OdiaWeb- Odia Film, Music, Songs, Videos, SMS, Shayari, Tourism, News

ରୋହି ମାଛ ଝାଳ

Rohi machha jhola

Rohi machha jhola

ଉପାଦାନ:
ତଟକା ରୋହି ମାଛ ୨୫୦ ଗ୍ରାମ୍,ସୋରିଷ ତେଲ ୪ ଚାମଚ,ହଳଦୀ ଗୁଣ୍ଡ ୧ ଚାମଚ,ଜିରା ଓ ପୋସ୍ତକ ବଟା୨ ଚାମଚ,ରସୁଣ ୧ ଟା ବଟା,ଇଞ୍ଚେ ଅଦା ବଟା,ଚିନି ଅଧ ଚାମଚ,କଞ୍ଚା ମଟର,ଶୁଖିଲା ଲଙ୍କା ଗୁଣ୍ଡ ୧ ଚାମଚ,ଟମାଟୋ ୧ ଟା,ସରୁ ସରୁ କଟା ୨ଟି ଆଳୁ,ଲୁଣ ଆବଶ୍ୟକ ଅନୁସାରେ,ଜିରା ଓ ସୋରିଷ ଗୋଟା ଅଧ ଚାମଚ

ପ୍ରସ୍ତୁତି:
ପ୍ରଥମେ ମାଛକୁ କାତି ଛଡାଇ ଭଲ ଭାବେ ଧୋଇ ଦିଅନ୍ତୁ |ଏହାପରେ ତାହାକୁ ଖଣ୍ଡେ ଖଣ୍ଡେ କରି କାଟି ଏକ ଡେକ୍‌ଚିରେ ରଖନ୍ତୁ |ଅନ୍ତ ଫାଟିଗଲେ ଏହି ଖଣ୍ଡଗୁଡିକ ପୁଣି ଥରେ ଭଲଭାବରେ ଧୋଇ ଦିଅଅନ୍ତୁ |ଗାଲି ଓ ପିଚ ଅନ୍ତ ଫୋପାଡି ଦିଅନ୍ତୁ |ଏହି ମାଛ ଖଣ୍ଡରେ ଅଧ ଚାମଚ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଏବଂ ସୋରିଷ ତେଲ ୧ ଚାମୁଚ ମିଶାଇ ତଳ ଉପର କରି ଦିଅନ୍ତୁ |ପ୍ୟାନ୍ ରେ ତେଲ ଗରମ କରି ମାଛକୁ କଡା କରି ଭାଜି ଦିଅନ୍ତୁ |ମାଛ ନାଲି ହେଲେ ଓହ୍ଲାଇ ଆଣନ୍ତୁ |

ଏହାପରେ ଚୁଲିରେ କଢେଇ ବସାଇ ଅବଶିଷ୍ଟ ତେଲ ସେଥିରେ ଢାଳନ୍ତୁ |ତେଲ ଗରମ ହେଲେ ଚିନି ପକାନ୍ତୁ ଏବଂ ଲାଲ ହେବା ସଙ୍ଗେ ସଙ୍ଗେ ଗୋଟା ଜିରା ଓ ସୋରିଷ ଫୁଟାଇ ଅବଶିଷ୍ଟ ହଳଦି ଗୁଣ୍ଡ ପକାଇ ଦିଅନ୍ତୁ |ପରେ ପରେ କଟା ପିଆଜ ପକାଇ ଭାଜନ୍ତୁ | ପିଆଜ ଅଧା ଲାଲ୍‌ ହୋଇ ଆସିଲେ ସେଥିରେ ଲଙ୍କାଗୁଣ୍ଡ ଓ ରସୁଣ ବଟା ପକାଇ ଭାଜନୁ । ରସୁଣ ନାଲି ହେବା ମାତ୍ରେ ଜିରା ଓ ପୋସ୍ତକ ବଟା ଦେଇ ଅଛି ଆଞ୍ଚରେ ଭାଜନ୍ତୁ । ପାଣି ମରି ଆସିଲେ ଟମାଟୋ ଗୋଟିଏ କାଟି ସେଥିରେ ପକାନ୍ତୁ । ଟମାଟୋର ପାଣି ମରି ଆସିଲେ ଆଳୁ ଓ ଲୁଣ ପକାଇ କଷନ୍ତୁ ।ସମ୍ପୂର୍ଣ୍ଣ ପାଣି ମରିଗଲେ ମାଛ ପକାଇ ଦିଅନ୍ତୁ ଓ ଉପରେ ଦହି ପକାନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ପାଣିଦେଇ ଫୁଟାନ୍ତୁ ଓ ଅଦାବଟା ଦିଅନ୍ତୁ । ଚରମ ଭାତ ସଙ୍ଗେ ଏହା ଖୁବ୍‌ ସୁସ୍ଵାଦୁକର ଅଟେ । ଭାକୁର, ଚାୟନା ରୋହି, ମିରିକାଳୀ ପ୍ରଭୃତି ମାଛ ମଧ୍ଯ ଏହି ପଦ୍ଧତିରେ ରନ୍ଧାଯାଏ । ଏଥିରେ ଗରମ ମସଲା କିମ୍ବା ଯେ କୌଣସି କରି ପାଉଡ଼ର ଅଳ୍ପ ପରିମାଣରେ ମିଶାଯାଇପାରେ ।

Comments

comments