OdiaWeb- Odia Film, Music, Songs, Videos, SMS, Shayari, Tourism, News

ରାଜସ୍ଥାନୀ ମାଂସ ତରକାରୀ

Rajasthan meat recipe
Rajasthan meat recipe

ସାମଗ୍ରୀ:
ମାଂସ -୫୦୦ ଗ୍ରାମ୍
ବଡ ପିଆଜ-୨ଟା (ସରୁ ଲମ୍ବାକଟା)
ଲାଲ୍ ଲଙ୍କା-୪ଟି
ଗୋଲମରିଚ-୮-୧୦ ଟି
ଗୋଟା ଧନିଆ-୧ ଚାମଚ
ଡାଲ୍‌ଚିନି-୧ ଇଞ୍ଚ
ଅଳେଇଚ-୩ଟି
ଲବଙ୍ଗ-୪ଟା
ଚିନି-୧/୨ ଚାମଚ
ଜାଇତ୍ରୀ-ଅଳ୍ପ
ଜାଇଫଳ-୧ଟିର ୧/୪ ଭାଗ
ତେଜପତ୍ର-୨ ଟି
ହଳଦି,ଲୁଣ-ଆବଶ୍ୟକ ଅନୁପାତରେ
ସୋରିଷ ତେଲ- ୧ ଟେବୁଲ୍-ଚାମଚ
ଅଦା-୧ ଇଞ୍ଚ( ସରୁ ଲମ୍ବାକଟା)
ରସୁଣ-୬-୭ କୋଲା (କଟା)
କଞ୍ଚାଲଙ୍କା-୨ଟି (ଲମ୍ବାକଟା)
ଦହି-୩ ଟେବୁଲ୍-ଚାମଚ
ଗରମ ମସଲା ଗୁଣ୍ଡ-୧/୨ ଚାମଚ

ପ୍ରଣାଳୀ:
କୁକର୍‌ରେ ତେଲ ଗରମ କରନ୍ତୁ | ତେଜପତ୍ର ପକାଇ ଗୋଟା ମସଳାସବୁ ପକାଇ ଫୁଟାନ୍ତୁ | ହଳଦି ପକାଇ ସଙ୍ଗେ ସଙ୍ଗେ ପିଆଜ,ଅଦା,ରସୁଣ ପକାଇ ୫ ମିନିଟ୍ ଭାଜିଲା ପରେ ଲୁଣ ଓ ଚିନି ମିଶାନ୍ତୁ | ମସଲା ଟିକେ ନରମ ହୋଇଗଲେ ମାଂସ ପକାଇ ଆଉ ୫ ମିନିଟ୍ ଗୋଳାନ୍ତୁ | ପାଣି ବାହାରିଲେ ଦହି ମିଶାଇ ଗରମ ମସଲା ଗୁଣ୍ଡ ପକାଇ ଘୋଡଣୀ ଲଗାନ୍ତୁ | କମ୍ ଆଞ୍ଚରେ ୨ଟି ସିଟି ମାରିଲେ କୁକର୍ ଖୋଲି ସିଝିଲା ନାହିଁ ଦେଖନ୍ତୁ | ଦରକାର୍ ହେଲେ ଅଳ୍ପ ପାଣି ଦେଇ ପୁଣି ବସାନ୍ତୁ | ହୋଇଗଲେ ଗରମ ଗରମ ପରଶନ୍ତୁ |

 

Comments

comments