OdiaWeb- Odia Film, Music, Songs, Videos, SMS, Shayari, Tourism, News

ପୁରଦିଆ ବୁଢ଼ା ଚକୁଳି

budha chakuli pitha

budha chakuli pitha

(୧ କପ୍‌ ଅରୁଆ ଚାଉଳ, ୧ କପ୍‌ ବିରି, ୧ କପ୍‌ ଚିନି, ୧ କିଲୋ ଦୁଧର
ଛେନା, ଫାଳେ ନଡ଼ିଆ, ଗୁଜୁରାତି ଗୁଣ୍ଡ ଟିକେ ଦରକାର ମୁତାବକ ଲୁଣ !)

ପ୍ରସ୍ତୁତି : ଛେନାରୁ ପାଣି ଝରାଇରଖ । ଶୁଖିଲା ଛେନା, ନଡ଼ିଆ କୋରା ଓ
ଚିନିକୁ ଭଲଭାବରେ ମିଶାଇ ନେଇ କଡାଇରେ ୫ ମିନିଟ ଭାଜି ନେଇ ରଖ । ସେଥିରେ
ଗୁଜୁରାତି ଗୁଣ୍ଡ ଦେଇ ମିଶାଇ ଦିଅ । ବିରି ଚାଉଳ ଭିଜାଇ ଶିଳରେ ଚିକ୍ନକଣ କରି ବାଟି
ନେଇ ଟିକେ ପେଞ୍ଚି ରଖ । ଲୁଣ ଦେଇ ମିଶାଅ, ଚକୁଳି ଆଣ ଠାରୁ ଏହା ଯେପରିଟିକେ
କାଠ ହୁଏ । ତାୱାରେ ତେଲ ଦେଇ ସରୁ ଚକ୍କୁଳି ପରି ଆଣ ଦେର ପିଠକୁ ଓଲଟାଇ
ନିଅ । ଓଲଟା ପଟରେ କିଛି ପୁର ଦେଇ ଖେଳାଇ ନିଅ । ତା’ ଉପରେ କିଛି ଆଣ ଦେଇ
ଖେଳାଇ ନେଇ ଓଲଟାଇ ଦିଅ । ମଝିରେ ମଝିରେ ଚାମଚେ ଚାମଚେ ତେଲ ଦେଉଥିଲେ
ଭଲ । ପିଠା ଓଲଟାଇ ପୁଣି ପୁର ଦେଇ ତା’ ଉପରେ କିଛି ଆଣ ଦେଇ ଦେବେ ।

Comments

comments