OdiaWeb- Odia Film, Music, Songs, Videos, SMS, Shayari, Tourism, News

ଅଣ୍ଡାଆଳୁ ତରକାରୀ

anda alu tarakaree

anda alu tarakaree

ସାମଗ୍ରୀ:
୪ଟା କଞ୍ଚାଲଙ୍କା
୨ଟା ପିଆଜ
୫ପାଖୁଡା ରସୁଣ ଦେଢ ସେ.ମି ଅଦା
୫ଟା ଶୁଖିଲା ଲଙ୍କା
୧ଚାମଚ ଧନିଆ
୧ଚାମଚ ଜିରା
୧ଟା ଲବଙ୍ଗ
୨ଟା ଗୁଜୁରାତି
୪ଟା ଗୋଲ୍‌ମରିଚ
ଦେଢ ସେ.ମି ଡାଲଚିନି
ଚଉଠ କପ୍ ତେଲ
୧ ଚାମଚ ଗୁଆଘିଅ
୫ଟା ଆଲୁ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:

ଅଣ୍ଡା ସିଝାଇ ଚୋପା ଛଡାଇ ଟିକେ ଚିରି କରି ରଖ |ଆଳୁ ସିଝାଇ ଚୋପା ଛଡାଇ ଖଣ୍ଡ ଖଣ୍ଡ କରି କାଟି ରଖ |ଆଉ ଗୋଟାଏ ପିଆଜ,ରସୁଣ,ଅଦା,ଧନିଆ,ଲଙ୍କା,ଜିରା ଓ ପୋସ୍ତକ ଭଲଭବରେ ବାଟି ରଖ |ଡଲଚିନି,ଗୁଜୁରାତି ଓ ଲବଙ୍ଗ ଗୋଲମରିଚ ଗୁଣ୍ଦ କରି ରଖ |କଡଇରେ ତେଲ ଗରମ କରି ପୋଆଜ ଭାଜ |ପୋଆଜ ଲାଲ୍ ହୋଇଗଲେ ବଟା ମସଲା ପକାଇ ଭଲଭାବରେ ଭାଜ |ମସଲାରୁ ତେଲ ଅଲଗା ହୋଇ ଆସିଲେ ସେଥିରେ ଅଧା ଆଳୁ ପକାଇ ଟିକେ ଭାଜ ଟିକେ ପରେ ପାଣି ଦେଇ ଲୁଣ ହଳଦୀ ଓ ତେଜପତ୍ର ପକାଅ |ପାଣି ଫୁଟିଲେ ଅଣ୍ଡା ପକାଅ |ଝୋଳ ଟିକେ ବହଳିଆ ହୋଇଗଲେ ଗରମ ମସଲା ଓ ଘିଅ ଏକ ଚାମଚ ସେଥିରେ ଦେଇ ଟିକେ ଫୁଟାଇ ଓହ୍ଲାଇ ଦିଅ |

Comments

comments