OdiaWeb- Odia Film, Music, Songs, Videos, SMS, Shayari, Tourism, News

ତୁଳସୀ ଦାସଙ୍କର ଶାସ୍ତ୍ର ଅନୁସାରେ ସଫଳତାର ୬ଟି ମନ୍ତ୍ର

ପବିତ୍ର ଓ ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ‘ରାମଚରିତମାନସ’ର ରଚୟିତା ତୁଳସୀଦାସ ମନୁଷ୍ୟ ଜୀବନରେ ସଫଳତା ପ୍ରାପ୍ତି ପାଇଁ ୬ଟି ଅମୂଲ୍ୟ ଉପଦେଶ ଦେଇଛନ୍ତି | ମନୁଷ୍ୟ ହେଉଛି ଇଶ୍ବରଙ୍କର ଶ୍ରେଷ୍ଠ ସୃଷ୍ଟି | ପ୍ରତ୍ୟେକ ମନୁଷ୍ୟ ଜୀବନରେ ଆନନ୍ଦ ,ଉନ୍ନତି ଓ ସଫଳତା ପ୍ରାପ୍ତିର ବାଟ ଖୋଜିଥାଏ। ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ, ନିଜକୁ ସମ୍ମାନ ମିଳୁ, ନିଜର ନାମ ଉଚ୍ଚା ହେଉ ଓ ଜୀବନ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହେଉ । କିନ୍ତୁ ମନୁଷ୍ୟ କେବେ ଏହି କଥା ଭାବି ନଥାଏ ଯେ ଏସବୁର ଆବଶ୍ୟକତା ଜୀବନରେ କାହିଁକି ବା କିପରି ଉପାୟରେ ଏସବୁକୁ ପ୍ରାପ୍ତ କରିହେବ |
Top 6 Mantra for Success by Tulasi Das
Top 6 Mantra for Success by Tulasi Das
 ତେବେ ଆସନ୍ତୁ ଜାଣିବା ସଫଳତାର ସେହି ଛଅଟି ମନ୍ତ୍ର ଯାହା ତୁଳସୀ ଦାସ କହିଯାଇଛନ୍ତି :-
୧. ତୁଳସୀଦାସ କହିଛନ୍ତି ଯେ, ମଧୁର ବଚନ କହୁଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥା’ନ୍ତି । କାହାକୁ ବି ମୋହିତ କରିବା ପାଇଁ ଏହା ସବୁଠାରୁ ସହଜ ସରଳ ଉପାୟ ଅଟେ । ତେଣୁ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ କଠୋର ବଚନ ଛାଡ଼ି ମଧୁର ବଚନ କହିବା ପାଇଁ ଚେଷ୍ଟା କରିବା ଉଚିତ ।
Tulasi Das Odia Sadhu Bani
୨. ତୁଳସୀ ଦାସ କହିଛନ୍ତି ଯେ, ଗୁରୁ ଦେଇଥିବା ଶିକ୍ଷାକୁ ଯେଉଁ ବ୍ୟକ୍ତି ସମ୍ମାନ କରି ନ ଥାଏ ଏବଂ ତାହାକୁ ପରିହାସ କରିଥାଏ ; ସେ ଜୀବନରେ ବହୁତ ଅନୁତାପ ଓ ଅନୁଶୋଚନା କରିଥାଏ । କାରଣ ଗୁରୁ ହେଉଛନ୍ତି ସାକ୍ଷାତ ଇଶ୍ବର ଯିଏ ମନୁଷ୍ୟକୁ ଅଜ୍ଞାନ ଅନ୍ଧକାରରୁ ବାହାର କରି ମନୁଷ୍ୟର ଜୀବନରେ ଜ୍ଞାନର ଉଜ୍ବଳ ଦୀପ ଜଳାଇ ଥା’ନ୍ତି |
୩. ତୁଳସୀ ଦାସ ଏହା ମଧ୍ୟ କହିଛନ୍ତି ଯେ, ବର୍ଷା ଋତୁରେ ବେଙ୍ଗର ଭୟାନକ ଧ୍ୱନି ଏତେ ବେଶି ହୋଇଯାଇ ଥାଏ ଯେ, କୋଇଲିର ମିଠା ବାଣୀ ତାର ପ୍ରକୋପରେ ଦବି ଯାଇଥାଏ । ସେହିପରି ଯେବେ ଚତୁର ଓ ମୁର୍ଖଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥାଏ, ତେବେ ଭଲ ଲୋକର କଥା ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଏହି ସମୟରେ ଭଲ ଲୋକ ଚୁପ ରହିବା ହିଁ ଠିକ୍ ।
୪. ଗୌସ୍ୱାମୀ ତୁଳସୀ ଦାସ କହିଛନ୍ତି ଯେ, ଭଗବାନ ରାମଙ୍କ ଉପରେ ବିଶ୍ଵାସ ରଖି ଆରାମର ବଂଶୀ ବଜାଅ । ଅର୍ଥାତ୍ ମନରେ କୌଣସି ଅନିଶ୍ଚିତ ବା ନକରାତ୍ମକ ଚିନ୍ତା ନ ରଖି ସର୍ବଦା ଶାନ୍ତ ଓ ସ୍ଥିରମନା ହୋଇ ନିଜ କର୍ତ୍ତବ୍ୟ କରି ଚାଲିବା ଆବଶ୍ୟକ | କାରଣ ଏହି ସଂସାରରେ କିଛି ବି ଅସମ୍ଭବ ନୁହେଁ । ଆଉ ଯାହା ହେବାକୁ ଥିବ ତାକୁ କେହି ବି ଅଟକାଇ ରଖି ପାରିବେ ନାହିଁ । କାହିଁକି ନା ଭଗବାନ ବା ଇଶ୍ବରଙ୍କ ଇଚ୍ଛା ବିନା ଗୋଟିଏ ପତ୍ର ବି ହଲି ନଥାଏ । ତେଣୁକରି ଆପଣ ସମସ୍ତେ ଚିନ୍ତାରୁ ମୁକ୍ତ ହୋଇ ନିଜର କର୍ମ କରିଚାଲନ୍ତୁ ।
୫. ତୁଳସୀ ଦାସଙ୍କ ମତ ଅନୁସାରେ ଘର ର ମୁଖିଆଙ୍କର ସ୍ବଭାବ ସର୍ବଦା ମୁଖ ପରି ହେବା ଉଚିତ | ଅର୍ଥାତ୍ ମୁଖ ଯେପରି ଏକା ଖାଇ ଥାଏ, ପିଇ ଥାଏ ମାତ୍ର ଶରୀର ର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେଙ୍ଗକୁ ସମାନ ଭାବେ ପାଳନ ପୋଷଣ କରିଥାଏ, ସେହିପରି ଘରର ମୁଖିଆ ଘର ର ସବୁ ସୁଖ, ସୁବିଧା, ସମ୍ପତ୍ତି ଓ ଅଧିକାରକୁ ନିଜ ହାତ ମୁଠାରେ ରଖି ଯଦି ଘର ର ସବୁ ସଦସ୍ୟଙ୍କର ବିବେକପୂର୍ବକ ଉପଯୁକ୍ତ ଆଦର ଯତ୍ନ କରି ତାଙ୍କର ଆବଶ୍ୟକତାକୁ ବିନା ପକ୍ଷପାତରେ ସମଦୃଷ୍ଟିରେ ଦେଖିବା ଉଚିତ ଯାହା ପ୍ରକୃତ ମୁଖିଆର କର୍ତ୍ତବ୍ୟ |
୬. ତୁଳସୀ ଦାସ କହିଛନ୍ତି ସମୟ ସବୁ ଠାରୁ ବଳବାନ କାରଣ ସମୟ ହିଁ ମଣିଷକୁ ସର୍ବଶ୍ରେଷ୍ଠ ସ୍ଥାନକୁ ଉପନୀତ କରାଇଥାଏ ଏବଂ ସମୟ ହିଁ ମଣିଷକୁ ଦୁର୍ବଳ ବନାଇ ତଳିତଳାନ୍ତ କରି ଦେଇଥାଏ । ତେଣୁ ପ୍ରତ୍ୟେକ ମନୁଷ୍ୟ ସମୟର ସଦୁପଯୋଗ କରିବା ଉଚିତ୍ ଓ ବର୍ତ୍ତମାନକୁ ବିଶେଷ ଗୁରୁତ୍ବ ଦେଇ, ଭଲ କର୍ମ କରି ଜୀବନରେ ଆଗକୁ ଯିବା ଦରକାର |
Odia Sadhu Vani By Tulasi Das
ଆଶା କରୁଛୁ ପୌରାଣିକ ତଥ୍ୟଭିତ୍ତିକ ଆମର ଏହି ଅନୁଚ୍ଛେଦଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ |

Comments

comments