OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାଉଥ୍ ମାଛ ତରକାରି (ଚାନ୍ଦି ମାଛ)

South_fish recipe
South_fish recipe

ସମଗ୍ରୀ:
ଚାନ୍ଦି ମାଛ -୬୦୦ ଗ୍ରାମ୍
ବଡ ପିଆଜ-୨ଟି
ବିଲାତି (ମଧ୍ୟମ)-୧ ଟି
ଲଙ୍କାଗୁଣ୍ଡ-୧ ଚାମଚ
ଧନିଆ ଗୁଣ୍ଡ-୧ ୧/୨ ଚାମଚ
ତେନ୍ତୁଳି ପାଣି-୩ ଟେବୁଲ୍-ଚାମଚ
ତେଲ -୩ ବଡ ଚାମଚ
ଜିରା -୧ ଚାମଚ
ମେଥି-୧/୨ ଚାମଚ
ପାନମହୁତି-୧ ଚାମଚ
ଅଦା ବଟା-୧ ୧/୨ ଚାମଚ
ରସୁଣ ବଟା-୧ ୧/୨ ଚାମଚ
ହଳଦି ଗୁଣ୍ଡ-୧/୨ ଚାମଚ
ଭୁର୍ସୁଙ୍ଗ ପତ୍ର-୮ଟି
ଲୁଣ-ସ୍ୱାଦାନୁସାରେ

ପ୍ରଣାଳୀ:
ମାଛକୁ ପିସ୍ କରି କାଟି ଧୋଇଦିଅନ୍ତୁ | ପିଆଜକୁ ଲମ୍ବା ଓ ଟମାଟୋକୁ ଛୋଟ କରି କାଟନ୍ତୁ  | ଲଙ୍କା ଓ ଧନିଆ  ଗୁଣ୍ଡକୁ ତେନ୍ତୁଳି ପାଣିରେ ମିଶାଇ ରଖନ୍ତୁ | ତେଲ ଗରମ କରନ୍ତୁ ଓ ସେଥିରେ ଜିରା,ମେଥି ଓପାନମଧୁରୀ ପକାଇ ଫୁଟାନ୍ତୁ | ଏଥର କଟା ପିଆଜ  ପକାଇ ନରମ ହେବାଯାଏଁ ଭାଜନ୍ତୁ ( ଲାଲ୍ କରିବେ ନାହିଁ ) | ତା ପରେ ଅଦା-ରସୁଣ ବଟା ପକାଇ ଆଉ ୫ ମିନିଟ୍ ରାନ୍ଧନ୍ତୁ | ଲୁଣ ,ହଳଦି ଓ ଭୁର୍ସୁଙ୍ଗ ପତ୍ର ପକାଇ ଗୋଳାନ୍ତୁ ଓ ବିଲାତି ମିଶାନ୍ତୁ | ୧୦ ମିନିଟ୍ କମ୍ ଆଞ୍ଚରେ ବସାଇ ବିଲାତି ନରମ ହେବାଯାଏଁ କଷି ତେନ୍ତୁଳି ମିଶା ମସଲାପାଣି ଦିଅନ୍ତୁ | ଫୁଟିଗଲେ ମାଛ ପକାଇ ଆଞ୍ଚ କମାଇ ଆବଶ୍ୟକ ଝୋଳ ରଖି ଗରମ ଗରମ ଭାତ ସହ ପରଶନ୍ତୁ |

Comments

comments