OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 2nd Jun 2022

Odia Rashiphala

Odia Rashiphala

ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ସରକାରୀ ସ୍ତରରୁଲାଭ ଉଠାଇପାରନ୍ତି। ଅଶାନ୍ତି ଦୂର ହେବ। ସୁସ୍ଥ ଓ ନିରାମୟ ରହିବେ।
କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଶ୍ରମ ଓ ନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ଆର୍ଥିକ ସ୍ତିତିରେ ସ୍ବଚ୍ଛଳତା ଦେଖାଦେବ। ସତ୍‌ସଙ୍ଗୀ ହେବେ। ଆଳସ୍ୟ ପରାୟଣ ହେବେ।
ଭଲ ଆୟ ହେବ। ସରକାରୀ ବା ବନ୍ଧୁସତ୍ରୂରୁଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ମହତ୍ ହେବ। ସ୍ୱାଦ ପାଇଁ ନୁହେଁ, ସ୍ଚାସ୍ଥ୍ୟପ୍ରଦ ଆହାର ମିଳିବ।
ସାଧନାର ସ୍ୱର୍ଣ୍ଣମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ଅତି ଯଥା ବିତର୍କରୁ ଓହରିଯାଇ ନିରବ ଦର୍ଶକ ସାଜିପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେଲେ ବି ସମ୍ମାନ ପାଇଁ ବ୍ୟୟ ବୃଦ୍ଧିହେବ।
ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ସହଜାତ ପ୍ରବୃତ୍ତିକୁ ସମର୍ପଣ କରିପାରନ୍ତି। ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସୂତ୍ରରୁ ଅର୍ଥ, ସମ୍ମାନ ମିଳିବ।
ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି। ଦୀନ, ଦରିଦ୍ରଙ୍କ ଉପରେ ଦୟାର୍ଦ୍ରଚିତ୍ତ ହେବେ।
କଳ, ବଳ, କୌଶଳ ପ୍ରୟୋଗକରି କ୍ଷମତାଧାରୀ ହେବେ। ତା’ର ଉପଯୁକ୍ତ ବିନିଯୋଗକରି ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସତ୍‌ସଙ୍ଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ଶ୍ରଦ୍ଧା ଓ ବିଶ୍ୱାସର ରଜୁରେ ଅନୁବନ୍ଧିତ ହୋଇପାରନ୍ତି।ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ ବି କର୍ମତତ୍ପର ରହିବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
ଜୀବନାଦର୍ଶକୁ ସମ୍ବର୍ଦ୍ଧିତ ଓ ଶୃଙ୍ଖଳିତ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କାର୍ଯ୍ୟରେ ସଫଳତା ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
ସଦଗୁଣସମ୍ପନ୍ନ ହେବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। ଅହଂଭାବକୁ ବିସର୍ଜିତ କରିପାରିବେ।
ଭାଷାକୁ ନମନୀୟ ଓ କମନୀୟ କରି ପାଠକଙ୍କର ନମସ୍ୟ ହୋଇପାରନ୍ତି। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। ବିଭିନ୍ନ ଦିଗରୁ ଅର୍ଥାଗମ ହେବ। ପାରିବାରିକ ସୁଖ ମିଳିବ।
ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ଦୃଢ଼ ଭକ୍ତି ଆଚରଣ କରିପାରନ୍ତି। ଧର୍ମଧ୍ୱଜାଧାରୀ ହେବେ। ଯାନବାହନ ସୁଖ ମିଳିବ। ନିଷ୍ଠାପର ଭାବେ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments