OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Thursday 21th September 2023

Odia Rashiphala

Odia Rashiphala

ଆଜି ଅଷ୍ଟମ ଚନ୍ଦ୍ରଜନିତ ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ରଣ ପରିଶୋଧ ଓ” ସାଙ୍ଗକୁ ପୂର୍ବଶତ୍ରୁତା ଦୁଶ୍ଚିନ୍ତା ବୃଦ୍ଧି କରିବ । ଅବଶ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ। ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତି ନେଇପାରନ୍ତି ।
ଶନି ଓ ରାହୁଙ୍କ ପ୍ରଭାବରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବ।
କୌଣସି ହୃଦୟବାନ୍‌ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ନୂତନା ଯାନବାହନ, ଗୃହ ଓ ଜମିଜମା, ପରିବହନ କ୍ଷେତ୍ରରେ ଉନ୍ନତି କରିବେ। ସ୍ଥିର ମନରେ କାମ କରନ୍ତୁ, ଦେଖୁବେ ସବୁକିଛିର ସମାଧାନ ଆପଣାଛାଏଁ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଅସହଯୋଗ କରିପାରନ୍ତି।
କର୍ମକ୍ଷେତ୍ରରେ ଅନ୍ୟମନସ୍କ ରହିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାକୁ ଡାକି ଆଣିପାରନ୍ତି। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପୂଷ୍ୟା ସଫଳତା ହାସଲ କରିବେ। ଆଇନ ଅଦାଲତ କ୍ଷେତ୍ରରେ ଟେନ୍‌ସନ ଦୂରେଇଯିବ। ବିଶେଷ ଭ୍ରମଣ ଓ କଠିନ ଶ୍ରମଜନିତ ସାମୟିକ ଅସୁସ୍ଥତା ଅନୁଭବ କରିବେ।
ରାଶିରେ ବୁଧଙ୍କ ପ୍ରଭାବଜନିତ କାର୍ଯ୍ୟସିଦ୍ଧି ଓ ଆର୍ଥିକ ସାହାଯ୍ୟ ପାଇପାରିବେ | ବନ୍ଧୁଙ୍କ ପରାମର୍ଶକ୍ରମେ କୌଣସି ନୂତନ କାମର ଯୋଜନା କରିପାରନ୍ତି ସହକର୍ମୀଙ୍କ ସହ ଆଲୋଚନା, ଖେଳ, ମଉଜ ˆ ମଜଲିସ୍‌ରେ ସମୟ କଟାଇବେ। ପରିବାର ଭିତରେ ସବୁକଥାକୁ ସନ୍ଦେହ କଲେ କ୍ଷତିରେ ପଡ଼ିବେ।
ବଳବାନ୍‌ ରାଶ୍ୟାଧିପ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତା ପ୍ରଦାନ କରି ଗୌରବ ବିମଣ୍ଡିତ କରିବେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଆକସ୍ମିକ ଭାବେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସହିତ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିନେବେ।
ରାହୁ ଓ କେତୁଙ୍କ କୁପ୍ରଭାବରୁ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କିମାରିବ କିନ୍ତୁ ପୂର୍ଣ୍ଣାଙ୍ଗ ହେବନାହିଁ। ତଥାପି କୌଣସି ନୂତନ କର୍ମାରମ୍ଭ କରିବେ ଏଥିରେ ସହଯୋଗ ଅବଶ୍ୟ ମିଳିବ। ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। – ବ୍ୟୟଭାର କ୍ରମଶଃ କମିଆସିବ ଓ ଏ ଦିଗରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
¬ ପାପଗ୍ରହମାନଙ୍କ ପ୍ରଭାବରେ ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ରହୁଥିବା ଯୋଗୁ ମାନସିକ ସ୍ଥିରତା ରହିବ ନାହିଁ। ବାକିଥୁଵବା ଟଙ୍କା ପଇସାକୁ ନେଇ ଵିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ | ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ଆପଣଙ୍କ କାର୍ଯ୍ୟଦକ୍ଷତା, କଳା କୁଶଳତା ଓ ବନ୍ଧୁବସଳତା ମାନସିକ ସ୍ଥିରତା ପାଇଁ ଖୋରାକ ଯୋଗାଇବ । କିନ୍ତୁ ବ୍ୟବସାୟ କ୍ରମଶଃ ସମସ୍ୟା ବହୁଳ ହେବାରୁ ଚିନ୍ତିତ ରହିପାରନ୍ତି ଭ୍ରମଣ, ସଙ୍ଗଠନ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ବହୁତ: ଭଲ। କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି ।
ଗୁରୁଚଣ୍ଡାଳ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ପାରିବାରିକ ସମସ୍ୟାର ସରଳ ସମାଧାନ ଦିଗରେ ଆତ୍ମୀୟଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଅବଶ୍ୟ ଲକ୍ଷ୍ୟ ପୂରଣ ହେବ।
ଶୁକ୍ରଙ୍କ ସୁପ୍ରଭାବରେ ନୂତନ ବନ୍ଧୁପ୍ରସ୍ତାବ ସ୍ଥିରୀକୃତ ହେବା କାରଣରୁ ମନ ଖୁସି ହୋଇଯିବ। କଳା, ସାହିତ୍ୟ, ଚଳଚ୍ଚିତ୍ରରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ଯ ହେବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତୁଟି ସମସ୍ୟାକୁ ଦ୍ବିଗୁଣିତ କରିପାରେ । ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ ।
କୌଣସି ସିଦ୍ଧାନ୍ତ ଗ୍ରହଣ ନ କରି ପରିସ୍ଥିତିକୁ ଲକ୍ଷ୍ୟକରି କାମକଲେ ଭଲ ହେବ। ଆଜିର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଯୁକ୍ତି ତର୍କଠାରୁ ଦୂରେଇ ରହିବା ଭଲ । ପାଖ ପଡ଼ୋଶୀଙ୍କ ସହାୟତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମି ଯାଇପାରେ । ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments