OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ପରଟା

Aloo-Paratha
Aloo-Paratha

ସାମଗ୍ରୀ :
ଦୁଇକପ୍‌ ଅଟା
ଟିପେ ଲୁଣ
ସିଝା ଆଳୁ ଦି’ଟା
ଗୋଲମରିଚ ଗୁଣ୍ଡ ଅଧା ଚା ଚାମଚ
ରିଫାଇନ୍‌ ତେଲ ତିନି ଟେବୁଲ ଚାମଚ
ଆଜୁ ପାଇଁ ଟିକେ ଲୁଣ
ଟିକେ ଅଦା ଛେଚା
ଧନିଆପତ୍ର କଟା ଅଳ୍ପ
ରିଫାଇନ୍‌ ତେଲ ତିନି ଟେବୁଲ ଚାମଚ

ପ୍ରଣାଳୀ :
ସିଝା ଆଳୁ, ଧନିଆ ପତ୍ର କଟା, ଅଦା ଛେଚା, ଲୁଣ ଓ ଗୋଲମରିଚ ଗୁଣ୍ଡ ଭଲଭାବରେ ଚକଟି ନିଅ । ଏହାକୁ ପାଞ୍ଚଟା ଗୁଳା କରିଦିଅ | ଅଟା ଚକଟି ନିଅ | ଚକଟା ଅଟାରେ ପାଞ୍ଚଟା ଗୁଳା କର । ଗୋଟିଏ, ଆଳୁ ଚକଟାକୁ ମଣ୍ଡା ପିଠା ପୁର ପୂରାଇଲା ପରି ଗୋଲ, ପରଟା ବେଲି ନିଅ । ତାୱାରେ ଗୋଟିଏ ଗୋଟିଏ ପରଟା ଭାଜି ଦୁଇପଟ ଭାଜି ନେଇ ଏକ ଚା ଚାମଚ ତେଲ ଦେଇ ଭାଜି ଖାଇବାକୁ ଦିଅ | ଶୁଖିଲା ବନ୍ଧାକୋବି ତରକାରି ଆଳୁପୁର ପରି ଦେଇ ବନ୍ଧାକୋବି ପରଟା କରିପାର ।

Comments

comments