
ସାମଗ୍ରୀ :
ଗଜାମୁଗ–୧ କପ୍
କର୍ଣ୍ଣ ଫ୍ଲେର -୩ ଚାମଚ
ନିରାମିଷ ଷ୍ଟକ-୮ କପ୍
କ୍ଷୀର -୧ କପ୍
ମୁଗଡାଲ–୧ କପ୍
ବଟର–୨ ଚାମଚ
କଟାପିଆଜ-୨ଟି
ଧନିଆପତ୍ର କଟା- କିଛି
କଟା ରସୁଣ–୨ ଚାମଚ
ଲୁଣ, ଗୋଲମରିଚ–ଇଚ୍ଛା ଅନୁଯାୟୀ
ତେଜପତ୍ର–୨ଟି
ଟମାଟୋ ସସ୍–୧ ଟେବୁଲ ଚାମଚ
ସୋୟା ସସ୍–୧/୨, ଟେବୁଲ ଚାମଟ
ପ୍ରଣାଳୀ :
ଡାଲିକୁ ବତୁରାଇ ରଖ । ସେହି ପାଣି ସହ ମୁଗଡାଲିରେ ୧/୨ ଗଜାମୁଗ ପକାଇ ରଖ । ପ୍ୟାନ୍ରେ ୧/୨ ବଟର ଗରମ କରି ତେଜପତ୍ର, ରସୁଣ, ପିଆଜ ପକାଇ ଭାଜ ଏଥର ଏସବୁ ସହ ଷ୍ଟକ୍ ଦେଇ ଡାଲିକୁ ଭଲ କରି ସିଝାଅ । ସିଝି ଥଣ୍ଡା ହେଲେ ବଡ଼ ସୁପ୍ରେ ଛଣାରେ ଦଳି ଦଳି ଛାଣ । ଏଥୁରେ କ୍ଷୀର ମିଶାଇ ଗୋଳାଅ । ପ୍ୟାନ୍ରବଳକା ବଟର ଗରମ କରି ଏହାକୁ ଢାଳି ମଧ୍ୟମ ଆଞ୍ଚରେ ଗୋଳାଇ ଗୋଳାଇ ଫୁଟାଅ । ପାଣିରେ କର୍ଣ୍ଣଫ୍ଲୋର ମିଶାଇ ଏଥିରେ ଢାଳି ଗୋଳାଅ ଓ ଆବଶ୍ୟକ ବହଳିଆ ହେବାଯାଏଁ ରାନ୍ଧ । ଶେଷରେ ସସ୍, ଲୁଣ, ଗୋଲମରିଚ ଓ ଧନିଆପତ୍ର ପକାଇ ସର୍ଭ କର । ବଳକା ଗଜାମୁଗକୁ ବଟରରେ ଭାଜି ଏହି କ୍ଲିଅର୍ ସୁପ୍ରେ ପକାଇ ପାରନ୍ତି ।
Comments
comments