OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆର.ବି.ଆଇର କଡା ନିର୍ଦ୍ଦେଶ ! ଖୁଚୁରା ନେବାକୁ ମନା କଲେ ଭୋଗିବାକୁ ହେବ ସାତ ବର୍ଷ କାଳ ଜେଲ୍ ଦଣ୍ଡ

ସବୁ ପ୍ରକାର କଏନ ବୈଧ ଓ ଏଣିକି ଖୁଚୁରା ନେବାକୁ ମନା କଲେ ଭୋଗିବାକୁ ହେବ ସାତ ବର୍ଷ କାଳ ଜେଲ୍ ଦଣ୍ଡ |
ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୮ ନଭେମ୍ବର ୨୦୧୬ ମସିହା ସଂନ୍ଧ୍ୟା ୮.୧୫ ରେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ କୁ ଅଚଳ ଘୋଷଣା କରିବା ସହ ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ଜାରି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ | ଆଉ ଏବେ ୨୦୧୬ ମସିହାର ଏହି ବିମୁଦ୍ରିକରଣକୁ ପାଖାପାଖି ୨ ବର୍ଷ ବିତି ସାରିଲାଣି |  ବିମୁଦ୍ରିକରଣର ସୁପ୍ରଭାବ ଆଶାନୁରୂପ ହୋଇ ନଥିବା ସତ୍ତ୍ବେ ଅନ୍ୟ ପକ୍ଷରେ ସାଧାରଣ ଜନତା ସେ ସମୟରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ |
ଆଜି ବି ଲକ୍ଷ କରାଯାଉଛି ଯେ ଅନେକ ଲୋକ ବିଶେଷ କରି କଏନ କୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | କେତେବେଳେ କଏନ ଅସଲି ବା ନକଲି ଏ ବିଷୟକୁ ସନ୍ଦେହ କରି ବା କଏନ ଅଚଳ ବୋଲି ଗୁଜବକୁ ବିଶ୍ବାସ କରି ଆଜି ବି ବଜାରରେ କଏନ ଗ୍ରହଣକୁ ନେଇ ଅନିଚ୍ଛା ଓ ସନ୍ଦେହ ଦେଖାଦେଉଛି । କେଉଁଠି ୧୦ ଟଙ୍କିଆ କଏନ ଅଚଳ ହୋଇଗଲାଣି ତ ପୁଣି କେଉଁଠି ୧ ଟଙ୍କିଆ ଛୋଟିଆ କଏନ ଲୋକେ ନେବାକୁ ରୋକଠୋକ୍ ମନା କରିଦେଉଛନ୍ତି | ପୁଣି କେଉଁଠି ୫ଟଙ୍କିଆ ଓ ୨ ଟଙ୍କିଆ କଏନ ଗ୍ରହଣକୁ ନେଇ ଅସୁବିଧା ଉପୁଜୁଛି । ତେବେ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟାଙ୍କ ମାନଙ୍କୁ ବି ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ବଡ କଥା ହେଲା, ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ଅନେକ ଗାଇଡନାଇନ୍ ଜାରି କରାଯିବା ସତ୍ତ୍ବେ ବି ଲୋକେ ତାକୁ ଗ୍ରହଣ କରିବାକୁ ସମ୍ପୂର୍ଣ ଅମଙ୍ଗ ।
ସରକାରଙ୍କ କହିବା କଥା ହେଲା, ସମସ୍ତ ପ୍ରଚଳିତ କଏନ ବୈଧ ଅଟେ । କିନ୍ତୁ ଏବେ ବି ଲୋକେ ଏହାକୁ ଗ୍ରହଣ କରିବାକୁ ସଂପୂର୍ଣ୍ଣ ନାରାଜ । ଓଡିଶାରୁ ଆରମ୍ଭ କରି ଦେଶର ଅଧିକାଂଶ ରାଜ୍ୟରେ କଏନକୁ ନେଇ ଏବେ ଅନିଶ୍ଚିତତା ଦେଖିବାକୁ ମିଳୁଛି । କଏନକୁ ଏବେ ଦେଖିବା ମାତ୍ରେ ବ୍ୟାଙ୍କ ନେଉନାହାନ୍ତି କହି ଉଭୟ ଗ୍ରାହକ ଓ ବ୍ୟବସାୟୀ ଅମଙ୍ଗ ହେଉଛନ୍ତି। ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି । ସହର ହେଉ ଅବା ଗାଁ ଗହଳି ସବୁଠି କଏନ୍ ଅଚଳ ହୋଇଯିବା ଭଳି କୃତ୍ରିମ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ବି ହୁଏତ କଏନ କୁ ନେଇ ଏପରି ପରିସ୍ଥିତିର କେବେ ସମ୍ମୁଖୀନ ହୋଇଥିବେ |
RBI Coins Rule in India and Odisha News
RBI Coins Rule in India and Odisha News
କଏନ୍ କେହି ନନେବାରୁ ମୁଖ୍ୟତଃ ବେଶୀ ପ୍ରଭାବିତ ହେଉଛନ୍ତି ଖୁଚୁରା ବ୍ୟବସାୟୀ । ବ୍ୟାଙ୍କ କର୍ତୃପକ୍ଷ  କଏନ୍ ଅଚଳ ହେବା କଥା ଗୁଜବ ଓ ସମସ୍ତ ପ୍ରକାର କଏନ ବୈଧ ବୋଲି ଯେତେ ସ୍ପଷ୍ଟିକରଣ ରଖିଲେ ମଧ୍ୟ ଲୋକେ ଏକଥାକୁ ଶତପ୍ରତିଶତ ଗ୍ରହଣ କରିବାକୁ ନାରାଜ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଏପରି ମଧ୍ୟ କହିଛି ଯେ କଏନ କୁ ଗ୍ରହଣ କରିବାରେ ଯଦି କେହି ଏହା ଅବୈଧ କହି ମନା କରନ୍ତି ବା କୁଣ୍ଠା ବୋଧ କରନ୍ତି ତେବେ ଆଇନଗତ ପ୍ରକ୍ରିୟାରେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିପାରେ । ଆପଣଙ୍କ ଅବଗତି ପାଇଁ ଆମେ କହି ରଖୁଛୁ ଯେ, ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରି ଦିଅନ୍ତି ତେବେ ଏ ସମ୍ବନ୍ଧରେ ଆପଣ ପୁଲିସରେ ଅଭିଯୋଗ କରିପାରିବେ, ଯାହା ଦ୍ୱାରା କି ଉକ୍ତ ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।
ରିଜର୍ଭ ବ୍ୟାଙ୍କ ପ୍ରବକ୍ତାଙ୍କ କହିବା ଅନୁସାରେ, ଯେଉଁ ସବୁ କଏନ ଜାରି କରାଯାଇଛି , ତାହା ରିଜର୍ଭ ବ୍ୟାଙ୍କର ନିୟମ ଆଧାରରେ ଜାରି କରାଯାଇଛି । ଏଥିପାଇଁ ବଜାରରେ ଉପଲବ୍ଧ ସମସ୍ତ କଏନ ବୈଧ ଅଟେ । ଯଦି କୌଣସି ବ୍ୟକ୍ତି କିମ୍ବା ବ୍ୟାଙ୍କ ଏହି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ତାର ସୂଚନା ତୁରନ୍ତ ପୁଲିସକୁ ଦେବା ଉଚିତ , କାରଣ ଏଭଳି କରିବା ଅପରାଧ ଅଟେ । ଆପଣ ବି ଜାଣିଥିବେ ଯେ ଗତ କିଛି ମାସ ହେବା କଏନ ସବୁ ଅଚଳ ହୋଇଗଲାଣି ବୋଲି ଜୋର୍ ଦାର୍ ଚର୍ଚ୍ଚା ହୋଇ ଆସୁଛି । ତେବେ ଏହା ଏକ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ନିତାନ୍ତ ଜରୁରୀ ହୋଇ ଯାଇଛି ।
ଆଶା କରୁଛୁ କଏନ ର ବୈଧତାକୁ ନେଇ ଆମର ଏହି ସୂଚନା ଆପଣଙ୍କର ବହୁତ କାମରେ ଆସିବ |

Comments

comments