OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଟନ କଲିଜା କଷା

mutton kidneys
mutton kidneys

ସାମଗ୍ରୀ:
କଲିଜା-୨୫୦ ଗ୍ରାମ୍
ପିଆଜ-୨ ଟି
ନାଲି ଲଙ୍କା-୪ଟା
ପାନମହୁରି-୧ ଚାମଚ
ହଳଦି -୧ ଚାମଚ
ଗୁଜିରାତି-୩ଟା
ମେଥିଗୁଣ୍ଡ-୧ ଚାମଚ
ନଡିଆ କୋରା-୧ କପ୍
ଭୁର୍ସୁଙ୍ଗ ପତ୍ର- ୧୦ଟି
ଅଦା-୧ ଇଞ୍ଚର ଖଣ୍ଡେ
ରସୁଣ-୫ କୋଲା
ଭିନେଗାର୍-୧ ଟେବୁଲ୍-ଚାମଚ
ରିଫାଇନ୍-ଅଧକପ୍
ଲୁଣ-ସ୍ୱାଦାନୁସାରେ

ପ୍ରଣାଳୀ:
ନାଲି ଲଙ୍କା ,ଗୁଜୁରାତି ଓ ପାନମହୁରିକୁ କରେଇରେ ଭାଜି ଗୁଣ୍ଡ କରନ୍ତୁ | ଅଦା, ରସୁଣ, ପିଆଜକୁ ଛୋଟ ଛୋଟ କରି କାଟନ୍ତୁ | ନଡିଆକୁ ବାଟି ରଖନ୍ତୁ | କଲିଜାରେ ୨ କପ୍ ପାଣି ଦେଇ କୁକର୍‌ରେ ଲୁଣ ପକାଇ କମ୍ ଆଞ୍ଚରେ ଗୋଟିଏ ସିଟି ଦେଇ ସିଝାନ୍ତୁ | କରେଇରେ ତେଲ ଗରମ କରନ୍ତୁ | ୫-୬ ମିନିଟ୍ ପରେ ନଡିଆ ବଟା ,ଲୁଣ,(ଅଳ୍ପ) , ଲଙ୍କାଗୁଣ୍ଡ,ହଳଦି ,ମେଥିଗୁଣ୍ଡ, ପାନମହୁରି ଗୁଣ୍ଡ ଓ କଲିଜା ପକାଇ ଭଲଭାବେ ୧୦-୧୨ ମିନିଟ୍ କଷନ୍ତୁ | ହୋଇଗଲେ କଲିଜା ସିଝା ପାଣି ପକାଇ ଫୁଟାନ୍ତୁ | ଅଳ୍ପ ପାଣି ରଖି  କାଢି ଗରମ ରୁଟି ସହ ପରଶନ୍ତୁ |

Comments

comments