OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୁପ୍ରିମକୋର୍ଟ ଓ CBDTର ବଡ଼ ନିଷ୍ପତ୍ତି ! ସ୍ତ୍ରୀ ଠାରୁ ପଇସା ମାଗିକି ନେଇପାରିବେନି ତାଙ୍କ ସ୍ବାମୀ

ଆଜିର ଦୁନିଆରେ ଆମ ସଭିଙ୍କ ପାଇଁ ପଇସା ର ଆବଶ୍ୟକତା ବହୁତ | ପଇସା ରୋଜଗାର କରିବା ପାଇଁ ପ୍ରତ୍ୟେକ ମନୁଷ୍ୟ କେତେ କ’ଣ ପରିଶ୍ରମ କରିଥାଏ | କେବେ କେବେ ଏପରି ହୋଇଥାଏ ଯେ ଆମେ ଆମର କୌଣସି ଜରୁରୀ ଆବଶ୍ୟକତା ପାଇଁ ଆମର ଆତ୍ମୀୟ ସ୍ବଜନ, ପରିବାର ବର୍ଗ, ସାଙ୍ଗ ସାଥୀଙ୍କ ଠାରୁ ପଇସା
 ଉଧାର ନେଇ ଥାଉ । ବେଳେ ବେଳେ ଦରକାର ପଡିଲେ ପତ୍ନୀଙ୍କଠାରୁ ବି ସ୍ବାମୀଙ୍କୁ ଟଙ୍କା ନେବାକୁ ପଡିଥାଏ ।ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ,  ଯଦି ଆପଣ କୌଣସି ସଂପର୍କୀୟା କିମ୍ବା ବନ୍ଧୁ କିମ୍ବା ପତ୍ନୀଙ୍କଠାରୁ ୨୦ ହଜାରରୁ ଅଧିକ ନଗଦ ଟଙ୍କା ନିଅନ୍ତି ତେବେ ଏଥିପାଇଁ ଆପଣ କୌଣସି ବଡ ଅସୁବିଧାରେ ପଡିପାରନ୍ତି ।
ସୂଚନା ମୁତାବକ, କେନ୍ଦ୍ରୟୀ ପ୍ରତ୍ୟେକ୍ଷ କର ବୋର୍ଡ CBDT (Central Board of Direct Taxation) ତରଫରୁ ମନି ଲ୍ୟାଣ୍ଡରିଂ ଏବଂ କଳାଧନ ଉପରେ ଲଗାମ କଷିବାକୁ ଆୟକର ଆକ୍ଟରେ ଅନେକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ପରେ ଆୟକର ଆକ୍ଟର ଧାରା ୨୬୯ଏସ.ଏସ ଅନୁସାରେ, ୨୦ ହଜାରରୁ ଅଧିକ କ୍ୟାସ୍ ଟ୍ରାନଜାକସନକୁ ସଂପୂର୍ଣ୍ଣ ରୂପେ ଅବୈଧ ଘୋଷଣା କରାଯାଇଛି । ଯେଉଁଥିରେ ବନ୍ଧୁ, ସଂପର୍କୀୟା କିମ୍ବା ପତ୍ନୀଙ୍କ ନିକଟରୁ କରଜ ଆଧାରରେ ନିଆଯାଉଥିବା  ଟଙ୍କା ବି ସାମିଲ ରହିଛି ।
ଯଦି କୌଣସି ବ୍ୟକ୍ତି ୨୦ ହଜାରରୁ ଅଧିକ କ୍ୟାସ୍ ଦେଣନେଣ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆୟକର ଆକ୍ଟର ଧାରା ୨୭୧ଡି ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ । ଏହି ଧାରା ଅନୁସାରେ, ଆୟକର ବିଭାଗ ୨୦ ହଜାରରୁ ଅଧିକ କ୍ୟାସ୍ ଟ୍ରାନଜାକ୍ସନର ବରାବର ଜରିମାନା ଆଦାୟ କରିଥାଏ । ଏହି ନିୟମ ଉଭୟ କରଜ ତଥା ଋଣ ନେଇଥିବା ଏବଂ ଦେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଲାଗୁ ହୋଇଥାଏ । ଏପରିକି ଜମି କିଣା-ବିକାରେ ବି ଆପଣ କରିପାରିବେ ନାହିଁ କ୍ୟାସ୍ ଟ୍ରାନଜାକ୍ସନ |
CBDTର ନିୟମ ଅନୁସାରେ, ଜମି କିଣାବିକା ପରି
ଅଚଳ ସମ୍ପତ୍ତିରେ ମଧ୍ୟ ୨୦ ହଜାରରୁ ଅଧିକ ନଗଦ କ୍ୟାସ୍ ଟ୍ରାନଜାକ୍ସନ ଆପଣ କରିପାରିବେ ନାହିଁ । ତେବେ ଏଭଳି ପରିସ୍ଥିତିରେ ଆୟକର ବିଭାଗ ଉଭୟ କ୍ରେତା ଏବଂ ବିକ୍ରେତାଙ୍କ ବିରୋଧରେ ନୋଟିସ୍ ଜାରି କରିପାରେ ।
CBDTର ନିୟମ ଅନୁସାରେ, କୌଣସି ବି ବ୍ୟକ୍ତି କରଜ ବ୍ୟତୀତ ଅନ୍ୟ କାମକାର୍ଯ୍ୟ ପାଇଁ ପ୍ରତିଦିନ ୨ଲକ୍ଷ ଟଙ୍କାର ନଗଦ ଦେଣନେଇ କରିପାରିବେ । ଏଥିରେ କୌଣସି ବି ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର କିମ୍ବା ଅନ୍ୟ ସାମଗ୍ରୀ ଆଦିର କିଣାକିଣି ସାମିଲ । ତେବେ ବ୍ୟବସାୟରେ ହେଉଥିବା ବ୍ୟୟ ସଂପର୍କିତ ନିୟମ ବହୁତ କଡାକଡି କରାଯାଇଛି । ଯାହାଦ୍ୱାରା କୌଣସି ବି ବ୍ୟବସାୟୀ ଗୋଟିଏ ଦିନରେ ଏବଂ ଗୋଟିଏ ଟ୍ରାନଜାକ୍ସନରେ ୧୦ ହଜାର ରୁ ଅଧିକ କ୍ୟାସ ଟ୍ରାନଜାକ୍ସନ୍ କରିପାରିବେ ନାହିଁ । ଉଲ୍ଲେଖ ଥାଉ କି, ଅନେକ ବ୍ୟବସାୟୀ ନଗଦ ଦେଣନେଣ ନାମରେ  କରଛାଡ କରିବାକୁ ଦାବି କରୁଛନ୍ତି । ଯେଉଁ କାରଣରୁ ଆୟକର ବିଭାଗ ତରଫରୁ ଏଭଳି କଠୋର ନିଷ୍ପତି ନିଆଯାଇଛି ।
ଅପଡେଟ ପାଇଁ ଆମ ପେଜ ସହ ଯୋଡି ହୋଇ ରହନ୍ତୁ |

Comments

comments