OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଲାଇ ପନିର

Malai-Paneer-
Malai-Paneer

ସାମଗ୍ରୀ :
ପନିର୍-୨୫୦
ଦୁଧସର-୧/୨ କପ୍
ଜିରା-୧ ଚା ଚାମଚ
କଞ୍ଚାଲଙ୍କା -୫ଟା
ପରିମାଣ ଲୁଣ
ଗୁଜରାତି- ୨ ଟା
ଡାଳଚିନି -୨ଖଣ୍ଡ
ଟମାଟୋ-୧ଟା
ତେଲ-୧ଟେବୁଲ୍ ଚାମଚ
ପ୍ରଣାଳୀ:
କଞ୍ଚାଲଙ୍କା ,ଅଦା,ଜିରା ବାଟି ରଖ । ଟମାତୋକୁ ସିଝାଇ ରସ ଛାଣି ରଖ । ପନିରକୁ ଛୋଟ ଛୋଟ ଡାଇମଣ୍ଡ ପରି କାଟି ରଖ । କରେଇରେ ତେଲ ଗରମ କର । ସେଥିରେ ଡାଳଚିନି ,ଗୁଜରାତି ପକାଇ ପନିର ଖଣ୍ଡ ସବୁ ଦେଇ ଇଲଟ ପାଲଟା କରି ଭାଜ । ସେଥିରେ ଜିରା ବଟାମସଲା ଓ ଲୁଣ ପକାଇ କମ୍ ନିଆଁରେ ଭାଜ । ଟମାଟୋ ରସ ଦିଅ । ୫ ମିନିଟ୍ ଫୁଟାଅ । ଦୁଧସରକୁ ଭଲଭାବରେ ଫେଣ୍ଟି ତରକାରିରେ ଢାଳି ଓହ୍ଲାଇବ । ସର ବଦଳରେ ୧ ଟେବୁଲ୍ ଚାମଚ କ୍ରିମ୍ ଦେଇପାର । ଏଥିରେ ଲାଗି ଲାଗି ଝୋଳ ରହିବ ।

Comments

comments