
ସାମଗ୍ରୀ :
ଚିଙ୍ଗୁଡ଼ି _ ୬୦୦ ଗ୍ରାମ୍
ପିଆଜ-_୧ଟି ବଡ଼
ବିଲାତି ୨ଟି
ରସୁଣ–୪ କୋଲା
ତେଲ-୨ ବଡ଼ ଚାମଚ
ସୋରିଷ _- ୧ ଚାମଚ
ଭୁର୍ସୁଙ୍ଗ, ପତ୍ର ୮ଟି
ଲଙ୍କାଗୁଣ୍ଡ- -୧ ଚାମଚ
ଧନିଆ ପତ୍ର କଟା- ଅଳ୍ପ୍
ଲୁଣ-ସ୍ୱାଦାନୁସାରେ
ପ୍ରଣାଳୀ :
ଚିଙ୍ଗୁଡ଼ି ବାଛି ଧୋଇ ପାଣି ନିଗାଡ଼ି ରଖନ୍ତୁ । ଛୋଟ ଛୋଟ କରି ପିଆଜ, ବିଲାତି ଓ ରସୁଣକୁ କାଟନ୍ତୁ । ତେଲ ଗରମ କରି ସୋରିଷ ଓ ଭୁର୍ସୁଙ୍ଗ ପତ୍ର ଫୁଟାନ୍ତୁ । ତା’ପରେ ପିଆଜ ଓ ରସୁଣ କଟା ପକାଇ ନରମ ହେବାଯାଏଁ ଭାଜନ୍ତୁ । ପରେ ଟମାଟୋ ପକାଇ ଆଉ ୫ ମିନିଟ୍ ରାନ୍ଧନ୍ତୁ । ଏଥର ଲଙ୍କାଗୁଣ୍ଡ ପକାଇ ଭଲଭାବେ ମିଶାନ୍ତୁ । ଆଞ୍ଚ କମାଇ ଚିଙ୍ଗୁଡି ପକାନ୍ତୁ । ଲୁଣ ପକାଇ ୧୦-୧୨ ମିନିଟ୍ ରାନ୍ଧନ୍ତୁ । ହୋଇଗଲେ ଧନିଆ ପତ୍ର ପକାଇ ଖାଇବାକୁ ଦିଅନ୍ତୁ ।
Comments
comments