OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Tuesday 31th May 2022

Odia Rashiphala

Odia Rashiphala

ଧର୍ମାନୁମୋଦିତ ପନ୍ଥାରେ ନିଜକୁ ନିୟୋଜିତ କରିବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀତା ହେବେ। ହାସ୍ୟଯୁକ୍ତ ଓ ଯୁବତୀପ୍ରିୟ ହେବେ। କର୍ମଚଞ୍ଚଳ ରହିବେ।
ରାଜନୀତି ସହିତ କୂଟନୀତିଯୁକ୍ତ ହେବେ। କଠିନ ପରିଶ୍ରମୀ ହେବେ। ଶ୍ୱଶୁର ଘର ତରଫରୁ ଧନଲାଭ ହେବ। ଧର୍ମକ୍ଷେତ୍ରକୁ ଯାତ୍ରା କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ଯଶସ୍ୱୀ ହେବେ। ବିପଦ ଯେତେ ବଡ଼ ହେଲେ ବି ଧର୍ଯ୍ୟହରା ହେବେ ନାହିଁ। ଧନୀ ମହାଜନ ହୋଇପାରନ୍ତି। ପତ୍ନୀ ଗୃହ ନିପୁଣା ହେବେ। ବ୍ୟବସାୟ ବଡ଼ ଧରଣର ହେବ। ବିଜ୍ଞାନୀ ଓ ଦାର୍ଶନିକ ହେବେ।
ସତ୍ୟାନୁରକ୍ତ ହେବେ। ପୁଣ୍ୟବାନ୍ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ସରକାର ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।
ନିଷ୍ପାପ ହେବେ। ପ୍ରଜ୍ଞାନୁରକ୍ତ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଗରୁଗୌରବ ଲାଭ କରିପାରନ୍ତି। ସୁଖୀ ରହିବେ। ନିଜ ବଳାର୍ଜିତ ସମ୍ପତ୍ତିଭୋଗ କରିବେ। ଦେବ, ଗରୁ୍, ଦ୍ୱିଜ ଭକ୍ତ ହେବେ।
ଧର୍ମାଶ୍ରିତ ହେବେ। ମନୋଜ୍ଞ ହୋଇପାରନ୍ତି। କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ବ୍ୟବସାୟ ଲାଭଜନକ ହେବ। ପତ୍ନୀ ସରଳା ଓ ସୁଶ୍ରୀ ହୋଇପାରନ୍ତି।ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
ବହୁ ସଖକୁ ର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହେବେ।
ଶତ୍ରୁତାର ଅବସାନ ଘଟାଇ ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି କରିବେ। ଋଣ ପରିଶୋଧ କରିବେ। ଅନ୍ୟର ଚଲାପଥରେ ଆଲୋକ ବିଛାଇବା ଭଳି ଧର୍ମ ଆଚରଣ କରିବେ। ସନ୍ମାର୍ଗୀ ହେବେ।
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି।ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିପାରେ। ଦେବପୂଜା ସହିତ ନିତ୍ୟାନନ୍ଦ ଭୋଗ କରିବେ।
ମନ ପ୍ରସନ୍ନ ରହବି। ଶୋଭନ ବ୍ୟକ୍ତିତ୍ଚ ସମ୍ପନ୍ନ ହେବେ। ସଦାଚାରୀ ହେବେ। ମଧରୁଭାଷୀ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ସେବା କ୍ଷେତ୍ରରେ ସାମିଲ ହୋଇପାରନ୍ତି। ସଞ୍ଚାୟାଭିମୁଖୀ ହେବେ।
ବିଦ୍ୱାନ୍ ଓ ରୂପବାନ୍ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଦେବ, ଦ୍ୱିଜ ଭକ୍ତ ହୋଇପାରନ୍ତି। ସଫଳ ଭବିଷ୍ୟବକ୍ତା ହେବେ। ସୁବକ୍ତା, ସ୍ୱାଭିମାନୀ ଓ କର୍ମପରାୟଣ ହେବେ।ସୁପୁତ୍ରଯୁକ୍ତ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments