Presenting Odia Film Song Kichi Bata Chale Puni Lyrics which is a odia Sad Heart Touching song sung by the famous Odisha Singer Tapu Mihra.
କିଛି ବାଟ ଚାଲେ ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ ଭାବି ନଥିଲି
ଗୋଟେ ରାତି ପାଇଁ ଖାଲି ଦୀପଟିଏ ଜାଳିଥିଲି
ହେଲେ ହାତ ଜଳିଯିବ ଜାଣି ନଥିଲି
ଏତେ ମିଠା କଥା ଥିଲା…
କିଛି କିଛି କହିହେଲା ଆଉ କିଛି ରହିଗଲା
ଏ କାହାଣୀ ଏମିତିକା ଶେଷ ହେବ ଜାଣିଥିଲି
ହେଲେ ଆଖି ଭିଜିଯିବ ଜାଣି ନଥିଲି
ମୋ ମନର ଏଇ ସାଧା କାଗଜରେ ଆଙ୍କୁ ଆଙ୍କୁ ଛବିଟିଏ
ଯେତେ ସବୁ ରଙ୍ଗ ଥିଲା ହେଇଗଲା ଶେଷ
ଛୁଇଁଦେଲି ସେ ଛବିକୁ ଆଖି ବୁଜି
ଜୀବନ ସେ ପାଇଗଲା ଦେଖି ଦେଖୁ ହେଇଗଲା ମୋ ମନ ମଣିଷ
ତା ସାଥିରେ ହସି ଖେଳି ନିଜକୁ ମୁଁ ଭୁଲିଗଲି
ମିଠା ଦିନ ସରିଗଲା..
ଏ ଫଗୁଣ ଏମିତିକା ଛୁଇଁଯିବ ଜାଣିଥିଲି
ହେଲେ ଦାଗ ଦେଇଯିବ ଜାଣି ନଥିଲି
ଦୁଷ୍ଟ ସେଇ ପୁଅ ସାଥେ ଗପୁ ଗପୁ ଚଗଲି ମୁଁ ହେଇଗଲି
ନିଜ ସୀମା ଡେଇଁଗଲି ପାରିଲିନି ଜାଣି
ଆଇନାକୁ ଦେଖୁ ଦେଖୁ ଭାବେ ଆଜି
କଢିଟିଏ କାଲି ଥିଲି ଫୁଲ ହେଇ ଫୁଟିଗଲି କେମିତି କେଜାଣି
ତା ପ୍ରେମର ମୌସୁମୀ ଗଲା ବୋଧେ ମତେ ଚୁମି
ମହକ ସେ ଭରିଦେଲା.
ଏ ମହକ ଏମିତିକା ଉଡିଯିବ ଜାଣିଥିଲି
ହେଲେ ଫୁଲ ଶୁଖିଯିବ ଜାଣି ନଥିଲି
କିଛି ବାଟ ଚାଲେ ପୁଣି ଫେରିଯିବି ଭାବିଥିଲି
ହେଲେ ସଞ୍ଜ ନଇଁଯିବ ଭାବି ନଥିଲି…
https://www.youtube.com/watch?v=sGHHkOLnkYg&ab_channel=TheOriyahits