OdiaWeb- Odia Film, Music, Songs, Videos, SMS, Shayari, Tourism, News

ଲେମ୍ବୁ ଆଚାର

Lembu achara
Lembu achara

ସାମଗ୍ରୀ:
ଲେମ୍ବୁ-୪୦ ଟି (ପାଚିଲା)
ସୋରିଷତେଲ-୧/୨ କେଜି
ସୋରିଷ-୧୦୦  ଗ୍ରାମ୍
ଧନିଆଗୁଣ୍ଡ-୧୦୦  ଗ୍ରାମ୍
ପାନମହୁରି- ୧୦୦ ଗ୍ରାମ୍
ଲଙ୍କାଗୁଣ୍ଡ-୧୦୦ ଗ୍ରାମ୍
ହଳଦୀ ଗୁଣ୍ଡ-୫୦ଗ୍ରାମ୍
ମେଥି-୨୫ ଗ୍ରାମ୍
କଳାଜିରା- ୨୫ ଗ୍ରାମ୍
ହେଙ୍ଗୁ-ଟିପେ
ଲୁଣ-ସ୍ୱାଦାନୁସାରେ

ପ୍ରଣାଳୀ:
ଲେମ୍ବୁକୁ ଲୁଣ ଦେଇ ଗୋଟିଏ ଡବାରେ ପୂରାଇ ଖରାରେ ରଖନ୍ତୁ | ପ୍ରତିଦିନ ଡବା ହଲାଉଥିବେ | ୭ ଦିନ ପରେ ଲେମ୍ବୁ ନରମିଯିବ | ଏହାକୁ କାଢି ଦୁଇଟି ଚିରା ଲଗାଇ ରଖିବେ | ଲେମ୍ବୁ ପୂରା ଯେମିତି କଟିନଯାଏ | ମୁଣି ଏହି ଲେମ୍ବୁକୁ ଆଉ ଦୁଇଟି ଖରା ଦେବେ | ପାନମହୁରି, ମେଥି ଓ କଳାଜିରାକୁ ମିଶାଇ ହାଲକା କରି ଭାଜିବେ | ସୋରିଷ ସହ ମିଶାଇ ସବୁକୁ ଗୁଣ୍ଡ କରିବେ | ତେଲରେ ହେଙ୍ଗୁ ପକାଇ ଫୁଟାଇ ଥଣ୍ଡା କରିବେ | ସେଥିବେ ମସଲାସବୁ ଗୋଳାଇ ଲେମ୍ବୁ ଡବାରେ ଭରନ୍ତୁ | ଏହି ସ୍ଟଫଡ୍ ଲେମ୍ବୁକୁ ଡବାରେ ଭରନ୍ତୁ | ଉପରୁ ତେଲ ଢାଲନ୍ତୁ | ୧୫ ଦିନ ପରେ ଆଚାର ଖାଇବାକୁ ରେଡି ହୋଇଯିବ |

 

Comments

comments