OdiaWeb- Odia Film, Music, Songs, Videos, SMS, Shayari, Tourism, News

ଏହା ହେଉଛି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ କେନ୍ଦ୍ର ସରକାର କରିଥିବା ୫ଟି ବଡ଼ ଘୋଷଣା

କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଫେବୃଆରୀ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଶେଷ ବଜେଟ୍‌ ହୋଇଥିବାରୁ, ଏହା ଉପରେ ସାରା ଦେଶବାସୀଙ୍କର ବିଶେଷ ନଜର ଥିଲା।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ, କେନ୍ଦ୍ରରେ କ୍ଷମତାରେ ଥିବା ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କ’ଣ ବଡ଼ ଘୋଷଣା କରୁଛନ୍ତି, ବିଶେଷ କରି ଚାଷୀଙ୍କ ପାଇଁ କ’ଣ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କର ନଜର ଥିଲା। ତେବେ ଏହି ବଜେଟ୍‌ ରେ କ୍ଷୁଦ୍ରଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରଦାନ ଠାରୁ ଆରମ୍ଭ କରି ଭଲ ‘ଗ୍ରାଚୁଇଟି ଟର୍ମସ୍‌’ ଏବଂ ‘ଆୟକର ଛାଡ଼’ ଭଳି ଏମିତି ୫ଟି ବଡ଼ ଘୋଷଣା କେନ୍ଦ୍ର ସରକାର କରିଛନ୍ତି। ଏବେ ଆସନ୍ତୁ ନଜର ପକାଇବା ସେହି ୫ଟି ଘୋଷଣା ଉପରେ !
Top 5 Facts of Budget 2019 Highlights in Odia language
Top 5 Facts of Budget 2019 Highlights in Odia language

Contents

ଚାଷୀଙ୍କ ପାଇଁ ନୂଆ ଯୋଜନା

ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଘୋଷଣା କରାଯାଇଛି। ଏହି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ମିଳିବ। ୩ଟି କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଏହି ଯୋଜନାରେ ଦେଶର ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ବୋଲି ଆକଳନ କରାଯାଇଛି।

ହାଇଟେକ୍‌ ହେବ ଟ୍ୟାକ୍ସ ବ୍ୟବସ୍ଥା

ଆଗାମୀ ୨ ବର୍ଷ ମଧ୍ୟରେ ସମସ୍ତ ଟ୍ୟାକ୍ସ ରିଟର୍ଣ୍ଣସ୍‌ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ହେବ। ଏଥିରେ କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ରହିବ ନାହିଁ। ୨୦୧୩-୧୪ ମସିହାରେ ସିଧାସଳଖ ଟିକସ ଆଦାୟ ୬.୩୮ ଲକ୍ଷ କୋଟିରୁ ୧୨ ଲକ୍ଷ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସମସ୍ତ ଆୟକର ରିଟର୍ଣ୍ଣସ୍‌ ୨୪ ଘଣ୍ଟା ମଧ୍ୟରେ ହେବ।

ଶ୍ରମିକଙ୍କ ପାଇଁ ପେନ୍‌ସନ୍‌

ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବୟସ୍କ ଶ୍ରମିକ ମାନଙ୍କ ପାଇଁ ବଜେଟ୍‌ରେ ଏକ ପେନ୍‌ସନ୍‌ ଯୋଜନା ଘୋଷଣା କରାଯାଇଛି। ଏହାର ନାଁ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶ୍ରମିକ ମାନେ ଏହି ଯୋଜନାରେ ଲାଭ ଉଠାଇ ପାରିବେ। ଏହି ଯୋଜନାରେ ଏହି ଶ୍ରମିକମାନେ ମାସକୁ ଶହେ ଟଙ୍କା ଲେଖାଏଁ ଦାଖଲ କଲେ, ପେନ୍‌ସନ୍‌ ବାବଦକୁ ମାସିକ ୩୦୦୦ ଟଙ୍କା ମିଳିବ।

ଆୟକର ଛାଡ଼ ସ୍ଲାବ୍‌ ବୃଦ୍ଧି

ମଧ୍ୟବିତ ବର୍ଗ ଆୟକର ଦାତାଙ୍କୁ ବଜେଟ୍‌ରେ ବଡ଼ ରିହାତି ମିଳିଛି। ଆୟକର ସୀମା ଛାଡ଼ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରା ଯାଇଛି। ଅର୍ଥାତ୍ ଯେଉଁ ଆୟକର ଦାତାଙ୍କର ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କର ଟିକସ ସମ୍ପୂର୍ଣ୍ଣ ଛାଡ଼ ହେବ। ଆପଣ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ବୀମା କରିଥିଲେ, ସାଢ଼େ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ସ୍ଲାବ୍‌ରେ ରହିବେ।

ଗ୍ରାଚୁଇଟି ସୀମା ବଢ଼ିଲା

ଦୁଇବର୍ଷ ମଧ୍ୟରେ ୨ କୋଟି ଇପିଏଫ୍‌ଓ (EPFO) ନୂଆ ଆକାଉଣ୍ଟ୍‌ ଖୋଲିଛି। ଏହା ହିଁ ସୂଚାଇ ଦେଉଛି ଯେ, କମ୍ପାନୀ ସେକ୍ଟରରେ ଆର୍ଥିକ କ୍ଷେତ୍ର ବ୍ୟବସ୍ଥିତ ହୋଇପାରିଛି। ସେହିପରି ଗ୍ରାଚୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ୨୦୧୯ ଅନ୍ତରୀଣ ବଜେଟରେ ରଖିଥିବା ମୁଖ୍ୟ ଅଭିଭାଷଣ ସମ୍ବନ୍ଧରେ:-  ।
•ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ ।
•ପ୍ରତି କୃଷକଙ୍କ ଆକାଉଣ୍ଟକୁ ଯିବ ୬ହଜାର ଟଙ୍କା । ଉପକୃତ ହେବେ ୧୨କୋଟି କୃଷକ ।
•୨ ହେକ୍ଟର ଜମି ଥିବା କୃଷକ ହେବେ ଉପକୃତ ।
•କୃଷକମାନଙ୍କୁ ୩ଟି କିସ୍ତିରେ ମିଳିବ ଟଙ୍କା ।
•ମତ୍ସ୍ୟ ବିକାଶ ପାଇଁ ସ୍ବତନ୍ତ୍ର ବିଭାଗ ହେବ ଗଠନ ।
•ସମସ୍ତ ୨୨ଟି ଶଷ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ଗୁଣ ବୃଦ୍ଧି ।
•ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ୨ ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ବ୍ୟବସ୍ଥା ।
•ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ୫ପ୍ରତିଶତ ସୁଧ ହାରରେ ଆର୍ଥିକ ସହାୟତା ।
•ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ମେଗା ପେନସନ ଯୋଜନା ।
•ପ୍ରତି ହିତାଧିକାରୀଙ୍କୁ ମିଳିବ ୩ହଜାର ଟଙ୍କା ।
•ଉଜ୍ବଳା ଯୋଜନାରେ ୮କୋଟି ପରିବାରକୁ ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ ।
•୬କୋଟି ପରିବାର ଗ୍ୟାସ୍ ସଂଯୋଗ ପାଇଛନ୍ତି ।
•ପ୍ରତି ଦିନ ୨୭କିମି ରାଜପଥ ନିର୍ମାଣ ହେଉଛି ।
•୨୦୨୨ ସୁଦ୍ଧା ଗଠନ ହେବ ନୂଆ ଭାରତ ।
•ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର ।
•ଗତ ସାଢେ ୪ବର୍ଷରେ ହୋଇଛି ଦେଶର ସାମଗ୍ରିକ ବିକାଶ ।
•ଗତ ୫ବର୍ଷରେ ଦେଶରେ ବଢିଛି ବୈଦେଶିକ ପୁଞ୍ଜି ନିବେଶ ।
•ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛୁ ।
•୨୦୨୨ ସୁଦ୍ଧା ସମସତଙ୍କୁ ମିଳିବ ଘର ।
•ସ୍ବଚ୍ଛ ଭାରତ ଯୋଜନାରେ ୯୮ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ ।
•ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟସ୍ତା ୩ଗୁଣ ବଢିଛି ।
•ଚାଷୀମାନଙ୍କ ଆୟ ଦୁଇ ଗୁଣ କରାଯାଇଛି ।
•ବିଶ୍ବରେ ଭାରତ ଷଷ୍ଠ ବୃହତ ଆର୍ଥିକ ଶକ୍ତି ।
•ହରିୟାଣାରେ ୨୨ତମ ଏମ୍ସ ପ୍ରତିଷ୍ଠା ହେବ ।
•ସୌଭାଗ୍ୟ ଯୋଜନାରେ ସମସ୍ତଙ୍କୁ ବିଜୁଳି ।
•ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛନ୍ତି ସରକାର ।
•ପ୍ରଧାନମନ୍ତ୍ରୀ ସଡକ ଯୋଜନା ପାଇଁ ୯୮ ହଜାର କୋଟି।
•ନ୍ୟୁ ଇଣ୍ଡିଆ ଦିଗରେ ଅଗ୍ରସର ହେଉଛି ଭାରତ ।
•ମନରେଗା ଯୋଜନା ପାଇଁ ୬୦ହଜାର କୋଟି ଟଙ୍କା ।

Comments

comments