OdiaWeb- Odia Film, Music, Songs, Videos, SMS, Shayari, Tourism, News

କଙ୍କଡା କାଲିଆ

kankada kalia

kankada kalia

ସାମଗ୍ରୀ:
୪ଟା ମଧ୍ୟମ ସାଇଜ୍‌ର କଙ୍କଡା
୨ଟି ପିଆଜ
୧ଟି ରସୁଣ
୩ସେ.ମି ଅଦା
୧ଚାମଚ ଧନିଆ
୬ଟି ଲାଲଲଙ୍କା
୨ଖଣ୍ଡ ଡାଲଚିନି
୨ଟି ଗୁଜୁରାତି
୨ଟି ତେଜପତ୍ର
୪ଟି ଆଳୁ
ଅଧକପ୍ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ଆଳୁ ଛୋପାଛଡାଇ ଚାରିଖଣ୍ଡ କରି କାଟ |ପିଆଜ ;ରସୁଣ ,ଅଦା ଚିକ୍‌କଣ କରି ବାଟିବ |ଜିରା ,ଧନିଆ,ଲଙ୍କା,ତେଜପତ୍ର ଅଲଗା ବାଟିରଖ |କଡାଇରେ ଅଧା ତେଲ ଦେଇ କଙ୍କାଡାକୁ ଭାଜି ଓହ୍ଲାଇ ଦିଅ |କଡାଇରେ ଅନ୍ୟ ତେଲ ଦେଇ ଆଳୁ ଭାଜ |ଆଳୁ ଲାଲ୍ ହେଲେ ପିଆଜ ମସଲା କଷ |ଦୁଇ ମିନିଟ୍ ପରେ ଜିରା ମସଲା ଦେଇ ଭାଜ |ମସଲାରୁ ଭଲ ବାସନା ଆସିଲେ ତିନି କପ୍ ପାଣି ଓ କଙ୍କଡା ଦେଇ ଢାଙ୍କୁଣୀ ଦେଇ ଦିଅ |ଆଳୁ ସିଝିଆସିଲେ ବିଲାତି ଦିଅ |ବିଲାତି ନରମ ହୋଇ ଝୋଳ ବହଳ ହେଲେ ଗରମ ମସଲା ଦେଇ ତରକାରି ଓହ୍ଲାଇ ଦିଅ |

Comments

comments