OdiaWeb- Odia Film, Music, Songs, Videos, SMS, Shayari, Tourism, News

ଚିଙ୍ଗୁଡି ତରକାରି

 

chingudi tarkari
chingudi tarkari

ସାମଗ୍ରୀ :
ଚିଙ୍ଗୁଡି (ମଧ୍ୟମ ସାଇଜ୍‌ର)-୪ ଟି
ତେନ୍ତୁଳି ମଣ୍ଡ-୨ ଚାମଚ
ବିଲାତି-୨ଟି
ପିଆଜ-୨ଟି
କଞ୍ଚାଲଙ୍କା-୬ଟି
ଅଦା-୧ କଞ୍ଚ
ନଡିଆ କୋରା-୧୫୦ ଗ୍ରାମ୍
ଲାଲ୍ ଲଙ୍କା-୧୦ ଟି
ଜିରା -୧ ଚାମଚ
ଧନିଆ-୧ ଚାମଚ
ଗୋଲମରିଚ-୧୦ ଟି
ହଳଦିଗୁଣ୍ଡ-୧ ଚାମଚ
ତେଲ-୩ ବଡ ଚାମଚ
ଲୁଣ- ସ୍ୱାଦାନୁସାରେ

ପ୍ରଣାଳୀ:
ଚିଙ୍ଗୁଡିକୁ ଧୋଇ ଚୋପା ଛଡାଇ କାଟି ରଖନ୍ତୁ | ପିଆଜ, ବିଲାତି ,ଲଙ୍କା ,ଅଦାକୁ କାଟି ରଖନ୍ତୁ | ନଡିଆ ,ଲାଲ୍ ଲଙ୍କା ,ଧନିଆ ,ଜିରା ,ଗୋଲମରିଚ ଓ ହଳଦିକୁ ନନ୍‌ଷ୍ଟିକ୍ କରେଇରେ ଟିକେ ଭାଜି ଗ୍ରାଇଣ୍ଡିଂ କରି ରଖନ୍ତୁ |କରେଇରେ ତେଲ ଗରମ କରି ଟମାଟୋ ,ପିଆଜ,ଅଦା, ଓ ଲଙ୍କା କଟା ପକାଇ ୫ ମିନିଟ୍ ଭାଜନ୍ତୁ | ଟିକେ ଲୁଣ ପକାନ୍ତୁ | ମସଲା ନରମିଗଲେ ବଟା ମସଲା ପକାଇ ଆଉ ୧୦ ମିନିଟ୍ ରାନ୍ଧନ୍ତୁ |ଏଥର ଚିଙ୍ଗୁଡି ପକାଇ ଆବଶ୍ୟକ ଲୁଣ ଦେଇ ୨ ରୁ ୩ ମିନିଟ୍ କମ୍ ଆଞ୍ଚରେ ବସାଇଲା ପରେ ତେନ୍ତୁଳି ମଣ୍ଡ ମିଶାନ୍ତୁ | ଝୋଳ ବହଳିଆ ହୋଇଗଲେ ସର୍ଭିଙ୍ଗ୍ ପ୍ଲେଟ୍‌କୁ କାଢି ଧନିଆପତ୍ରରେ ସଜାଇ ପରଶନ୍ତୁ |

Comments

comments