OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Sunday 8th January 2023

Odia Rashiphala

Odia Rashiphala

ଆଜି ଦ୍ବିଜା ନକ୍ଷତ୍ରର ପାରିବାରିକ ସୁଖ, ସମୃଦ୍ଧିଜନିତ ଖୁସି ରହିବା ସାଙ୍ଗକୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଟି ଦ୍ବାରା କାମ ହାସଲ ସହ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବୋ ସ୍ଵାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବାରୁ ଆଶ୍ଵସ୍ତି ଲାଭ କରିବେ।ସାମାଜିକ ସ୍ତରରେ ସତର୍କତାର ସହ କାମ ନ କଲେ ଫସିଯାଇ ପାରନ୍ତି।
କୃର୍ତ୍ତିକା ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନିତ ହେବେ, କିନ୍ତୁ ନିଜ ଲୋକଙ୍କ ପରୋକ୍ଷ ସମାଲୋଚନାରୁ ମୁକୁଳି ପାରିବେ ନାହିଁ। ଆଶା କରିନଥିବା କ୍ଷେତ୍ରରୁ ସହସା ଧନପ୍ରାପ୍ତି ହୋଇପାରେ। ଅପରାହ୍ନେ କିଛି ଜିନିଷ ହଜାଇବା କାରଣରୁ ମାନିକ ଅଶାନ୍ତି ଅନୁଭବ କରିବେ।ଆତ୍ମୀୟଙ୍କ ପ୍ରତି ଅନୁରାଗ ବଢ଼ିବ ଓ ତାଙ୍କ କଥାରେ ହିଁ ଚାଲିବେ।
ଆର୍ଦ୍ରା ନକ୍ଷତ୍ର ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ତ ଭଲହେବେ। ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା ପ୍ରତିକ୍ଷିତ ଖବରଟି ଶୁଣି ଖୁସି ହେବେ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ପଡ଼ୋଶୀଙ୍କୁ କଥା ପ୍ରସଙ୍ଗରେ କୌଣସି ଗୋପନ କଥା କହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଅଶ୍ଲେଷା ନକ୍ଷତ୍ରର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କୋର୍ଟକଚେରି ମାମଲାର ଆଶୁ ଶୁଣାଣି ହୋଇଯିବାର ସମ୍ଭାବନା ରହିଛି। ସ୍ନାୟବିକ ଦୁର୍ବଳତା କିମ୍ବା ଆଣ୍ଠୁ ଗଣ୍ଡିରେ ଦରଜ ଜନିତ ପୀଡ଼ା ଅନୁଭବ କରିବେ। ସଭାସମିତି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସମ୍ମାନିତ ହୋଇ ପାରନ୍ତି।
ଆଜି ହାତେ ମାପି ଚାଖଣ୍ଡେ ଚାଲନ୍ତୁ ନତୁବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପୂର୍ବା ଫାଲ୍‌ଗୁନୀ ସକାଶେ ପରିସ୍ଥିତିକୁ ସୁଧାରିବାକୁ ଯାଇ ଧାର କରଜ କରିବାକୁ ପଡ଼ିପାରେ। ବିଭିନ୍ନ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ମନାବାଣୀ ମନରେ ଅଶ୍ଵସ୍ତି ଭରିପାରେ। ଗଠନମୂଳକ ପ୍ରସ୍ଥାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଶାରୀରିକ ଅସୁସ୍ଥତା କାରଣରୁ ସାମଯିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ। ସାମାଜିକ ସ୍ତରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ହିତୈଷୀମାନେ ପୂର୍ବରୁ ଥିବା ସମସ୍ୟା ସମାଧାନ କରିବା ଦିଗରେ ତତ୍ପରତା ପ୍ରକାଶ କରିବେ।
ବିଶାଖା ନକ୍ଷତ୍ରର ଅଟକି ରହିଥିବା ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବାର ଆଶା ରଖି ମନକୁ ବୁଝାଇ ନେବେ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ଆପଣାଛାଏଁ ପାଖରେ ଆସି ଜୁଟିବ।
ଜ୍ୟେଷ୍ଠା ନକ୍ଷତ୍ର ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ଶିଳ୍ପ, ବାଣିଜ୍ୟ ତଥା ବ୍ୟବସାୟରେ ଖିଲାପ କରି ଦଶ୍ଚିତ ହୋଇପାରନ୍ତି। ସାଧାରଣ କଥାରେ ଅସହିଷ୍ଣୁ ମନୋଭାବ ପୋଷଣ କରି ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ପ୍ରାୟତଃ ଭଲ ରହିବା କାରଣରୁ ମନ ଖୁସି ରହିବ।
କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ମୂଳା ନକ୍ଷତ୍ର ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତି କ୍ଷେତ୍ରରେ, ସାଙ୍ଗଠନିକ ସ୍ତରରେ ଲକ୍ଷ୍ୟ ହାସଲ କରିବେ। କଥାରେ ସ୍ଥିରତା ନଥିବା ହେତୁ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ଭରସା କରିପାରିବେ ନାହିଁ।
ପାରିବାରିକ ସ୍ଥିତି ଭଲ ରହିବ ଓ ପ୍ରିୟଜନଙ୍କ ଆଦରଣୀୟ ହେବେ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ସନ୍ତୁଷ୍ଟ ରହିବେ। ଗୃହ ନିର୍ମାଣ, ଜମିଜମା କାରବାର, ଯାନବାହନ ମରାମତି, ବେପାର, ପରିବହନ କ୍ଷେତ୍ରରେ ସମସ୍ୟା ଆସିବ। ଶିକ୍ଷା, ପରୀକ୍ଷା, ଆଲୋଚନା, ସଭାସମିତି, ଚୁକ୍ତିପତ୍ର କ୍ଷେତ୍ରରୁ ସଫଳତା ପାଇପାରନ୍ତି।
ଶତଭିଷା ନକ୍ଷତ୍ର ଅନ୍ୟମନସ୍ଵ୍‌ ହେତୁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବ୍ୟସ୍ତତା ବଢ଼ିଯିବା ସୂଚନା ରହିଛି। ଗଣଯୋଗାଯୋଗ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଭଲ। ପ୍ରତିଦ୍ବନ୍ଦିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ।
କର୍ମକ୍ଷେତ୍ରରେ ଆଗାମୀ ସମୟ ସକାଶେ ନୂତନ ଖସଡ଼ା ପ୍ରସ୍ତୁତ କରିପାରନ୍ତି ଅର୍ଥଲାଭ ସାଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଥିବା ସମସ୍ୟା ସମାଧାନ ହୋଇଯିବ ।ଅଫିସରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଉତ୍ତର ଭାଦ୍ରବ ନକ୍ଷତ୍ର ଆଶା କରିଥବା ଜିନିଷ ଲାଭ କରି ଖୁସି ହେବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calender 2023

Comments

comments