OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଧାର କାର୍ଡର ବ୍ୟବହାରକୁ ନେଇ କେନ୍ଦ୍ର ସରକାର ପୁନଶ୍ଚ ଆଣିଲେ ନୂଆ ନିୟମ

କେନ୍ଦ୍ର ସରକାର ଲୋକମାନଙ୍କ ସୁବିଧା ପାଇଁ ଆଧାର କାର୍ଡର ପ୍ରଚଳନ କରିଥିଲେ । ଆଧାର କାର୍ଡ ପ୍ରଚଳନ କରିବାରେ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦେଶରୁ ଭ୍ରଷ୍ଟାଚାର ଓ କଳାବଜାରୀକୁ ସମ୍ପୂର୍ଣ ରୂପେ ସମାପ୍ତ କରିବା । ସରକାରଙ୍କ ଗାଇଡ଼ଲାଇନରେ ଘୋଷଣା କରିଯାଇଥିଲା ଯେ, ସମସ୍ତ ନାଗରିକ ସେମାନଙ୍କ ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ, ପାନକାର୍ଡରେ ସଂଯୋଗ କରିବା ଅର୍ନିବର୍ଜ୍ୟ । ଆଧାର କାର୍ଡରେ ଜଣେ ବ୍ୟକ୍ତିର ଠିକଣା, ଜନ୍ମ ତାରିଖ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଫୋନ ନମ୍ବର ଆଦି ବହୁ ଗୁରୁତ୍ବପୂର୍ଣ ଓ ଗୋପନୀୟ ତଥ୍ୟ ରହିଥାଏ । ଆପଣଙ୍କ ଆଧାର କାର୍ଡର ନମ୍ବର ମାଧ୍ୟମରେ, ଆପଣଙ୍କ ସମ୍ପୂର୍ଣ ତଥ୍ୟକୁ ଅନ୍ୟମାନେ ହାସଲ କରି ପାରିବେ । ତେଣୁ କାହାରିକୁ ଆଧାର କାର୍ଡର ନମ୍ବର ଅଯଥାରେ ଦିଅନ୍ତୁ ନାହିଁ । ଆଇନ ଅନୁସାରେଆଧାରକୁ ଏକମାତ୍ର ପରିଚୟ ଓ ଠିକଣା ପ୍ରମାଣ ଭାବେ ଗ୍ରହଣ କରାଯାଇ ନ ଥିବାରୁ ଓ ସୂଚନା ଅନୁସାରେ ଆଧାରରେ ଥିବା ବ୍ୟକ୍ତିଗତ ତଥ୍ୟ ଲିକ ହେଉଥିବା କାରଣରୁ ସବୁ କ୍ଷେତ୍ରରେ ଆଧାରର ବ୍ୟବହାର ବାଧ୍ୟତାମୂଳକ ନୁହେଁ ବୋଲି  ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ |

Aadhar Card Odia News

ଆଧାର ହେତୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଅଭିଯୋଗ ମାମଲାର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ସେପ୍ଟେମ୍ବରରେ ଆଧାରର ବ୍ୟବହାର ଉପରେ କଟକଣା ଲଗାଇ ଏହାର ବ୍ୟବହାରକୁ ସୀମିତ କରିଥିଲେ| ଯେପରିକି ପ୍ରତିଯୋଗିତାମୂଳକ ପରୀକ୍ଷା ବା କୌଣସି ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କ ନାମ ଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେବା ସହ  ଆଧାର ଆକ୍ଟର ସେକ୍ସନ-୫୭କୁ ଖାରଜ କରିଥିଲେ । ଆକ୍ଟ ସେକ୍ସନ-୫୭ ଅନୁସାରେ ସିମ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ୍ କରିବା ଅନିବାର୍ଯ୍ୟ ଥିଲା ।

ଅନ୍ୟ ପକ୍ଷରେ କେବଳ ଇନକମ ଟ୍ୟାକ୍ସ ଆକ୍ଟ- ୧୩୯ଏଏ ଅନୁସାରେ ପାନ୍ ସହ ଆଧାର ସଂଯୋଗ, ଇନକମ ଟ୍ୟାକ୍ସ ରିଟର୍ନ(ITR) ପାଇଁ ଆଧାରର ବ୍ୟବହାର ଏବଂ ଆଧାର ଆକ୍ଟ ସେକ୍ସନ-୭ ଅନୁସାରେ କେବଳ ଜନମଙ୍ଗଳ କାର୍ଯ୍ୟକ୍ରମ କ୍ଷେତ୍ରରେ (ଯେଉଁଠାରୁ ହିତାଧିକାରୀ ସରକାରୀ ଅର୍ଥ ଗ୍ରହଣ କରୁଛନ୍ତି)ଆଧାରକୁ ବାଧ୍ୟତାମୂଳକ କରାଯାଇଥିଲା |  ମାତ୍ର କେତେକ ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କ ଗ୍ରାହକମାନଙ୍କୁ ଆଧାର ବାଧ୍ୟତାମୂଳକ ବୋଲି କହୁଥିବା ଅଭିଯୋଗ ହେଉଥିବାରୁ ଏପରି ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କଙ୍କୁ ଦଣ୍ଡିତ କରିବା ଲାଗି  କେନ୍ଦ୍ର ସରକାର ନୂଆ ଆଇନ ପ୍ରଣୟନ କରିଥିଲେ । ଏହି ନିୟମ ଅନୁସାରେ ଯେଉଁ ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ ମୋବାଇଲ ସଂଯୋଗ ଦେବା ପାଇଁ  ଆଧାର ପାଇଁ ବାଧ୍ୟ କରିବେ କିମ୍ବା ଯେଉଁ ବ୍ୟାଙ୍କ ଗ୍ରାହକଙ୍କୁ ଆଧାର ପାଇଁ ବାଧ୍ୟ କରିବେ ସେମାନେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବେ ବୋଲି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି ।

ସୁପ୍ରିମକୋର୍ଟର ଏହି ରାୟ ବିରୋଧରେ ଗଲେ ଆଇନ ଅନୁଯାୟୀ ଉଭୟ ଅର୍ଥ ଦଣ୍ଡ ଓ ଜେଲ୍‌ଦଣ୍ଡ ଭୋଗିବେ ।ତଥାପି  ଗଣମାଧ୍ୟରୁ ଏହି ସୂଚନା ପ୍ରାପ୍ତ ଯେ  ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗକୁ ନେଇ ଅନୁମତି ପାଇଁ ପୁନର୍ବାର ବିଚାର ବିମର୍ଷ କରାଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ନିଷ୍ପତି ନିଆଯାଇ ଏଥିପାଇଁ ଟେଲିଗ୍ରାଫ୍ ଆଇନ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଂଜୁରି ପ୍ରଦାନ କରିଛନ୍ତି ।

ଘରୋଇ କମ୍ପାନୀଙ୍କ ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ ସେପ୍ଟେମ୍ବରରେ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ । ବର୍ତ୍ତମାନ ପୁନଶ୍ଚ ଏହିଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ । ଫଳରେ ମୋବାଇଲ ଫୋନର ନୂଆ ସିମ୍ ନେବା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକମାନେ ସ୍ୱେଚ୍ଛାକୃତ ଭାବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ଲାଗି ଏହି ଆଇନରେ ସଂଶୋଧନ ଅଣାଯିବ । 

Comments

comments