନିଜ କେବୁଲ ଅପରେଟରଙ୍କ ସହ ବା ନିଜର ଡି.ଟି.ଏଚ୍. କମ୍ପାନୀ ସହ ଯୋଗାଯୋଗ କରନ୍ତୁ |
Indian TV Chanel Rule 2019

୬-ଅଫର୍ ଓ ଡିସକାଉଣ୍ଟ୍

୧ଫ୍ରେବୁଆରି ପରେ ଅଫର ଓ ଡ଼ିସକାଉଣ୍ଟ ମିଳିବା ବନ୍ଦ ହେଇଯିବ I ଏପରି କ୍ଷେତ୍ରରେ ଆମଜାନ୍ ଓ ଫ୍ଲିପକାଟ୍ ପରି ଅନଲାଇନ୍ ସପିଂ ଷ୍ଟୋର୍ ଆଉ ଅଫର୍ ସେଲ୍ ବାହାର କରିପାରିବେ ନାହିଁ I ଅନଲାଇନ୍ ମାର୍କେଟ ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରାଯିବ I ବହୁଳ ମାତ୍ରାରେ ଡ଼ିସକାଉଣ୍ଟ୍ ମନ ଇଚ୍ଛା କେହି ମଧ୍ୟ ଦେଇପାରିବେ ନାହିଁ I
Amazon Flipkart Offers 2019 Rules

୭-ପ୍ୟାନ କାର୍ଡ ଓ ଆଧାର କାର୍ଡ ଯୋଡିବା

ଯଦି ଆପଣ ଏପର୍ଯ୍ୟନ୍ତ ନିଜ ପ୍ୟାନ କାର୍ଡ ସହ ନିଜର ଆଧାର କାର୍ଡକୁ ସଂଯୋଗ କରି ନାହାନ୍ତି ତେବେ ଆପଣ ଙ୍କ ପାଁଇ ଏହା ସମସ୍ୟା ସୃଷ୍ଟି କରିପାରେ | ତେଣୁ ଯଥା ଶୀଘ୍ର ଏହାକୁ ଅନଲାଇନ୍ ଦ୍ୱାରା ନିଜର ଆବଶ୍ୟକୀୟ ଡକୁମେଣ୍ଟ ଦେଇ ସଂଯୋଗ କରି ଦିଅନ୍ତୁ I
Link Pan Card and Driving license to Aadhaar Card 2019
ଆଶା କରୁଛୁ ଆମର ଏହି ତଥ୍ୟ ଆପଣଙ୍କୁ ପାଇଁ ନିଶ୍ଚୟ ଉପଯୋଗୀ ହୋଇ ପାରିବ |

Comments

comments