OdiaWeb- Odia Film, Music, Songs, Videos, SMS, Shayari, Tourism, News

୨୦୧୯ ମସିହା ହେବ ବିଶ୍ବ ବିନାଶକାରୀ : ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ

End of World in odia

ଜୁଲିଆନ୍ କ୍ୟାଲେଣ୍ଡର ଅନୁସାରେ ୧୫୦୩ ମସିହା ଡିସେମ୍ବର ୧୪ ବା ୨୧ ତାରିଖରେ ଫ୍ରାନ୍ସରେ ଜନ୍ମ ହୋଇଥିବା ମାଇକେଲ ଡି ନଷ୍ଟ୍ରାଡମସ୍‌ ପେଶାରେ ଥିଲେ ଜଣେ ଡାକ୍ଚର। ତେବେ ଜ୍ୟୋତିଷ ବିଦ୍ୟାରେ ତାଙ୍କର ଆଗ୍ରହ ତାଙ୍କୁ ଏଭଳି ଭବିଷ୍ୟବାଣୀ ଲେଖିବାକୁ ଉତ୍ସାହିତ କରିଥିଲା । ୨ଜୁଲାଇ ୧୫୬୬ରେ ନିଜର ମୃତ୍ୟୁ ସମ୍ପର୍କରେ ମଧ୍ୟ ସେ ସଠିକ୍‌ ଭବିଷ୍ୟବାଣୀ କରିଥିଲେ । ଏପରିକି ହେନରୀ-୨ଙ୍କ ମୃତ୍ୟୁ, ଲଣ୍ଡନରେ ବଡ଼ ଧରଣର ଅଗ୍ନିକାଣ୍ଡ, ଫରାସୀ ବିପ୍ଳବ, ହୀଟଲର ଓ ନେପୋଲିୟନ୍‌ ବୋନାପାର୍ଟଙ୍କ ଉତ୍‌ଥାନ ଓ ପତନ, ହିରୋସୀମା ନାଗାସାକିରେ ପରମାଣୁ ବୋମା ବସ୍ଫୋରଣ, ଜନ୍‌ କେନେଡ଼ି ଓ ବବି କେନେଡ଼ିଙ୍କ ହତ୍ୟା, ଓ୍ଵାର୍ଲଡ ଟ୍ରେଡ୍‌ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଦିକୁ ନେଇ ତାଙ୍କର ଭବିଷ୍ୟବାଣୀ ବାସ୍ତବତାର ରୂପ ନେଇଛି ବୋଲି କୁହାଯାଏ|ତଥାପି ତାଙ୍କର ଅନେକ ଭବିଷ୍ୟବାଣୀକୁ ସଠିକ୍‌ ଭାବେ ତର୍ଜମା କରାଯାଇ ପାରି ନାହିଁ । କେତେବେଳେ କିଛି କଥା ସତ ହୋଇଛି ତ ଆଉ କେବେ ମିଥ୍ୟା ପ୍ରମାଣିତ ହୋଇଥିବାରୁ କେହି କେହି ଏହାକୁ ବିଶ୍ୱାସ କରନ୍ତି ତ କେହି ଏହାକୁ ମିଥ୍ୟା ବୋଲି ମନେ କରନ୍ତି| ତଥାପି ମାଇକେଲ ଦି ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀକୁ ନେଇ ସମଗ୍ର ବିଶ୍ବରେ ଅଦ୍ୟପି ଆଲୋଚନା ,ସମାଲୋଚନା ଓ ପର୍ଯ୍ୟାଲୋଚନା ହୋଇ ଆସୁଛି ।

ଠିକ୍‌ ଆମ ଓଡିଆ କବି ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ‘ମାଳିକା’ ଭଳି ନଷ୍ଟ୍ରାଡମସ୍‌ ଅନେକ ଭବିଷ୍ୟବାଣୀ କରିଛନ୍ତି |ଏବେ ସମଗ୍ର ବିଶ୍ବ ନୂତନ ବର୍ଷ ୨୦୧୯କୁ ସ୍ବାଗତ କରିବାକୁ ଯାଉଛି ଓ ଏହା ସହ ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀକୁ ନେଇ ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । ସବୁଠାରୁ ବେଶି ଆଲୋଚନା ହେଉଛି ତୃତୀୟ ବିଶ୍ୱଯୁଦ୍ଧ ଉପରେ ତାଙ୍କର ଭବିଷ୍ୟବାଣୀକୁ ନେଇ ଯେ ୨୦୧୯ ହେବ ବିନାଶକାରୀ|ଆଡଲଫ୍ ହିଟଲରଙ୍କ ଉଦୟ, ଡାଏନାଙ୍କ ମୃତ୍ୟୁ, ପରମାଣୁ ବୋମା, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆଟାକ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ସଠିକ୍ ଭବିଷ୍ୟବାଣୀ କରିଥିବା ଫ୍ରାନ୍ସର ଏହି ଭବିଷ୍ୟବକ୍ତା ମାଇକେଲ ଦି ନଷ୍ଟ୍ରାଡମସ୍‌ ୨୦୧୯ ପାଇଁ ଏପରି ଚକିତ କରିଦେବା ଭଳି ଭବିଷ୍ୟବାଣୀ କରିଛନ୍ତି । କିଛି ଅନ୍ୟ ଭବିଷ୍ୟବକ୍ତା ମଧ୍ୟ ୨୦୧୯କୁ ପ୍ରଳୟଙ୍କରୀ ଭାବେ ସଙ୍କେତ ଦେଇଛନ୍ତି ଯେ ୨୦୧୯ ମସିହା ମାନବ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ବିନାଶକାରୀ ସାବ୍ୟସ୍ତ ହେବ । ଭବିଷ୍ୟବାଣୀ ଜାଣିବାପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛି ମାତ୍ରାରେ ଚେଷ୍ଟା କରାଯାଇପାରେ କିନ୍ତୁ ଏହାକୁ ବଦଳାଇବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ ପରୋକ୍ଷ ଭାବେ ଏହା କହୁଛି ଯେ ୨୦୧୯ରେ ଦୁନିଆ ଶେଷହୋଇଯିବ ଅର୍ଥାତ ବିଶ୍ୱ ଧ୍ୱସଂ ହେବାର ସଙ୍କେତକୁ ତାଙ୍କ ଭବିଷ୍ୟବାଣୀ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଥିରେ ତୃତୀୟ ବିଶ୍ୱ ଯୁଦ୍ଧ, ପାଶ୍ଚାତ୍ୟ ଦୁନିଆର ପତନ ଓ ଆଷ୍ଟ୍ରୋଏଡ୍ ସମ୍ପର୍କରେ ଭବିଷ୍ୟବାଣୀ କରାଯାଇଛି । ବାଖ୍ୟାକାରଙ୍କ ଅନୁସାରେ ୨୦୧୯ରେ ଏହି ଭବିଷ୍ୟବାଣୀ ସତ ପ୍ରମାଣ ହେବ ।

ନାଷ୍ଟ୍ରଡମଙ୍କ ସ୍ବରଚିତ ୯୪୨ଟି କବିତାକୁ ନେଇ ୧୫୫୫ ମସିହାରେ ପ୍ରକାଶିତ ତାଙ୍କର ପୁସ୍ତକ “Les Propheties”ରେ ମଧ୍ୟ କୌଣସି ବଡ ବୈଷୟିକ ସଙ୍ଘର୍ଷକୁ ଇସାରା କରିଛନ୍ତି । ବାଖ୍ୟାକାରଙ୍କ ମତରେ ସେତେବେଳେ ଲିଖିତ ଏହି ପକ୍ତିଂରେ ଆମେରିକା ଓ ଉତ୍ତର କୋରିଆ, ଆମେରିକା ଓ ଋଷ୍ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ ଲୁଚି ରହିଛି । ଅନୁମାନ ଲଗାଯାଉଛି ତୃତୀୟ ବିଶ୍ୱଯୁଦ୍ଧ ସହିତ ଏଯୁଗର ସବୁଠାରୁ ବଡ ଆର୍ଥିକ ସଙ୍କଟ ମଧ୍ୟ ଆସିବ । ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ ଅନୁସାରେ ତୃତୀୟ ବିଶ୍ୱଯୁଦ୍ଧ ଦୁଇ ସୁପରପାୱର ମଧ୍ୟରେ ହେବ| ଖ୍ରୀଷ୍ଟଧର୍ମ ବିରୋଧୀ ଶେଷ ପୋପ୍‌ ବେନେଡିକ୍ଟ-୧୬ଙ୍କୁ ହତ୍ୟା କରିବା ପରେ ଫ୍ରାନ୍ସରୁ ଏହି ତତୀୟ ବିଶ୍ବ ଯୁଦ୍ଧ ଆରମ୍ଭ ହେବ। ପୁଣି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇଛି ଯେ ୨୦୧୯ ଜୁଲାଇ ୨୩ ତାରିଖରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦିନରୁ ହିଁ ବିଶ୍ୱର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ଦେଖାଦେବ । ଏଥିରେ କ୍ୟାଥୋଲିକ୍‌ ଚର୍ଚ୍ଚ ସହ ଅନ୍ୟ ଖ୍ରୀଷ୍ଟିଆନ୍‌ ଚର୍ଚ୍ଚ ସବୁ ପ୍ରଭାବିତ ହେବେ ଓ ତୃତୀୟ ବିଶ୍ୱଯୁଦ୍ଧ ଦୀର୍ଘ ୨୭ ବର୍ଷ ଧରି ଚାଲିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।   ପୁନ୍ନଶ୍ଚ ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ ଅନୁସାରେ ‘ଗ୍ଲୋବାଲ ଓ୍ଵାର୍ମିଂ’ ଅର୍ଥାତ ପୃଥିବୀପୃଷ୍ଠରେ କ୍ରମାଗତ ଭାବେ ବଢୁଥିବା ତାପମାତ୍ରା ଯୋଗୁଁ  ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ ଓ ସମୁଦ୍ର ଉଗ୍ର ରୂପ ଧାରଣ କରିବା ସହ ବିଶ୍ବରେ ଆଉ ଅନେକ ବଡ଼ ଧରଣର ସମସ୍ୟା ମଧ୍ୟ ସୃଷ୍ଟି ହେବ|

ବିଶ୍ବରେ ଅସନ୍ତୁଳିତ ପ୍ରାକୃତିକ ଭାରସାମ୍ୟ ସୃଷ୍ଟି ହେତୁ ୨୦୧୯ରେ ସବୁବେଳେ ପ୍ରାୟତଃ ପୃଥିବୀ ପୃଷ୍ଟରେ ସାଇକ୍ଲୋନ୍ ପରି ନାନା ପ୍ରାକୃତିକ ଦୁର୍ବିପାକ ଲାଗି ରହିବ । ଜଳବାୟୁ ପରିବର୍ତ୍ତନ, ବଡ ଯୁଦ୍ଧ ବା ସଙ୍ଘର୍ଷ ଓ ଲୋକଙ୍କ ମଧ୍ୟରେ ସଂସାଧନ ଓ ମାଇଗ୍ରେସନକୁ ନେଇ ବିବାଦ ବଢିଯିବ । ୨୦୧୯ରେ କିଛି ଯୁରୋପୀୟ ଦେଶ, ଆମେରିକାର ଫ୍ଲୋରିଡା, ଜର୍ଜିଆ, କାରୋଲିନା, ଟେକ୍ସାସ୍‌ ଆଦି ଅଞ୍ଚଳରେ ବଡ଼ ବଡ଼ ବାତ୍ୟା ଓ ଭୟାନକ ବନ୍ୟା ବିତ୍ପାତ କରିବାର ସମ୍ଭାବନା ମଧ୍ୟ ରହିଛି । |କେବଳ ସେତିକି ନୁହେଁ; ହଙ୍ଗେରୀ, ଇଟାଲୀ, ଗ୍ରେଟ୍‌ବ୍ରିଟେନ୍‌, ଚେକ୍‌ ଗଣତନ୍ତ୍ର ଉପରେ ଆତଙ୍କବାଦୀ ଆକ୍ରମଣ ହେବ | ନିଜ ରଣନୀତି ଯୋଗୁଁ ଚୀନ ବିଶ୍ୱର ନୂଆ ନେତା ପାଲଟିବ । ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ ଅନୁସାରେ, ୨୦୧୯ ବର୍ଷରେ ଲୋକମାନେ ଅଧିକ ଭାବେ ହୃଦରୋଗ, ପେଟ ରୋଗ ଓ ପାନକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବେ |ମଧ୍ୟପୂର୍ବ ଦେଶ ଓ ବିଶ୍ୱର କିଛି ଅନ୍ୟ ଭାଗରେ ଧର୍ମକୁ ନେଇ ଲୋକମାନେ ମାରପିଟ୍ ହେବେ । ଅନ୍ୟପକ୍ଷରେ ଅନେକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଧର୍ମର ବାସ୍ତବତା କଣ ଜାଣିବା ପାଇଁ ଭିନ୍ନ ଧର୍ମ ଗ୍ରହଣ କରିବେ । ଠିକ୍‌ ସେହିଭଳି ଅନ୍ୟ ଧର୍ମର ଲୋକେ ମଧ୍ୟ ଖ୍ରୀଷ୍ଟ ଧର୍ମକୁ ଆପଣାଇବେ ।ଏହାର ପରିଣାମ ସୂରୁପ ଅଶାନ୍ତି ଓ ଗୃହଯୁଦ୍ଧ ହେବ ।

କିଛି ଲୋକ ନିଜ ଦେଶକୁ ଛାଡି ଅନ୍ୟ ଦେଶର ଶରଣ ନେବା ପାଇଁ ବାଧ୍ୟ ହେବେ । ନଷ୍ଟ୍ରାଡମସ୍‌ ମଧ୍ୟ ଆଷ୍ଟ୍ରୋଏଡ ଦ୍ୱାରା ମାନବ ସମାଜ ପ୍ରହାର ହେବାର ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ଅନୁସାରେ ଏକ ସୂର୍ଯ୍ୟ ପରାଗ ସମୟରେ ଗୀଷ୍ମର ସବୁଠାରୁ ଅନ୍ଧାର ରାତି ହେବ । ଯେତେବେଳେ ସୂର୍ଯ୍ୟରେ ସମ୍ପୂର୍ଣ୍ଣ ରୂପେ ପରାଗ ଲାଗିଯିବ ସେତେବେଳେ ଆକାଶରୁ ଏକ ପିଣ୍ଡ ଖସିବ । ଏହାକୁ ଦିନ ଆଲୋକରେ ମଧ୍ୟ ଦେଖିହେବ । ଏହି ପକ୍ତିଂକୁ ବାଖ୍ୟାକାରୀ କୁହନ୍ତି ଆକାଶରୁ ଏକ ପିଣ୍ଡ ଖସିବ ଯାହା ଫଳରେ ବିନାଶ ହେବ । ଏହା ସହିତ ନ୍ୟୁକ୍ଲିୟର ୱାର ଓ ପ୍ରାକୃତିକ ବିପଦର ମଧ୍ୟ ଆଶଙ୍କା ରହିବ । ନଷ୍ଟ୍ରାଡମସ୍‌ ଏହା ମଧ୍ୟ କହିଛନ୍ତି ଯେ; ଅବଶ୍ୟ ଟେକନୋଲଜି ଓ ଉଦ୍‌ଭାବନ କ୍ଷେତ୍ରରେ ବିଶ୍ୱ ଆଗକୁ ବଢ଼ିବ । ବାୟୁ ପ୍ରଦୂଷଣ ରୋକିବାକୁ ବିଭିନ୍ନ ଦେଶର ନେତାମାନେ ମଧ୍ୟ ଏକାଠି ହେବେ |

ଷ୍ଟକ୍‌ ମାର୍କେଟ୍‌ରେ ଉତ୍ସାହଜନକ ବୃଦ୍ଧି ପରିଲକ୍ଷିତ ହେବ ଓ ବିଶ୍ୱ ସ୍ତରର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ୟୁରୋପ ମହାଦେଶ ଉପରେ ମଧ୍ୟ ପଡ଼ିବ । । ତେବେ ପ୍ରକୃତରେ ତାଙ୍କର ଭବିଷ୍ୟବାଣୀ ସତ ହେଉଛି ନା ତାଙ୍କ ଭବିଷ୍ୟବାଣୀ ସହ ଲୋକେ କିଛି କଥା ଜୋଡି ଏହାକୁ ଅତିରଞ୍ଜିତ କରିଦେଉଛନ୍ତି ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି ।ଏବେ ଦେଖିବାର କଥା ଆଗାମୀ ଦିନରେ କେତେ ସତ ହେଉଛି ନଷ୍ଟ୍ରାଡମସ୍‌ଙ୍କର ଭବିଷ୍ୟବାଣୀ । ତେବେ ତାଙ୍କର ସତ୍ୟ ହୋଇଥିବା କିଛି ଭବିଷ୍ୟବାଣୀକୁ ଆମେ ଅନ୍ତତଃ ଗଭୀର ଭାବେ ବିଚାର କଲେ ଆମେ ନିଶ୍ଚୟ ଭବିଷ୍ୟତରେ ଉପୁଜିବାକୁ ଥିବା ବିପଦ ଓ ବିପର୍ଯୟକୁ ନେଇ ଏବେଠାରୁ ସତର୍କ ଓ ସଚେତନ ହୋଇ କେତେକାଂଶରେ ନିଜକୁ ତଥା ବିଶ୍ବକୁ ବିପତ୍ତିରୁ ସୁରକ୍ଷା ଦେବାକୁ ସମର୍ଥ ହୋଇପାରିବା| 

Comments

comments