OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 7th August 2023

Odia Rashiphala

Odia Rashiphala

ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି୍ ସେଥିରେ ବିଳମ୍ବରେ ସଫଳତା ପାଇବେ ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପଛକଥା ନ ଭାବି ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଦୋଷ ଖୋଜି ବୁଲିବେ। କର୍ମ କ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଅର୍ଥ ସମ୍ପର୍କକୁ ନେଇ ଭ୍ରାତୂବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ ।
ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ଖଳ ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ଘର ପାଇଁ ନିଜେ ହଇରାଣରେ ପଡିପାରନ୍ତି। ଠିକାଦାରମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିପାରନ୍ତି। କର୍ମହେତୁକ କ୍ଳାନ୍ତି ଅନୁଭବ କରିବେ ।
ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସନ୍ତାନ ହେତୁକ ପୀଡା ଅନୁଭବ କରିବେ ।ବ୍ୟବସାୟୀଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଯାନବାହନରେ ଆଘାତ ଲାଗିପାରେ । ପାରିବାରିକ ଖର୍ଚ୍ଚ ବୃଦ୍ଧିରୁ ଚିନ୍ତିତ ହେବେ ।
କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ । କର୍ମ କ୍ଷେତ୍ରରେ ସହକର୍ମୀ ଅସହଯୋଗ କରିପାରନ୍ତି।
କନ୍ୟା ଦୁର୍ଭାବନା ବଢ଼ିଚାଲିବ, ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରିପାରିବେ ନାହିଁ। ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି ଓ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ ।
ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି। କୌଣସି ନୂତନ କାର୍ଯ୍ୟରେ ହାତ ‘ ଦେବାକୁ ସ୍ଥିର କରିବେ। ବୁଦ୍ଧିଜୀବୀମାନଙ୍କ ପାଇଁ ଦିନଟି ଭଲରେ କଟିବ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା କରି ସଫଳ ହେବେ। ବନ୍ଧୁ ଜଣେ କେହି ଅପେକ୍ଷା କରିବାକୁ କହି ଆସି ନ ପାରନ୍ତି ସ୍ବାସ୍ଥ୍ୟ ଭଲ ରହିବ।
ଦେହ ଭଲ ରହିଲେ ମଧ୍ଯ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ଠାକ୍‌ ହୋଇଯିବ। ପୁରାଣ ପଠନ ସାଙ୍ଗକୁ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନୂତନ ଯୋଜନା ପାଇଁ କର୍ମତତ୍ପର ହୋଇ ଉଠିବେ ।
ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଯୋଜନାଗୁଡ଼ିକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ । କୌଣସି ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ । ସନ୍ତାନଙ୍କ ପାଠପଢ଼ାକୁ ନେଇ କିଛିମାତ୍ରାରେ ଚିନ୍ତିତ ହୋଇପାରନ୍ତି।
ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ କାମ ଲାଗି ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ଆଜି ତାହା
ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ । କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ମିଳିତ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ । କର୍ମକ୍ଷେତ୍ରରେ ଘଟଣାଗୁଡ଼ିକୁ ଅସ୍ଵାଭାବିକ ଭାବେ ଚିନ୍ତା କରିବେ।
ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବେ । ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ଯ ନିନ୍ଦା ଶୁଣିବେ। ପଡ଼ୋଶୀ କେହି ମିଥ୍ୟା ଅଭିଯୋଗଆଣିପାରନ୍ତି। ଆଜି ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments