OdiaWeb- Odia Film, Music, Songs, Videos, SMS, Shayari, Tourism, News

ଇସ୍ରୋକୁ ଆଉ ଏକ ବଡ଼ ସଫଳତା :ଜିସାଟ୍‌-୭ଏର ସଫଳ ଉତ୍‌କ୍ଷେପଣ

ISRO GSLV GSAT OdiaNews

ସୂଚାନ ଅନୁସାରେ ବର୍ତ୍ତମାନ ସୁଧା ସମୁଦାୟ ୩୨୦ଟି ଉପଗ୍ରହ ପ୍ରତିରକ୍ଷା ମିଲିଟାି କାର୍ଯ୍ୟ ପାଇଁ ପୃଥିବୀ ଚାରି ପଟେ ପରିକ୍ରମା କରୁଛନ୍ତି | ଏହି ୩୨୦ଟି ମିସାଇଲର ପ୍ରାୟ ଅର୍ଦ୍ଧିାଧିକ ମିସାଇଲ ୟୁନାଇଟେଡ ଷ୍ଟେଟ୍ସ ଦ୍ବାରା ପ୍ରେରିତ ଓ ଅନ୍ୟ ସବୁ ମୁଖ୍ୟତଃ ଋଷିଆ ଓ ଚାଇନା ଦ୍ବାରା ପ୍ରେରିତ |

ଚଳିତ ବର୍ଷ ୧୯ ଡିସେମ୍ବର(ବୁଧ ବାର) ଅପରାହ୍ଣ ୪:୨୯ ସମୟରେ ପ୍ରାୟ ୫୦୦-୮୦୦ କୋଟି ଟଙ୍କା ବ୍ୟୟରେ ଜିସାଟ୍-୭ଏକୁ  ଇସ୍ରୋ ଶ୍ରୀହରିକୋଟାରୁ ସଫଳ ଭାବେ ଉତ୍କ୍ଷେପଣ କରିଛି| ଏହା ହେଉଛି ୨୦୧୮ ମସିହାର ଶେଷ ତଥା ଇସ୍ରୋର ୧୭ତମ ମିସାଇଲ |ଏହି ମିସାଇଲର ଉତଷେପଣ ଦ୍ବାରା ମହାକାଶକୁ ଉପଗ୍ରହ ପଠାଇବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ବିଶ୍ବ ସ୍ତରରେ ଆଉ ଏକ ବଡ଼ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଜିଏସଏଏଲଭି-ଏଫ୍‌୧୧ ର‌କେଟ୍‌ ଦ୍ୱାରା ଏହି  ଜିସାଟ୍‌-୭ଏର ସଫଳ ଉତ୍‌କ୍ଷେପଣ କରାଯାଇଛି।

ଏହାର ୩.୩ କିଲୋଓ୍ବାଟ କ୍ଷମତାର ବିଦ୍ୟୁତ ଜେନେରେଟ କରୁଥିବା ୪ଟି ସୋଲାର ପ୍ୟାନେଲ ବିଶିଷ୍ଟ ଏହି ଜିସାଟ୍‌-୭ଏ ଦ୍ୱାରା ଉପଗ୍ରହ ପ୍ରତିରକ୍ଷା ବାହିନୀରେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ବିଶେଷ କରି ବାୟୁସେନାର ରାଡାର ଷ୍ଟେସନ୍‌, ସେନାଘାଟି ଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥା ମଜଭୁତ୍ କରିବା ସହ ଏହାର ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଆହୁରି ସୁଦୃଢ଼ କରିବ। ଏହା ପ୍ରତିରକ୍ଷାବାହିନୀର ଡ୍ରୋନ, ୟୁଏଭି(ଅନମ୍ୟାନଡ ଏରିଆଲ ଭେଇକିଲ)ର କାର୍ଯ୍ୟ କରିବାର ଦକ୍ଷତା ଓ କାର୍ଯ୍ୟ କରିବାର ପରିଧିକୁ ମଧ୍ୟ ଯଥେଷ୍ଟ ବଢାଇବ |

ଏହି ଉପଗ୍ରହ ୮ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଦେବ ବୋଲି ଜଣାପଡ଼ିଛି। ଏହା ଶତ୍ରୁ ପକ୍ଷର ବିମାନ, ଜାହାଜ ଏବଂ ଅନ୍ୟ କୌଣସି ଯାନକୁ ଚିହ୍ନଟ କରି ଏହା ବିଷୟରେ ସବିଶେଷ ତଥ୍ୟ ଦେଇପାରିବ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୫ରେ ଇସ୍ରୋ ପକ୍ଷରୁ ଫ୍ରେଞ୍ଚ୍‌ ଗୁଇଆନାସ୍ଥିତ ଇଉରୋପୀୟ ସ୍ପେସ୍‌ପୋର୍ଟରୁ ଜି ସାଟ୍‌-୧୧ର ସଫଳ ଉତ୍‌କ୍ଷେପଣ କରାଯାଇଥିଲା। ଏହା ଭାରତର ସବୁଠୁ ଭାରୀ ୫, ୮୫୪ କିଲୋଗ୍ରାମ୍‌ ଓଜନବିଶିଷ୍ଟ କୃତ୍ରିମ ଉପଗ୍ରହ ଅଟେ। ଜି ସାଟ୍‌-୧୧ ହେଉଛି କୃତ୍ରିମ ଉପଗ୍ରହ ଯାହାର କେୟୁ-ବ୍ୟାଣ୍ଡ୍‌ ଓ କେଏ-ବ୍ୟାଣ୍ଡ୍‌ରେ ଫ୍ରିକ୍ୱେନ୍‌ସିରେ ୪୦ଟି ଟ୍ରାନ୍‌ପଣ୍ଡର୍‌ ରହିଛି।

ଏହାଦ୍ୱାରା ଇଣ୍ଟରନେଟ୍‌ ସେବା ଆହୁରି ତ୍ୱରାନ୍ୱିତ ହେବା ସହ ଇଣ୍ଟରନେଟ୍‌ ସ୍ପିଡ୍‌ ୧୪ ଜିବିପିଏସ୍‌ ହେବାର ଲକ୍ଷ୍ୟ ରଖାଯାଇଛି। ଏହି କୁତ୍ରିମ ଉପଗ୍ରହଟି ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜଣାଯାଇଛି।

Comments

comments