OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 23th January 2019

Odia Rashiphala

Odia Rashiphala

ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବେ, ତଥାପି ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କୌଣସି ଆରଣରୁ କ୍ରୋଧିତ ହୋଇପାରନ୍ତି । ଶତ୍ରୁନାଶ କରି ନିଶ୍ଚିନ୍ତ ହେବେ । ଉତ୍ତମ ବୁଦ୍ଧି ଓ ପରୋପକାରୀ ହେବେ ।
ଆଶା ଫଳବତୀ ହେବ । ବନ୍ଧୁ ସହମତୀ ହୋଇପାରନ୍ତି । ସାଧନାରେ ସିଦ୍ଧିଲାଭ ହେବ । ପରୋପକାରୀ ହେବେ । ବିଭିନ୍ନ ଦିଗରୁ ପ୍ରଚୁର ଧନ ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ । କୃଷିକ୍ଷେତ୍ରରୁ ଲଭ ମିଳିବ । ଯାନବାହନ ସୁଖ ମିଳିବ ।
ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ ଓ ଉତ୍ସାହ ବୃଦ୍ଧି ପାଇବ । ପରିସ୍ଥିତି ଅନୁକୂଳ ରହିଛି । ସତ୍‌ଚିନ୍ତାଧାରା ଆପଣଙ୍କୁ ମହାନ କରି ଗଢ଼ି ତୋଳିବ । କାର୍ଯ୍ୟ ସିଦ୍ଧି ହେବ ମାତ୍ର ବିଳମ୍ବରେ ।
କାର୍ଯ୍ୟରେ ସଫଳତା ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ସହିଷ୍ଣୁ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତୁ ସୁଖୀ ଓ କିର୍ତ୍ତୀମାନ ହୋଇପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉପୁଜିଥିବା ସମସ୍ୟାର ସୁ-ସମାଧାନ ହୋଇପାରେ । ମନରେ ପ୍ରଫୁଲ୍ଲତା ଆସିବ । ଆହ୍ଲାଦଭର ଜୀବନ ଯାପନ କରିପାରନ୍ତି । ପାରିବାରିକ ସୁଖ ମିଳିବ ।
ମାନସିକ ସ୍ତରରେ ପ୍ରସନ୍ନତା ବୃଦ୍ଧି ପାଇବ । ସମ୍ପର୍କରେ ଉପୁଜିଥିବା ବିଭ୍ରାଟର ପରିସମାପ୍ତି ଘଟିବ । ପରିଶ୍ରମ ଫଳଦାୟକ ହେବ । ସୁ-ସମ୍ବାଦ ପାଇ ଖୁସି ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଭାଗ୍ୟବାନ୍ ହେବେ ।
ମୋହବତ୍‌ରେ ପଡ଼ି ଅପଦସ୍ତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନ ଲାଭର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ସହଯୋଗ ମିଳିବ । ଚିନ୍ତାଦୂର ହେବ । କର୍ମକୁଶଳତା ପ୍ରକାଶ ପାଇବ । ଶତ୍ରୁ ଦମନ କରି କାର୍ଯ୍ୟ ହାସଲ କରିବେ ।
ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଆପଣଙ୍କ ଶ୍ରମ ସାର୍ଥକ ହେବ । ସ୍ଥିତି ଅନୁକୂଳ ରହିଛି । ରୁଚି ଉନ୍ନତମାନର ହେବ । ସରକରୀ ସ୍ତରରୁ ଏପରିକି ଅନ୍ୟାନ୍ୟ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସାଧନା ଫଳବତୀ ହେବ । ଦ୍ରବ୍ୟଲାଭ ହେବ ।
ଆକସ୍ମିକ ଧନ ପ୍ରାପ୍ତି ଘଟିପାରେ । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ବହୁ ପରିଶ୍ରମ କରିବେ; ମାତ୍ର ସ୍ୱଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଦାମ୍ପତ୍ୱ ଜୀବନ ସୁଖପ୍ରଦ ହେବ । ଗୃହରେ ଆନନ୍ଦ ଉତ୍ସବ ଲାଗିବ ।
ବନ୍ଧୁଙ୍କ ସହିତ ମନାନ୍ତର ଘଟିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । କେବଳ ଯୁଗ୍ମ ବ୍ୟବସାୟରେ ଲାଭବାନ ହୋଇପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । ଘାତଚନ୍ଦ୍ର ଭୋଗ ହେଉଥିବା ପ୍ରତି ପାଦପାତରେ ଜଗି ରଖି ଚଳିବାକୁ ପଡ଼ିବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ସହଯୋଗ ମିଳିପାରେ । ମାନସିକ ସ୍ତରରେ ସୁସ୍ଥ ରହିବେ । ସୁଖ ମିଳିବ ।
ବନ୍ଧୁଙ୍କ ପାଖରେ ନିନ୍ଦିତ ହୋପାରନ୍ତି । ଶତ୍ରୁଙ୍କ ଷଡ଼ଯନ୍ତ୍ର ପଦାରେ ପଡ଼ିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କେବଳ ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ବଳଶାଳୀ ହେବେ । ଶତ୍ରୁନାଶ କରି ଆଶ୍ୱସ୍ତ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments