OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାଦା ରୋଲ୍

vegetable roll
vegetable roll

ସାମଗ୍ରୀ:
ବନ୍ଧାକୋବି-ସରୁକଟା
ପିଆଜ-ସରୁକଟା
ଗାଜର-ସରୁ କଦୁକସ୍‌କରା
ବିନ୍-ଛୋଟକଟା
ଗ୍ରୀନ୍ ମଟର
ଟମାଟୋ-ଛୋଟ ସରୁକଟା
କଞ୍ଚାଲଙ୍କା-ଚୂନାକଟା
ଧନିଆ ପତ୍ର-ଚୂନାକଟା
ରିଫାଇନ୍ ତେଲ- ୨ ଛୋଟ ଚାମଚ
ଗୋଲମରିଚ ଗୁଣ୍ଡ-୧/୨ ଛୋଟ ଚାମଚ
ଲୁଣ- ସ୍ୱାଦାନୁସାରେ
ଲେମ୍ବୁରସ-ଅଳ୍ପ
ଟମାଟୋ ସସ୍,ଚିଲି ସସ୍ ,ସୋୟା ସସ୍ -ଆବଶ୍ୟକ ଅନୁପାତରେ ଆଜିନୋ ମୋତୋ- ଟିପେ

ପ୍ରଣାଳୀ:
କରେଇରେ ତେଲ ଗରମ କରି ଆଜିନୋ ମୋତୋ ପକାଇ ସବୁ ସରୁକଟା ପରିବା ପକାଇ ଭାଜି ରଖନ୍ତୁ | ତାୱାରେ ପୂର୍ବରୁ ସେକା ହୋଇଥିବା ରୁଟିକୁ ଅଳ୍ପ ତେଲ ଦେଇ ପୁନଃ ସେକି ମଝିରେ ପରିବା ମିଶ୍ରଣରେ ଚାଟ୍ ମସଲା ମିଶାଇ ରୋଲ୍ ମଝିରେ ଦେଇ, ଆବଶ୍ୟକ ମୁତାବକ ସସ୍ ଦେଇ ରୋଲ୍ କରି ଗୁଡାଇ ତଳପଟୁ ସଫା କାଗଜ ଗୁଡାଇଦିଅନ୍ତୁ ଓ ଖାଇବାକୁ ଦିଆନ୍ତୁ |

Comments

comments