Presenting The Odia sad Full Music Video Song Jaa Na Durei Alo Mo Dhana.This Song Sung By Humane Sagar, This song is Penned By Santosh Kumar, Music by Subhasish Kumar.
ମୋ ମନ ଆକାଶରେ ତୁ ଥିଲୁ ଲୋ ଜହ୍ନ
ତତେ ପାଇ ହସୁଥିଲା ମୋ ଏଇ ଜୀବନ…(୨)
ଫଗୁଣର ସାତ ରଙ୍ଗ ପରି
ମୋ ଜୀବନେ ଯାଇଥିଲୁ ଝରି
ଦିନେ ନଦେଖିଲେ ପାଗେଳି ପରି
କେତେ ଆଖିରୁ ଲୁହ ଯାଏ ଝରି
କାହା ପ୍ରେମ ପାଇଁ ମୋ ପ୍ରେମକୁ ଆଜି କଲୁ ବାରଣ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ
କଥା ପରା ଦେଇଥିଲୁ ମୋ ହାତ ଧରିବୁ ବୋଲି
କେମିତି ଲୋ ଅଧାବାଟେ ହାତ ଛାଡି ଗଲୁ ଚାଲି
ହୋ…
ଭୁଲିଗଲୁ କି ପ୍ରିୟା ଆମ ସେ ଅଭୁଲା ସ୍ମୃତି
ମୋ ଠାରୁ କିଏ ତତେ ଦେଲା କି ଅଧିକା ଖୁସି
ଏତେ ନିଜର ତୁ ଥିଲୁ ମୋର
କେମିତି ବଦଳିଲା ମନ ତୋର
ଦେଖିଯା ଲୋ ତୁ ଥରେ ଆସି
ତୋ ବିନା କେମିତି ମୁଁ ଅଛି
ଦେହ ଅଛି ହେଲେ ଲାଗୁଛି ଯେମିତି ନାହିଁ ଜୀବନ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ
ତୁ ଗଲା ପରେ ପ୍ରିୟା ଲାଗୁଛି ଏମିତି କାଇଁ
ତତେ ଛାଡିଦେଲେ ଧନ ଜୀବନରେ କିଛି ନାହିଁ
ହୋ…
ପଚାରନ୍ତି ଆଜି ମତେ ମୋ ସବୁ ସାଙ୍ଗ ସାଥି
କୁଆଡେ ଗଲା ତୋର ସେଦିନର ସବୁ ଖୁସି
କୋଉଠି ଅଛୁ ଲୋ ତୁ ଆ ଫେରି
ତୋ ବିନା ବଞ୍ଚିଛି ମରି ମରି
ଆଜି ବି ଭରସା ମୋର ଅଛି
ଆ ଫେରି ଆ ଲୋ ମୋ ସାଥି
ଆଉ ଥରେ ମୋର ହାତକୁ ଧରିନେ ଦଉଛି ରାଣ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ
ଯାଆନା ଦୂରେଇ ଆଲୋ ମୋ ଧନ
ତୋ ବିନା ବୁଝୁନି ଅବୁଝା ମନ…
Song Credits:
✽ Song : Jaa Na Durei Alo Mo Dhana
✽ Singer : Humane Sagar
✽ Lyrics : Santosh Kumar
✽ Music/Arranger : Subhasish Kumar
✽ Editor : Siju D
✽ Recorded At : MRR Studio,Cuttack