Presenting Odia Album Song Ete Mitha Chahanire Jadi Chahinba Lyrics which is a odia Love Dance song sung by RS Kumar, Neha Niharika. The Lyrics of the song is written by Tapu Nayak and music of the song is directed by Asad Nizam.
ଏତେ ମିଠା ଚାହାଣୀରେ ଯଦି ଚାହିଁବ
ସତ କୁହ ହୃଦୟକି ଛାତିରେ ରହିବ
ଏତେ ମିଠା ଚାହାଣୀରେ ଯଦି ଚାହିଁବ
ସତ କୁହ ହୃଦୟକି ଛାତିରେ ରହିବ
କେତେ ଆଉ ଜଳେଇବ ମୁହଁ ପୋତି ଚାଲିଯିବ
ମନ ହେଲେ ହସିଦେଇ ଇଛା ହେଲେ ରାଗିଯିବ
କେବେ କୁହ ତମେ ମତେ ଭଲ ପାଇବ
ଏତେ ମିଠା ଚାହାଣୀରେ ଯଦି ଚାହିଁବ
ସତ କୁହ ହୃଦୟକି ଛାତିରେ ରହିବ
କେତେ ବେଦରଦି ଏଇ ପ୍ରେମ କହ
କାଚରେ ତୋଳିଲେ ଘର
କାଳେ ଭାଙ୍ଗିଯିବ ବିଚାରା ହୃଦୟ
ହସିବାକୁ ସାହସ ଯେ ହୁଏନି ମୋର
ବାହାନାରେ ତମେ ଖାଲି ରହୁଛ କାଇଁ
ମତେ ଖାଲି ଥରୁଟିଏ ଦେଖିବା ପାଇଁ
ଆଖିରେ ମୋ ଯେବେ ମିଶେ ତମରି ଆଖି
ନଜରରେ କେତେ କଥା ରଖୁଛ ବାକି
ଦିନରାତି ମତେ କାଇଁ ଝୁରୁଛ ଏତେ
ମନକଥା କେବେ ଆସି କହିବ ମତେ
କେବେ ତମେ ବୁଝିଯିବ ହାତ ଧରି ଟାଣିନବ
ନୀରବତା ଭାଙ୍ଗିଦେଇ କେତେ କଥା ଗପିଯିବ
କେବେ କୁହ ଖୋଲାଖୋଲି ପ୍ରେମ ଚାଲିବ
ଏତେ ମିଠା ଚାହାଣୀରେ ଯଦି ଚାହିଁବ
ସତ କୁହ ହୃଦୟକି ଛାତିରେ ରହିବ
ଭାରି ଅଭିମାନୀ ଏଇ ମନ ଆଜି
ଚଗଲି ଏଇ ଓଠ ମୋର
ଦୁଷ୍ଟ ପ୍ରଜାପତି ହେଇ ଆଜି ଭାବେ
ଉଡିବାକୁ କାଇଁ ଏତେ ଲାଗୁଛି ଡର
ତମକୁ ଜିତେଇବା ପାଇଁ ଯେ ଜାଣିକି ହାରେ
ଏବେ ସିନା ବୁଝୁନାହଁ ବୁଝିବ ପରେ
ଯଉଠି ଶୁଣିବ ଶୁଭେ ଆମରି କଥା
କେବେ ଲାଗେ ତମେ ଗପ କେବେ କବିତା
ତମକୁ ପାଇବା ପାଇଁ ପାଗଳ ଆଜି
ତମରି ପ୍ରେମରେ ମୁଁ ଯେ ଯାଇଛି ହଜି
କେତେ ଆଉ ଡରୁଥିବ ଯାଉ ଯାଉ ଫେରୁଥିବ
ଜାଣିଶୁଣି ଲୁଚିଯାଇ ଧରା ପୁଣି ପଡୁଥିବ
କେବେ କୁହ ତମେ ତମ ସୀମା ଡେଇଁବ
ଏତେ ମିଠା ଚାହାଣୀରେ ଯଦି ଚାହିଁବ
ସତ କୁହ ହୃଦୟକି ଛାତିରେ ରହିବ
Song Credits :
Song: Ete Mitha Chani Re
Music: Asad Nizam
Lyrics: Tapu Nayak
Singer: RS Kumar, Neha Niharika, Srikant Nanda
Arrangements, Mixing & Mastering, BGM: Asad Nizam
Keyboard:Subun
Recording & Dubbing:Afians Studio