OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡା ବିରିୟାନୀ

egg-biryani-3

egg-biryani-3

ସାମଗ୍ରୀ:
୫୦୦ ଗ୍ରାମ୍ ଚାଉଳ
୫ଟା ଅଣ୍ଡା
୩ଟା ଆଳୁ
୪ଟା ପିଆଜ
୬ପାଖୁଡା ରସୁଣ
ତିନି ସେ.ମି ଅଦା
୬ଟା ଲାଲ୍ ଲଙ୍କା
୪ଖଣ୍ଡ ଡାଲ୍‌ଚିନି
୪ଟା ଗୁଜୁରାତି
୬ଟା ଲବଙ୍ଗ
୬ଟା ଗୋଲମରିଚ
୪ଟେବୁଲ୍ ଚାମଚ ଘିଅ
୧କପ୍ ରିଫାଇନ୍ ତେଲ
୨ଟା ତେଅଜପତ୍ର
ପ୍ରସ୍ତୁତି:
ଚାଉଳରେ ଭଲ ଝରଝରା ଭାତ ରାନ୍ଧି ରଖ |ଅଣ୍ଡା ,ଆଳୁ ସିଝାଇ ନିଅ |ଅଣ୍ଡା ଖୋଳପା ଛଡାଇ ରଖ |ଆଳୁ ଚୋପା ଛଡାଇ ୨ଖଣ୍ଡ କରି କାଟିରଖ |ପିଆଜ ୨ଟା ରସୁଣ ,ଅଦା ଓ ଲଙ୍କା ବାଟି ରଖ |ଡାଲ୍ ଚିନି ,ଗୁଜୁରାତି ,ଲବଙ୍ଗ ,ଗୋଲମରିଚ ଗୁଣ୍ଡ କରି ରଖ ୤କଡାଇରେ ତେଲ ଦେଇ ଅନ୍ୟ ପିଆଜ ଦୁଇଟିକୁ ପତଳା ପତଳା କାଟି ଲାଲ୍ କରି ଭାଜି କାଢିନିଅ |ସେଇ ତେଲରେ ଅଣ୍ଡା ଓ ଆଳୁକୁ ଲାଲ କରି ଭାଜି ଦେଇ ପିଆଜ ମସଲା ଦେଇ ଅଣ୍ଡା ଓ ଆଳୁକୁ ଭଲ ଭାବରେ କଷିଦିଅ |ପାଣି ଦେବା ଦରକାର ନାହିଁ ଘିଅରେ ଭାଜି ଦେଇ ଗରମ ମସଲା ଗୁଣ୍ଡ ଓ ପିଆଜ ଭଜା ମିଶାଇ ଦିଅ |ଗୋଟିଏ ଚଉଡା ମୁହଁ ଡେକ୍‌ଚିରେ ମସଲା ଭାତ ରଖି ତା ଉପରେ ଅଣ୍ଡା,ଆଳୁ କଷା କିଛି ରଖ |ତା’ଉପରେ ମସଲା ଭାତ ଏପରି ଭାବରେ ରଖିବେ |୫ମିନିଟ୍ ରଖିଲା ପରେ ସାଇଡ୍ ରୁ ଚାମଚରେ ଖାଇବାକୁ ଦେବେ |

Comments

comments