OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Saturday 25th November 2023

Odia Rashiphala

Odia Rashiphala

ଆଜିର ମନ ଚାହୁଁଥିବା ଜିନିଷ ଲାଭ କରିବା ଆଶା ଅପୂରଣ ରହିବ ନାହିଁ। ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନ କ୍ଷେତ୍ରରେ ସମୟ କଟାଇବେ। ଅଫିସ୍‌ରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ଦେଖାଦେଇପାରେ । ଆଲୋଚନା, ସତ୍‌ସଙ୍ଗ, ଆନୁଷ୍ଠାନିକ କାମ ତଥା ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ବନ୍ଦ୍ଵ ଦୂର ହେବ ।
ଶାରୀରିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ଲାଗିବନାହିଁ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାର ଆଶା ରହିଛି। ଆଜିର କର୍ମକ୍ଷେତ୍ରରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ।
ଆଜି ବନ୍ଧୁଙ୍କ ସାହାଯ୍ୟରୁ ମାନସିକ ଦ୍ବନ୍ଦ୍ବର ଅବସାନା ଘଟିବ। ସାମାଜିକ ସ୍ତରରେ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭକରି ଖୁସୀ ରହିବେ । ଫେରନ୍ତା ବାଟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ଅନୂତପ୍ତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ ।
ବନ୍ଧୁ ଗହଣରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହେବେ। ପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ସହକର୍ମୀଙ୍କ ପରାମର୍ଶରେ ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି।
କର୍ମଜଞ୍ଜାଳ ବୃଦ୍ଧିଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ | ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖାଦେଇପାରେ ।
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ । ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଆକସ୍ମିକ ଭାବେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ଓ ସଫଳତା ମଧ୍ଯ ପାଇବେ। ବନ୍ଧୁମାନଙ୍କ ସହ ହସସୁସି ଓ ବିଳାସ ବ୍ୟସନରେ ସମୟ ଅତିବାହିତ ହେବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ପୁରାଣ ପଠନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ଆଳସ୍ୟ ଓ ଅବହେଳା କାରଣରୁ ଗୁରୁତ୍ବପୂର୍ଣ୍ଣ କାମ ଗୁଡ଼ିକ ଅଟକି ରହିଯିବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଗବେଷଣା, ରଚନାତ୍ମକ କାମ, ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ।
ଆଜିର ପ୍ରତ୍ୟୁଷ ଯାତ୍ରାରେ ହାତରୁ ପଇସା ଖର୍ଚ୍ଚକରି ବନ୍ଧୁଙ୍କୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । କୌଣସି ବନ୍ଧୁଙ୍କ ଦ୍ବାରା ପ୍ରତାରିତ ହେବାର ବହୂତ ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟାକରି କେତେକାଂଶରେ ଉପକୃତ ହେବେ ।
କର୍ମକ୍ଷେତ୍ରରେ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ସାୟାହ୍ନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଫେରନ୍ତା ବାଟରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟହେବାର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ଯସ୍ଥତା ଭଲ କାମ ଦେବ ଓ ମାମଲା ଫଇସଲା ହୋଇଯିବ |
ଆଜି ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ। ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି, ମାତ୍ର ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲିପାରିବେ ନାହିଁ। ଘର ସାଜସଜ୍ଜା, ନିର୍ମାଣ, ଆନୁଷ୍ଠାନିକ କାମ, ନୃତ୍ୟ ଓ ସଙ୍ଗୀତରେ ମଜ ରହିପାରନ୍ତି। ଆର୍ଥକ ଦିଗଟି ଭଲ ରହିବାରୁ ଜନହିତକର କାମ ପାଇଁ ଚିନ୍ତା କରିବେ।
ଆଜି ହଠାତ୍‌ ପ୍ରତ୍ୟୁଷରେ ଯାତ୍ରାକରି ଆଶା କରୁଥିବା ଜିନିଷ ଲାଭ କରିପାରନ୍ତି ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟିହେବାର ସମ୍ଭାବନା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ଯ କମକ୍ଷେତ୍ରରେ ସମାଲୋଚିତ ହେବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments