OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Saturday 26th January 2019

Odia Rashiphala

Odia Rashiphala

ଆକସ୍ମିକ ଭାବେ ବ୍ୟୟର ଭାର ବଢ଼ି ଯାଇପାରେ । ଆତଙ୍କିତ ଅବସ୍ଥା ସୃଷ୍ଟି ହେବ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ବିଭିନ୍ନ ମହଲରୁ ସୁପରାମର୍ଶ ମିଳିବ । ଉଚ୍ଚ ସମ୍ମାନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି ।
ଋଣ ପରିଶୋଧ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପ୍ରୌତ୍ରାଦି ଲାଭ କରିପାରନ୍ତି । କର୍ତ୍ତବ୍ୟ ପରାୟଣ ହେବେ । ଭକ୍ତି ମାର୍ଗରେ ମନ ବଳିବ ।
ଯାନବାହନ କ୍ରୟ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସ୍ଥିତି ଅନୁକୂଳ ରହିଛି । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାତ୍ର ବିଳମ୍ବରେ ।
ଲାଗି ରହିଥିବା ବିବାଦରେ ସୁ-ସମ୍ମାନ ହେବ । ପ୍ରଶଂସିତ ହୋଇପାରନ୍ତି । ସୁଖ ସମ୍ମାନ ମିଳିପାରେ । ମାନ୍ୟତା ପ୍ରାପ୍ତ ହେବେ । ସଙ୍ଗୀନ ଉନ୍ନତି ଆଶା କରାଯାଏ । ସକଳ ଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କୌଣସି ଭାବେ ମନଇଚ୍ଛା କାର୍ଯ୍ୟ କରିବା କଷ୍ଟସାଧ୍ୟ ହେବ । କୁସଙ୍ଗକୁ ପରିତ୍ୟାଗ କରି କାର୍ଯ୍ୟରୁ ବିରତ ହେବେ । ଭାଗ୍ୟଶାଳୀ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଦାମ୍ପତ୍ୟ ସୁଖ ମିଳିବ । ଗୁଣଜ୍ଞ ହେବେ ।
ମର୍ଯ୍ୟାଦା ପ୍ରାପ୍ତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପରିଶ୍ରମର ସୁଫଳ ପାଇବେ । ଶୁଭ ଖବର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଭିନ୍ନ ଭିନ୍ନ ସ୍ତରରୁ ସାହାର୍ଯ୍ୟ, ସହଯୋଗ ମିଳିବ । ଚିନ୍ତା ଦୂର ହେବ । ସେବା ଭାବନା ମନରେ ଜାଗ୍ରତ ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ ।
ଦିନଟି ସତର୍କତାର ଦିନ । ବିଭିନ୍ନ ସ୍ତରରୁ ଧନ ସହିତ ମୂଲ୍ୟବାନ୍ ଦ୍ତବ୍ୟ ଲାଭ ହୋଇପାରେ । ରୁଚି ଉନ୍ନତମାନର ହୋଇପାରେ । ପରିସ୍ଥିତି ଅନୁକୂଳ ରହିଛି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟ ହାସଲ କରିବାରେ ସଫଳ ହେବେ ।
ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ସୁଖ-ସମ୍ଭୋଗ ପାଇଁ ଦିନଟି ପ୍ରଶସ୍ତ ରହିଛି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ ।
ଲାଗି ରହିଥିବା ଅର୍ଥାଭାବ ହଠାତ୍ ଦୂରେଇ ଯିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ସବୁ ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ବିବାଦର ସମାଧାନ ଅଛି । ଦାମ୍ପତ୍ୟ ସୁଖ ମିଳିବ ।
ଆନୁଷ୍ଠାନିକ କାର୍ଯ୍ୟରେ ଯୋହଦାନ କରିପାରନ୍ତି । ସୁଖ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ବିଖ୍ୟାତ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି । ଲୋକପ୍ରିୟ ହେବେ । ସତ୍ୟରତ ହୋଇପାରନ୍ତି ।
ଶତ୍ରୁ ଆୟତାଧୀନ ହୋଇପାରେ । ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ବନ୍ଧୁ ମହଲରୁ ସାହାଯ୍ୟ ସହାନୁଭୂତି ମିଳିପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ପତ୍ନୀଙ୍କ ଅଧୀନ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments