OdiaWeb- Odia Film, Music, Songs, Videos, SMS, Shayari, Tourism, News

ଓଡ଼ିଶାର ଏହି ଦୁଇ ଜଣଙ୍କୁ ଚଳିତ ବର୍ଷ ମିଳିଛି ପ୍ରଧାନମନ୍ତ୍ରୀ ବାଲ୍ ଶକ୍ତି ପୁରସ୍କାର

To Odia Boy Got Bal Shakti Puraskar 2019

ଆପଣ ପ୍ରତ୍ୟେକ ଓଡିଆ ଏହା ଜାଣି ନିଶ୍ଚୟ ଖୁସି ହେବେ ଯେ, ଚଳିତ ୨୦୧୯ ମସିହାରେ ଓଡ଼ିଶାର ଦୁଇ ଜଣ ମେଧାବୀ ଛାତ୍ରଙ୍କୁ ‘ପ୍ରଧାନମନ୍ତ୍ରୀ ବାଲ୍ ଶକ୍ତି ପୁରସ୍କାର’ ମିଳିଛି | ଏହା କେବଳ ଓଡିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ତଥା ବିଶ୍ବ ପାଇଁ ଗର୍ବର ବିଷୟ |
ସେମାନଙ୍କ ମଧ୍ୟରୁ ଜଣେ ହେଲେ ଯାଜପୁର ଜିଲ୍ଲାର ନୈସର୍ଗିକ ଲେଙ୍କା ଓ ଅନ୍ୟ ଜଣେ ହେଲେ ବଲାଙ୍ଗୀରର ଆୟୁଷ୍ମାନ ତ୍ରିପାଠୀ । ମଙ୍ଗଳବାର (୨୨/୦୧/୧୯)ରାଷ୍ଟ୍ରପତି ଭବନର ଦରବାର୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୈସର୍ଗିକ ଓ ଆୟୁଷ୍ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ଏବେ ଆସନ୍ତୁ ଜାଣିବା ଏହି ଦୁଇ ଜଣ ମେଧାବୀ ଛାତ୍ରଙ୍କ ବିଷୟରେ…

୧- ଯାଜପୁରର ନୈସର୍ଗିକ ଲେଙ୍କା

ଚର୍ମ କର୍କଟ ଓ ପାକସ୍ଥଳୀ କର୍କଟରୁ ରକ୍ଷା କରିବା ପାଇଁ ନୈସର୍ଗିକ ଲେଙ୍କାଙ୍କ ଉଦ୍ଭାବନକୁ ମିଳିଛି ଜାତୀୟ ସ୍ତରର ପୁରସ୍କାର ।  ଯାଜପୁର ଜିଲ୍ଲାର ନିଲାମ୍ବରପୁର ଗାଁର ବାସିନ୍ଦା ହେଲେ ନୈସର୍ଗିକ । ତାଙ୍କ ଗାଁରୁ ଅଳ୍ପ ଦୂରରେ ରହିଛି ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ । କ୍ରୋମିୟମ୍ ମାଇନିଂ ଯୋଗୁଁ ଖଣିରୁ ବାହାରୁ ଥିବା ବର୍ଜ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଜନ ଜୀବନକୁ ପ୍ରଭାବିତ କରୁଛି । ଏହି ବର୍ଜ୍ୟ ପାଣି, ପବନ ଓ ମାଟିରେ ମିଶି କ୍ୟାନସର୍ ବାହକ ସୃଷ୍ଟି କରୁଛି । ପରେ ଖାଦ୍ୟ ଚକ୍ରରେ ମିଶି ଫଳ, ପନିପରିବା ଓ ଚାଉଳ ଦ୍ୱାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ବର୍ଜ୍ୟ ଦ୍ୱାରା ୩ ଲକ୍ଷ ଲୋକ ଚର୍ମ ଓ ପାକସ୍ଥଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏଥି ପାଇଁ ନାଇଜର୍ ଲ୍ୟାବରେ ଡକ୍ଟର କିଶୋର ଚନ୍ଦ୍ର ଶେଖର ପାଣିଗ୍ରାହୀଙ୍କ ନେତୃତ୍ୱରେ ଦେଢ଼ ବର୍ଷ ହେଲାଣି ଗବେଷଣା କରୁଛନ୍ତି ନୈସର୍ଗିକ ।
Bal Shakti Puraskar Winner Naisargika Lenka
ଖଣି ଅଂଚଳର ଲୋକମାନଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ସେ ଏକ ମାଟ୍ରିକ୍ସ ଉଦ୍ଭାବନ କରିଛନ୍ତି । ଏକ ସ୍ୱତନ୍ତ୍ର ଶୈବାଳ ଓ ପଲିମରର ମିଶ୍ରଣରେ ଏକ ନୂତନ ଜ୍ଞାନ କୌଶଳ ପ୍ରସ୍ତୁତ କରାଯାଇଛି । ଯାହାକୁ ପାଣି ଓ ମାଟିରେ ଭିନ୍ନ ଭିନ୍ନ ଉପାୟରେ ଉପଯୋଗ କରି ହେବ । ଯାହାକି କ୍ୟାନସର ସୃଷ୍ଟିକାରୀ । ଉପାଦାନକୁ ଖାଦ୍ୟ ଚକ୍ରକୁ ଯିବାକୁ ଦେବ ନାହିଁ । ୟୁନିଟ୍ ୮ ଡି.ଏ.ଭି.ର ଛାତ୍ର ନୈସର୍ଗିକ ଲେଙ୍କା ବ୍ୟବସାୟୀ ସମରକେତନ ଲେଙ୍କା ଓ ମାତା ଇପସିତା ପୂଜାରୀଙ୍କ ପୁଅ ।

୨- ବଲାଙ୍ଗୀରର ଆୟୁଷ୍ମାନ

ବଲାଙ୍ଗୀରର ମନୋଜ କୁମାର ତ୍ରିପାଠୀ ଓ ନୀଳିମା ତ୍ରିପାଠୀଙ୍କ ପୁଅ ଆୟୁଷ୍ମାନ୍ ତ୍ରିପାଠୀ ମଧ୍ୟ ପାଇଛନ୍ତି ପ୍ରଧାନମନ୍ତ୍ରୀ ବାଲଶକ୍ତି ପୁରସ୍କାର । ଆୟୁଷ୍ମାନ୍ ଚନ୍ଦ୍ରଶେଖରପୁର ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି । ଅୟୁଷ୍ମାନ ଆନ୍ତର୍ଜାତୀୟ ଜୁନିୟର୍ ସାଇନସ୍ ଅଲମ୍ପିଆଡରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ସହିତ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ସ୍ୱର୍ଣ୍ଣପଦକ ଆଣିଥିଲେ ।
Bal Shakti Puraskar Winner Ayusman Tripathi
ବିଭିନ୍ନ ସର୍ବଭାରତୀୟ ଅଲମ୍ପିଆଡ୍ ପରୀକ୍ଷାରେ ଭାଗ ନେଇ ୯ଥର ପ୍ରଥମ ହେବା ସହିତ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଆମେରିକାସ୍ଥିତ ନାସାକୁ ଯିବାକୁ ସୁଯୋଗ ମଧ୍ୟ ପାଇଛନ୍ତି । ନିକଟରେ ପ୍ରଥମ ହୋଇ ସିଙ୍ଗାପୁରସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ର ଯାଇଛନ୍ତି । କିଶୋର ବୈଜ୍ଞାନିକୁ ପ୍ରୋତ୍ସାହନ ଯୋଜନା, ପଦାର୍ଥ ବିଜ୍ଞାନ ଅଲମ୍ପିଆଡ୍ ଓ ରସାୟନ ବିଜ୍ଞାନ ଅଲମ୍ପିଆଡରେ ମଧ୍ୟ ବହୁବାର ସଫଳତା ହାତେଇଛନ୍ତି ଆୟୁଷ୍ମାନ୍ ।
ଏହି ଦୁଇଜଣ ଓଡିଆ ମେଧାବୀ ଛାତ୍ରଙ୍କର ଆମେ ଉନ୍ନତି ଓ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛୁ |

Comments

comments