OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Monday 11th December 2023

Odia Rashiphala

Odia Rashiphala

ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଅବସ୍ଥାନ କରି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅଭିଳଷିତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ସପ୍ତମସ୍ଥ ଶୁକ୍ର ବ୍ୟବସାୟିକ ସ୍ଥିତି, କ୍ରୀଡ଼ା, ଚଳଚ୍ଚିତ୍ର ଓ ଯାତ୍ରାରେ ସଫଳତା ପ୍ରଦାନ କରିବେ। ଶନିଙ୍କ ପ୍ରଭାବରେ ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ ।
ବୁଧଙ୍କ ସୁପ୍ରଭାବରୁ ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଓ ବାଚନିକ ପ୍ରତିଶ୍ତୁତି କାର୍ଯ୍ୟକୁ ତ୍ଵରାନ୍ବିତ କରାଇବ। ଅନ୍ୟମାନଙ୍କ ଭୁଲ୍‌ ସକାଶେ ଦାୟୀ ହେବାକୁ ପଡିପାରେ । ପରିବାରର ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ଆଶା କରିଥିବା ଦିଗରୁ ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ। ସାମାନ୍ୟ ଭୁଲରୁ କାମ ବିଶୃଙ୍ଖଳିତ ହୋଇପାରେ ।
ବୃହସ୍ପତିଙ୍କ ଦୃଷ୍ଟିରେ ରାଶ୍ୟାଧିପତି କାମ ହାସଲ ସକାଶେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପ୍ରଦାନ କରିବେ। ଏପରିକି ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇ ପାରନ୍ତି। ପୁରାତନ ରୋଗର ପୀଡ଼ା କ୍ରମଶଃ ହ୍ରାସ ପାଇପାରେ। ବନ୍ଧୁଙ୍କ ସହାୟତାରେ ବକେୟା ଟଙ୍କା ପାଇବାର ଆଶା ଉତ୍ଜ୍‌ଳତର ହେବ।
କୌଣସି କାମ କରିସାରିବା ପରେ ଭଲମନ୍ଦର ଵିଚାର କରି ଅସ୍ଥିର ରହିପାରନ୍ତି। ସମସ୍ୟା ସମାଧାନା ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିପାରେ। ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ। ବ୍ୟବସାୟୀଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଉପ୍ଦୁଜିପାରେ ।
କଥାବାର୍ତ୍ତାରେ ସଂଯମତା ଓ ଶାଳୀନତା ଅଭାବରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅର୍ଥ ସମ୍ପର୍କିତ ଝମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ପାରିବାରିକ ସ୍ତରରେ ନକାରାତ୍ମକ ଚିନ୍ତାଧାରା ଯୋଗୁ ଚିନ୍ତିତ ରହିପାରନ୍ତି ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ଵଜନ ଦୂରେଇ ଯିବାର ଆଶଙ୍କା ଉପୁଜିବ ।
ଧନସ୍ଥାନସ୍ଥ ଶୁକ୍ର ହେତୁ ମନକୁ ପାଇଲା ଭଳି କଥା କହି କାମ ହାସଲ କରିପାରିବେ। କୌଣସି ବ୍ୟକ୍ତି ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର ଯୋଜନା କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହେବ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ ।
ଗତକାଲିର ଅସମ୍ପୂର୍ଣ୍ଣ ଘର କାମ ସାଙ୍ଗକୁ ଆଜିର ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ହେଲା ଭଳି କାମ .କରି ଲକ୍ଷ୍ୟ ହାସଲ କରିବେ। ଅନ୍ୟର ଅସୁବିଧା ଦୂର କରିବା ପାଇଁ ନିଜକୁ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ପ୍ରକାଶନ, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି|
ଆଜି କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଦ୍ବିତୀୟସ୍ଥ ବୁଧଙ୍କ ହେତୁ ବ୍ୟବହାରରେ କଠୋରତା ପରିହାର କରିବା ଭଲ। କାମ ସୁବିଧାରେ ନ ହେବା କାରଣୁ ମାନସିକ ବ୍ୟଥା ଅନୁଭବ କରିବେ। ମାଲି ମକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ କୃତକାର୍ଯ୍ୟ ହେବେ ।
କାମରେ ତତ୍ପରତା ନ ଦେଖାଇଲେ ନିଜ ଲୋକଙ୍କଠାରୁ ଆସ୍ଥା ହରାଇ ବସିବେ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବା ହେତୁ ମନ ଆନମନା ହୋଇପାରେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ, କିନ୍ତୁ ଏଥିପାଇଁ ବହୁତ ଝିନ୍‌ଝଟ୍‌ ହେବାକୁ ପଡ଼ିବ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ। ଏଣେ ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମ ହୋଇଯିବ। ଅଫିସିଆଲି କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ଶାରୀରିକ ସୁସ୍ଥତାଜନିତ ମାନସିକ ଅସୁସ୍ଥି ଲାଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ଯ ଆଜି ତାହା କାମକୁ ଆସିବ ନାହିଁ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ, ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଅନ୍ୟର କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ବୁଝାମଣା ଅଭାବରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023

Comments

comments