
ସାମଗ୍ରୀ :
ସର ବା କ୍ରିମ୍ – ୨୫୦ ଗ୍ରାମ୍
ମଇଦା -୪ ୧/୨ ଚାମଚ
ଘିଅ-ଭାଜିବା ପାଇଁ
କେଶରୀଆ ସରିପ୍ ପାଇଁ :
ଚିନି – ୧ କପ୍
ପାଣି – ୧/୨ କପ୍
କ୍ଷୀର -୪ ଚାମଚରେ
୧/୨ ଚାମଚ ସାଫରନ୍
ଅଳେଇଚ ଗୁଣ୍ଡ-୧/୨ ଚାମଚ
ଛୋଟକଟା – ବାଦାମ (କାଜୁ, ପିସ୍ତା)
ପ୍ରଣାଳୀ :
ମଇଦାରେ କ୍ରିମ୍ ଓ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ | ୧ ୧/୨ କପ୍ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନ୍ରେ ଘିଅ ଲଗାଇ ଛୋଟ ହୋଟ ପିଠା ପରି ପୁଆ ପ୍ରସ୍ତୁତ କରନ୍ତୁ ଦୁଇପଟ ଲାଲ୍ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୁର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍ ବୁଡ଼ାଇ ପ୍ଲେଟ୍କୁ କାଢ଼ି ଉପରୁ ଡ୍ରାଏ ଫ୍ରଟ୍ସ୍ ଓ ଅଳେଇଚ ଗୁଣ୍ଠ ପକାଇ ସର୍ଭ କରନ୍ତୁ ।
Comments
comments