
ସାମଗ୍ରୀ :
ବିନ୍ – ୨୫୦
ଆଳୁ – ୨ଟା
ଧନିଆଗୁଣ୍ଡ- ୧ ଟେବୁଲ୍ ଚାମଚ଼
ଜିରାଗୁଣ୍ଡ
ଲଙ୍କାଗୁଣ୍ଡ – ୧/ ୨ ଚା ଚାମଚ
ଟମାଟୋ ବଡ଼ – ୧ଟା
ଫୁଟଣ – ୧ ଚା ଚାମଚ
ପରିମାଣ ଲୁଣ, ହଳଦୀ
ତେଲ – ୨ ଟେବୁଲ୍ ଚାମଚ଼
ପ୍ରଣାଳୀ :
ବିନ୍ ଓ ଆଳୁ ଅଧଇଞ୍ଚ ସାଇଜ୍ର କାଟି ନିଅ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଇ ବିନ୍, ଆଳୁ ପକାଅ। ଲୁଣ ଓ ହଳଦୀ ଦେଇ ମିଶାମିଶି କରି ଢାକିଦିଅ । ୫ ମିନିଟ୍ ପରେ କାଙ୍କୁଣୀ ଖୋଲି ସେଥିରେ ଧନିଆଗୁଣ୍ଡ, ଜିରାଗୁଣ୍ଡ ଓ ଲଙ୍କାଗୁଣ୍ଡ ଦେଇ ଟିକେ କଷିନେଇ ଟମାଟୋ ଦେଇ କାଙ୍କୁଣୀ ଦେଇଦିଅ । କମ୍ ନିଆଁରେ ରଖ । ୫ ମିନିଟ୍ ପରେ ଢାଙ୍କୁଣୀ ଖୋଲି କଷାକଷି କରି ଓହ୍ଲାଅ ।
Comments
comments