
ସାମଗ୍ରୀ :
ଅରୁଆ ଚାଉଳ – ୨ କପ୍
ଲୁଣ- ୧/୨ ଚାମଚ
ହେଙ୍ଗୁ-୧ ଚିମୁଟା
ସୋଢ଼ା – ୧/୪ ଚାମଚ
ଧଚା ରାଣି–୨ ଚାମଚ
ପ୍ରଣାଳୀ :
ଅରୁଆ ଚାଉଳକୁ ବତୁରାଇ ଭଲକରି ଚିକ୍କଣ କରି ବାଟି ରଖନ୍ତୁ । ଗୋଟିଏ ଖୋଲାମୁହାଁ ପାତ୍ର ଉପରେ କନା ବାନ୍ଧି ଡବା ଖୋଳରେ ତେଲ ଦେଇ ଗରମ କରନ୍ତୁ । ଚାଉଳବଟାରେ ଲୁଣ, ଧଳା ରାଶି, ହେଙ୍ଗୁ, ସୋଢ଼ା ଓ ( ଲଙ୍କାଗୁଣ୍ଡ) ଚାହିଁଲେ ଦେଇ ଭଲକରି ଗୋଳାନ୍ତୁ । ଡବା ଖୋଳରେ ସେହି ଆଣରୁ ଟିକେ ଟିକେ ଦେଇ ୩-୪ ମିନିଟ୍ ଘୋଡ଼ାଇ ସିଝାନ୍ତୁ । ସିଝିଗଲେ ଚାମଚ ସାହାଯ୍ୟରେ ଡବା ଖୋଳରୁ କାଢ଼ି ଫ୍ୟାନ୍ରେ ଶୁଖାନ୍ତୁ । ତା’ପରେ ଖରାରେ ଭଲକରି ଶୁଖାଇ ଡବାରେ ରଖନ୍ତୁ ।
Comments
comments