Presenting Sammohini Lyrics which is a odia romantic song by Kuldeep Pattnaik and Archana Padhi. This song is Music by Abhijit Tripathy And lyrics written by Ranjan Nayak.
ସଜଳ ସଜଳ ତୋ ଆଖିର କଜ୍ଜଳ
କହୁଛି ଲୋ କେତେ କଥା
ସେଇ ଆଖିରୁ ତ ବାରି ହେଇଯାଏ
ମୋ ପ୍ରେମର ଗଭୀରତା
ହଜାରେ ଜହ୍ନକୁ ଏକାଠି କଲେ ବି
ତୋ ମୁହଁ ପରି ଜମା ଦିଶୁନି
ତୁ ସମ୍ମୋହିନୀ..ତୁ ସମ୍ମୋହିନୀ…ତୁ…
ଅନେକ ଦିନରୁ ବାକିତ ରହିଛି
ମୋ ମନର ମିଠା ଭୋକ
କବରୀ ସଜେଇ କେବେଠୁ ବଇଛି
ରଚିବାକୁ ପ୍ରେମ ଗପ
ହଁ ସରମୀ ଲତାର ସରମ ପରସେ ଅଲିଅଳୀ ଅଭିମାନିନୀ
ମୁଁ ସମ୍ମୋହିନୀ..ମୁଁ ସମ୍ମୋହିନୀ…ମୁଁ…
ମିଛରେ ତୁ ରୁଷିଗଲେ ମେଘ କୁମାରୀ
ଭାବନାର ବନ୍ଧ ବାଡ ଯାଏ ଉଛୁଳି
ନଜରରେ ଛୁଇଁ ଯେବେ ଯାଉଛୁ ଚାଲି
ବିନା ବସନ୍ତରେ ସତେ ଆସୁଛି ହୋଲି
ଝିଅନା ତୁ ସତେ ଅଷ୍ଟମ ଆଶ୍ଚର୍ଯ୍ୟ
ଯେତେ ଦେଖିଲେ ବି ମନ ବୁଝୁନି
ତୁ ସମ୍ମୋହିନୀ..ତୁ ସମ୍ମୋହିନୀ…ତୁ…
ମୁଁ ସମ୍ମୋହିନୀ..ମୁଁ ସମ୍ମୋହିନୀ…ମୁଁ…
ତୁ ସମ୍ମୋହିନୀ…..
ମୁଁ ସମ୍ମୋହିନୀ..ମୁଁ………..
♫ CREDITS ♫
♫Song Name – Sammohini I ସମ୍ମୋହିନୀ
♫Singers – Kuldeep Pattnaik and Archana Padhi
♫Music – Abhijit Tripathy
♫Lyrics – Ranjan Nayak
♫Guitar – Blesson Naik